Trending Photos
ଅଜୟ ନାଥ, ସମ୍ବଲପୁର: ପଶ୍ଚିମ ଓଡିଶାର (Western Odisha) ପ୍ରଥମ ପଞ୍ଚାୟତ ପାଠାଗାର (Library) ସମ୍ବଲପୁରଠାରେ (Sambalpur) ଉଦଘାଟିତ ହୋଇଯାଇଛି। ଜିଲ୍ଲାର ଯୁଯୁମୁରା (Jujumura) ବ୍ଲକ ମେଘପାଳ (meghapala) ଗ୍ରାମ ପଞ୍ଚାୟତର ଏହି ପାଠାଗାର (Library) ଉଦଘାଟିତ ହେବା ସହ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହୋଇଛି। ଗ୍ରାମାଞ୍ଚଳରେ ପୁସ୍ତକ ପଠନ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୄଷ୍ଟି କରିବାରେ ଏହି ପାଠାଗାର ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: କୃଷକଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ, ରାଲେଗାଣ ସିଦ୍ଧିରେ ଆରମ୍ଭ କଲେ ଆମରଣ ଅନଶନ
ବର୍ତ୍ତମାନ ଡିଜିଟାଲ ଯୁଗରେ (Digital) ଲୋକଙ୍କ ମଧ୍ୟରେ ପୁସ୍ତକ ପଠନ କରିବା ଆଗ୍ରହ ଧୀରେଧୀରେ କମିବାରେ ଲାଗିଛି। ତେବେ ବଣଜଙ୍ଗଲ ଘେରା ଅଞ୍ଚଳ କଥା ତ ନକହିଲେ ଭଲ। ଏପରି କ୍ଷେତ୍ରରେ ସମ୍ବଲପୁରର ଉପାନ୍ତ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ପୁସ୍ତକ ପଠନ ପାଇଁ ଆଗ୍ରହ ସୄଷ୍ଟି କରିବା ଉଦ୍ଦେଶ୍ୟରେ ପଞ୍ଚାୟତସ୍ତରୀୟ ପାଠାଗାର ଉଦଘାଟିତ ହୋଇଯାଇଛି। ଜିଲ୍ଲାର ମେଘପାଲ ପଞ୍ଚାୟତରେ ଉଦଘାଟିତ ଏହି ପାଠାଗାର ପଶ୍ଚିମ ଓଡିଶାର ପ୍ରଥମ ପଞ୍ଚାୟତ ପାଠାଗାର। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ଏହି ପାଠାଗାରର ନାମକରଣ କରାଯାଇଛି। ଏହି ପାଠାଗାରକୁ ରେଢାଖୋଲ ବିଧାୟକ ତଥା ଉପ ମୂଖ୍ୟ ସଚେତକ ରୋହିତ ପୁଜାରୀ ଉଦଘାଟନ କରିଥିଲେ।
ଅଧିକ ପଢନ୍ତୁ : ଆଇନ ଛାତ୍ରରୁ କୃଷକ ନେତା ରାକେଶ ଟିକାୟତ, ୪୪ ଥର ଯାଇଛନ୍ତି ଜେଲ
ଏକଦା ସମ୍ବଲପୁର ଜିଲ୍ଲା କାହିଁକି ସାରା ରାଜ୍ୟରେ ମେଘପାଲ ପଞ୍ଚାୟତକୁ ସାଧାରଣ ଲୋକ ଯିବାକୁ ଭୟ କରୁଥିଲେ। କାହିଁକି ନା ଜିଲ୍ଲାର ଏକ ପ୍ରମୁଖ ମାଓ ପ୍ରଭାବିତ ପଞ୍ଚାୟତ ଭାବରେ ମେଘପାଲ ଗଣତି ହେଉଥିଲା। ତେବେ ବିଗତ କେତେ ବର୍ଷ ହେବ ଏଠାରେ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି। ଏହି ମେଘପାଲ ପଞ୍ଚାୟତକୁ ସରକାର ଆଦର୍ଶ ପଞ୍ଚାୟତ ଭାବରେ ପରିଗଣିତ କରିବା ସହ ବହୁ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ବହୁ ଉନ୍ନତିକରଣ କାର୍ଯ୍ୟ ମଧ୍ୟ କରାଯାଇଛି। ତେବେ ଗତବର୍ଷ ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର ମେଘପାଲ ପାଇବା ସହ ପାଇଥିବା ଅର୍ଥ ରାଶିରେ ରାଜ୍ୟର ପ୍ରଥମ ପଞ୍ଚାୟତ ପାଠାଗାର ମେଘପାଲ ପ୍ରତିଷ୍ଠା କରାଯାଇଛି। ଏହି ପାଠାଗାରରେ ୩୫୦୦ ରୁ ଅଧିକ ପୁସ୍ତକ ରହିଥିବା ବେଳେ ସବୁ ବର୍ଗର ପାଠକଙ୍କ ପାଇଁ ସବୁ ପ୍ରକାର ପୁସ୍ତକ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି।
ପଶ୍ଚିମ ଓଡିଶାର ପ୍ରଥମ ଏହି ଗ୍ରାମ ପଞ୍ଚାୟତ ପାଠାଗାର ଉପାନ୍ତ ମେଘପାଲ ଅଞ୍ଚଳରେ ପୁସ୍ତକ ପଠନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୄଷି କରିବା ରେ ଏକ ପ୍ରମୂଖ ଭୁମିକା ନିର୍ବାହ କରିବ ଏଥିରେ ସନ୍ଦେହ ନାହିଁ ।