)
ସମ୍ବଲପୁର: ଓଡିଶାରେ ପ୍ରଥମ ସୌରଚାଳିତ ଶୀତଳ ଭଣ୍ତାର ଉଦଘାଟନ ହେଲା ସମ୍ବଲପୁର ଜିଲ୍ଲାରେ । ଏହି ଶୀତଳ ଭଣ୍ଡାରଟି ସମ୍ବଲପୁର ଜିଲ୍ଲାର ଚାଷୀଙ୍କ ଉତ୍ପାଦିତ ପନିପରିବାକୁ ମହଜୁଦ ରଖିବା ସହ ଚାଷୀଙ୍କ ପାଇଁ ବେଶ ଉପଯୋଗୀ ହେବ ବୋଲି ଆଶା କରାଯାଉଛି ।
ରାଜ୍ୟରେ ପ୍ରଥମ ସୌରଚାଳିତ ଶୀତଳ ଭଣ୍ତାର ଉଦଘାଟନ ହେଲା ସମ୍ବଲପୁର ଜିଲ୍ଲାର ସନାତନପାଲିଠାରେ । ଜିଲ୍ଲାର ଯୁଜୁମୁରା ବ୍ଲକ ସନାତନପାଲିଠାରେ ଶୀତଳ ଭଣ୍ତାର ସ୍ଥାପନା ହେବାପରେ ଏହି ଅଞ୍ଚଳ ଚାଷୀଙ୍କ ବହୁ ବର୍ଷର ସପ୍ନ ସାକାର ହୋଇଛି । ସନାତନପାଲି ଗ୍ରାମରେ ଅଧିକାଂଶ ଲୋକ ପନିପରିବା ଓ ଫଳ ମୂଲ ଚାଷ କରିଥାନ୍ତି । ଏହି ଗାଁରେ ଏତେ ମାତ୍ରାରେ ପନିପରିବା ଉତ୍ପାଦନ ହେଉଥିଲେ ମଧ୍ୟ ତାହାକୁ ରଖିବା ପାଇ ନିକଟରେ କୌଣସି ଶୀତଳ ଭଣ୍ତାର ନଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସନାତନପାଲି ଗାଁରେ ଏହି ବହୁ ପ୍ରତିକ୍ଷିତ ସୌରଚାଳିତ ଶୀତଳଭଣ୍ଡାର ସ୍ଥାପନା କରାଯାଇଥିଲା । ଏହାର ଉଦଘାଟନୀ ସମାରୋହରେ ବିଧାୟକ ରୋହିତ ପୂଜାରୀ ଉପସ୍ଥିତ ରହିଥିବା ବେଳେ କୄଷି ସଚିବ ସୌରବ ଗର୍ଗ, ଜିଲ୍ଲାପାଳ ଶୁଭମ ସକସେନା ପ୍ରମୁଖ ଭିଡିଓ କନଫରେନ୍ସ ମାଧ୍ୟମରେ ଉପସ୍ଥିତ ରହିଥିଲେ।
ତେଵେ ଏହି ସୌରଚାଳିତ ଶୀତଳ ଭଣ୍ଡାର ୫ ଟନ ପନିପରିବା ଓ ଫଳମୂଳ ସହ ଦୁଗ୍ଧ ଓ ଫୁଲ ମଧ୍ୟ ସଂରକ୍ଷିତ ରହିପାରିବ । ଏହା ଦ୍ଵାରା ଯୁଜୁମୁରା ବ୍ଲକର ବାହାମ, ଘେନୁପାଲି, କବରାପାଲି, ଜୟନ୍ତପୁର ପଞ୍ଚାୟତର ଚାଷୀ ଉପକୃତ ହୋଇପାରିବେ। ସମ୍ବଲପୁର ଜିଲ୍ଲାରେ ଯୁଜୁମୁରା ବ୍ଳକ ପନିପରିବା ଚାଷରେ ଆଗଧାଡିରେ ରହିଥିବା ବେଳେ ସନାତନ ପାଲି ଗ୍ରାମରେ ବହୁ ପରିମାଣରେ ଗେଣ୍ଡୁଫୁଲ ଚାଷ କରିଥାନ୍ତି ଲୋକେ । ଉପଯୁକ୍ତ ଶିତଳ ଭଣ୍ଡାର ନଥିବାରୁ ଓ ବିଜୁଳି ସମସ୍ୟା ଲାଗିରହିଥିବାରୁ ଚାଷୀଙ୍କ ସମସ୍ୟା ବର୍ଷ ବର୍ଷ ଧରି ରହିଆସିଥିଲା । ତେବେ ଏହାକୁ ଆଖିଆଗରେ ରଖି ରାଜ୍ୟର ପ୍ରଥମ ସୌର ଶକ୍ତି ପରିଚାଳିତ ଶୀତଳଭଣ୍ଡାର ସନାତନପାଲିରେ ପ୍ରତିଷ୍ଠା ହେବାରୁ ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଏହା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।
ରାଜ୍ୟ ସରକାରଙ୍କ ଉଦ୍ୟମରେ ସମ୍ବଲପୁର ଜିଲ୍ଲାରେ ଉଦଘାଟିତ ହୋଇଥିବା ଏହି ସୌରଚାଳିତ ଶୀତଳଭଣ୍ଡାର ସାରା ରାଜ୍ୟର ଚାଷୀଙ୍କ ପନିପରିବା ତଥା ଫଳମୂଳ ସଂରକ୍ଷଣ କରିବାରେ ଏକ ନୂତନ ଅଧ୍ୟାୟ ସୄଷ୍ଟି କରିବ