Advertisement
Article Detail0/zeeodisha/odisha664569
Zee OdishaOther Newsକୋରୋନା: ରାଜ୍ୟରେ ପ୍ରଥମ ମୃତ୍ୟୁ

କୋରୋନା: ରାଜ୍ୟରେ ପ୍ରଥମ ମୃତ୍ୟୁ

କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୨କୁ ବୃଦ୍ଧି

କୋରୋନା: ରାଜ୍ୟରେ ପ୍ରଥମ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ପ୍ରଥମ ମୃତ୍ୟୁ. ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ମୃତକଙ୍କ ଘର ଝାରପଡ଼ା ଜିଲ୍ଲାରେ ଓ ସେ ଗତ ୪ ତାରିଖରେ ଏମସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଭର୍ତ୍ତି ହେବା ସମୟରେ ସେ ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ପାଇଁ ଭର୍ତ୍ତି ହୋଇଥିଲେ ମାତ୍ର ପରେ ପରୀକ୍ଷାନିରୀକ୍ଷା ପରେ ସେ କୋରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିଥିଲା ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ବିଭାଗ ସୂଚନା ଦେଇଛି 

 

ସେହିପରି ରାଜ୍ୟରୁ ଆଜି ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ସଂକ୍ରମିତ ଜଣକ ଭୁବନେଶ୍ୱରର ୟୁନିଟ ୪ ଅନ୍ତର୍ଗତ ମଧୂସୁଦନ ଅଞ୍ଚଳର ବୋଲି ବିଭାଗ ସୂଚନା ଦେଇଛି ଏହା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି ତାଙ୍କର ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସରକାର ଛାନଭିନ ଆରମ୍ଭ କରିଥିବା ସୂଚନା ରହିଛି ଏହି ଆକ୍ରାନ୍ତଙ୍କ ସହିତ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି 

 

ପୂର୍ବରୁ ଭୁବନେଶ୍ୱରରୁ ୩୨ ଜଣ ବାହାରି ସାରିଛନ୍ତି. ଏହା ସହିତ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 

୩୪କୁ ବୃଦ୍ଧି ପାଇଛି. ଅନ୍ୟାନ୍ୟ ସହର ତଥା ଜିଲ୍ଲା ମଧ୍ୟରେ ଭଦ୍ରକରୁ ୩ ଜଣ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, କଟକ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଥିବା ବିଭାଗ ସୂଚନା ଦେଇଛି।  

About the Author