ଝାଡ଼ଖଣ୍ଡରେ ପ୍ରଥମ କୋରୋନା ପଜିଟିଭି
Advertisement

ଝାଡ଼ଖଣ୍ଡରେ ପ୍ରଥମ କୋରୋନା ପଜିଟିଭି

ଝାଡ଼ଖଣ୍ଡରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ

ଝାଡ଼ଖଣ୍ଡରେ ପ୍ରଥମ କୋରୋନା ପଜିଟିଭି

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପ୍ରଥମ କୋରୋନା ପଜିଟିଭି ଚିହ୍ନଟ ହୋଇଛି। ଦେଶର ଅଧିକାଂଶ ରାଜ୍ୟରେ କୋରୋନା ପଜିଟିଭି ଚିହ୍ନଟ ହୋଇଥିବା ବେଳେ ଝାଡ଼ଖଣ୍ଡରେ କୋରୋନା ସଂକ୍ରମିତ ନଥିଲେ। ମାତ୍ର ଆଜି ଚିହ୍ନଟ ହୋଇଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତି ସମ୍ପର୍କରେ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ସଚିବ ନିତିନ ମଦନ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଆକ୍ରାନ୍ତ ଜଣକ ଭାରତୀୟ ନାଗରିକ ନୁହନ୍ତି। ସେ ମାଲେସିଆ ନାଗରିକ। ତେବେ ସେ ଭାରତ କେଉଁ କାମରେ ଆସିଥିଲେ, ସେ ନେଇ କୌଣସି ସଠିକ ସୂଚନା ମିଳିନାହିଁ। ମାତ୍ର ବିମାନ ସେବା ବନ୍ଦ ହୋଇଯିବାରୁ ସେ ସ୍ୱଦେଶ ଫେରି ପାରିନାହାନ୍ତି ବୋଲି ସେ କହିଥିଲେ। 

ତେବେ ଆକ୍ରାନ୍ତ ମହିଳାଙ୍କୁ ଆଇସୋଲେସ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି। ଖେଲ ଗାଓଁ ରେ ଥିବା ଆଇସୋଲେସନ ଓ୍ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସେ କହିଥିଲେ।