କୋରୋନା ପ୍ରଭାବ: ଉତ୍ତରପ୍ରଦେଶରେ ପ୍ରଥମ ମୃତ୍ୟୁ, ୪୦ ଡେଇଁଲା ମୃତ୍ୟୁ ସଂଖ୍ୟା
Advertisement
Article Detail0/zeeodisha/odisha661748

କୋରୋନା ପ୍ରଭାବ: ଉତ୍ତରପ୍ରଦେଶରେ ପ୍ରଥମ ମୃତ୍ୟୁ, ୪୦ ଡେଇଁଲା ମୃତ୍ୟୁ ସଂଖ୍ୟା

କୋରୋନାରେ ଯୁବକଙ୍କ ମୃତ୍ୟୁ, ଦେଶରେ ପ୍ରଥମ

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ମୃତ୍ୟୁ ଉତ୍ତରପ୍ରଦେଶରେ ପ୍ରଥମ। ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୪୦ ଡେଇଁଛି। ଓ୍ୱାର୍ଲଡମିଟର ଅନୁଯାୟୀ ମୃତ୍ୟୁ ସଂଖ୍ୟା ୪୫ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ନୂଆ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି।  

ମିଳିଥିବା ସୂଚନା ମୁତାବକ, ଗୋରଖପୁର ସହରରେ କୋରୋନା ଆକ୍ରାନ୍ତରେ ମୃତକଙ୍କ ବୟସ ୨୫ ବର୍ଷ ହେବ ବୋଲି ସୂଚନା ମିଳିଛି। ତେବେ ଏତେ କମ ବୟସରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଘଟଣା ଦେଶରେ ପ୍ରଥମ। ତେବେ କେଜିଏମୟୁ ଲକ୍ଷ୍ନୌର ମିଡ଼ିଆ ପ୍ରଭାରୀ ଡ। ସୁଧିର ସିଂଙ୍କ କହିବା ମୁତାବକ ଗୋରଖପୁରରୁ ଯେଉଁ ସାମ୍ପୁଲ ଯ଼ାଞ୍ଚ ପାଇଁ ପଠାଯାଇଥିଲା, ଉକ୍ତ ନମୂନାଟି ପଜିଟିଭି ଆସିଥିବା ଜଣାପଡ଼ିଛି। ତେବେ ଏହି ନମୂନାଟି କେଜିଏମୟୁରେ ଯାଞ୍ଚ କରାଯାଇଥିଲା। ସେଠାରେ ମଧ୍ୟ ଏହା ପଜିଟିଭି ଆସିଥିଲା।  

ଗୋରଖପୁରର ବିଆରଡ଼ି ମେଡ଼ିକାଲ କଲେଜରେ ମୃତକ ଜଣଙ୍କୁ କୋରୋନା ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସୋମବାର ତାଙ୍କର ମୃତ୍ୟୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟରେ ମଧ୍ୟ ତାଙ୍କର କୋରୋନା ଭାଇରସ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ରାଜ୍ୟର ବସ୍ତି ଜିଲ୍ଲାର ଅଧିବାସୀ। ତେବେ ଏହି ଘଟଣା  ସାମ୍ନାକୁ ଆସିବା ପରେ ମୃତକଙ୍କ ଘର, ତାଙ୍କର ପଡ଼ୋଶୀ, ଏବଂ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦେଇଛି। ସିଲ କରିବା ପରେ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଉଥିବା ଜଣାପଡ଼ିଛି।  

;