ଦକ୍ଷିଣ ଓଡ଼ିଶାର ପ୍ରଥମ ମାମଲା, ୧୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
Advertisement

ଦକ୍ଷିଣ ଓଡ଼ିଶାର ପ୍ରଥମ ମାମଲା, ୧୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟର ପ୍ରଥମ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ...

ଦକ୍ଷିଣ ଓଡ଼ିଶାର ପ୍ରଥମ ମାମଲା, ୧୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଗୋଟିଏ ଦିନରେ ୭ଟି ମାମଲା ସାମ୍ନାକୁ ଆସିଛି। ଏହି ୭ଟି ମାମଲା ମଧ୍ୟରୁ ୬ଟି କେବଳ ବାଲେଶ୍ୱରର ରହିଛନ୍ତି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ କରିଥିବା ଟ୍ୱିଟ ଅନୁଯାୟୀ ଏହି ସୂଚନା ରହିଛି। 

 

ସେପଟେ ଦକ୍ଷିଣ ଓଡ଼ିଶାରେ ପାଦ ଥାପିଛି କୋରୋନା। ଦକ୍ଷିଣ ଓଡ଼ିଶା ସମ୍ପୂର୍ଣ୍ଣ କୋରୋନା ମୁକ୍ତ ରହିଥିବା ବେଳେ ଆଜି କୋରାପୁଟ ଜିଲ୍ଲାରୁ ଜଣେ କୋରୋନା ଆକ୍ରାନ୍ତଙ୍କ ସୂଚନା ମିଳିଛି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ଅନୁଯାୟୀ କୋରାପୁଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ସେହିପରି ବାଲେଶ୍ୱରରୁ ମଧ୍ୟ ପଶ୍ଚିମବଙ୍ଗ ଫେରନ୍ତା କୋରୋନା ଆକ୍ରାନ୍ତ ରହିଥିବା ବିଭାଗ ସୂଚନା ଦେଇଛି। 

ସେପଟେ ଦୁଇ ଜଣ କୋରୋନା ଆକ୍ରାନ୍ତ ସୁସ୍ଥା ହୋଇଥିବା ନେଇ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ସୁସ୍ଥ ହୋଇଥିବା ଦୁଇ ଜଣ ବ୍ୟକ୍ତି ଭୁବନେଶ୍ୱରର ବୋଲି ବିଭାଗ ସୂଚନା ଦେଇଛି।