ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ
Advertisement

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ

ଦିଲ୍ଲୀରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ । ଟ୍ରଷ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଶ୍ରୀରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ । ଟ୍ରଷ୍ଟ ଗଠନ ହେବା ପରେ ଟ୍ରଷ୍ଟର ଅଧ୍ୟକ୍ଷ କେ.ପରାସରନ୍ ଙ୍କ ବାସ ଭବନରେ ଆଜି ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆଲୋଚନା ହୋଇଛି । 

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ । ଟ୍ରଷ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଶ୍ରୀରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ । ଟ୍ରଷ୍ଟ ଗଠନ ହେବା ପରେ ଟ୍ରଷ୍ଟର ଅଧ୍ୟକ୍ଷ କେ.ପରାସରନ୍ ଙ୍କ ବାସ ଭବନରେ ଆଜି ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆଲୋଚନା ହୋଇଛି । 

ଟ୍ରଷ୍ଟର ୧୫ ସଦସ୍ୟଙ୍କ ନାମ ଘୋଷଣା ହୋଇଛି । ଶ୍ରୀରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ରିପୋର୍ଟ ଆଧାରରେ ମନ୍ଦିର ନିର୍ମାଣ ପାଇଁ ତାରିଖ ଘୋଷଣା ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ସେପେଟେ ଆଜି ମହନ୍ତ ଧର୍ମଦାସ ୧୫ ସଦସ୍ୟ ବିଶିଷ୍ଟ ଟ୍ରଷ୍ଟକୁ ବିରୋଧ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହିନ୍ଦୁ ନବବର୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି । 

ଅଧିକ ପଢନ୍ତୁ: ୨୪ରୁ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ, କଣ ରହିଛି ସୂଚୀ ଜାଣନ୍ତୁ...

ସେପଟେ ଟ୍ରଷ୍ଟର ପ୍ରଥମ ବୈଠକ ହୋଇଥିବାବେଳେ ରାମଲାଲାଙ୍କୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଟ୍ରଷ୍ଟର ତିନି ଜଣ ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ, ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଏବଂ ଡା. ଅନିଲ ମିଶ୍ର ମଙ୍ଗଳବାର ଅଯୋଧ୍ୟାରୁ ଦିଲ୍ଲୀ ଆସିଛନ୍ତି । ଅଯୋଧ୍ୟାର ଶ୍ରାରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କ ବ୍ୟତୀତ ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । 

ଭୂମି ପୂଜନ ମାର୍ଚ୍ଚ ୨୫ରୁ ଏପ୍ରିଲ ୮ ମଧ୍ୟରେ କରିବା ପୂର୍ବରୁ ଟ୍ରଷ୍ଟ ସର୍ବପ୍ରଥମେ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଧାରଣ କରିବ । ଆସନ୍ତା ୨ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି । ମନ୍ଦିର ନିର୍ମାଣସ୍ଥଳର ମାଟି ଯାଞ୍ଚ କରିବା ଲାଗି ଭୂଗର୍ଭ ଶାସ୍ତ୍ରୀ ଓ ବାସ୍ତୁ ଶାସ୍ତ୍ରୀଙ୍କ ଠାରୁ ମତାମତ ଲୋଡ଼ିଛି ଟ୍ରଷ୍ଟ ।