close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସମୁଦ୍ର ଉପକୂଳରେ ମାଛଧରା ଉପରେ ଲାଗିଲା କଟକଣା

ନଭେମ୍ୱର ୧ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିରଳ  ଅଲିଭ ରିଡଲେ କଇଁଛଙ୍କ ପାଇଁ ସମୁଦ୍ର ଉପକୂଳରେ ମାଛଧରା ନେଇ ସରକାରୀ କଟକଣା ଜାରି କରାଯାଇଛି । ଏହି କଟକଣା ଯୋଗୁ  ପଚାଶ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରିବା ସହିତ  ମତ୍ସ୍ୟଜୀବୀ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ମୁହାଣ ମୁହଁ  ଖୋଳାଯିବାକୁ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକ ମାନେ ଦାବି କରିଛନ୍ତି ।

ସମୁଦ୍ର ଉପକୂଳରେ ମାଛଧରା ଉପରେ ଲାଗିଲା କଟକଣା

ସୁଚିତ୍ରା ସେଣ୍ଡ୍,ପାରାଦୀପ: ଆଜିଠାରୁ ପାରାଦୀପ ସମୁଦ୍ର  ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମାଛଧରିବା ନେଇ କଟକଣା ଜାରି କରାଯାଇଛି । ଏହି କଟକଣା ଯୋଗୁ  ପଚାଶ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରିବା ସହିତ  ମତ୍ସ୍ୟଜୀବୀ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସହିତ ମୁହାଣ ମୁହଁ  ଖୋଳାଯିବାକୁ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକ ମାନେ ଦାବି କରିଛନ୍ତି ।

ନଭେମ୍ୱର ୧ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ବିରଳ  ଅଲିଭ ରିଡଲେ କଇଁଛଙ୍କ ପାଇଁ ସମୁଦ୍ର ଉପକୂଳରେ ମାଛଧରା ନେଇ ସରକାରୀ କଟକଣା ଜାରି କରାଯାଇଛି । ଏହି ସମୟରେ ଓଡିଶାର ଦେବୀ, ବରୁଣେଇ, ରୁଷିକୂଲ୍ୟା, ମୁହାଣରେ କଇଁଛ ମାନେ ସାମୂହିକ ଅଣ୍ଡାଦାନ କରିବାକୁ କୂଳକୁ ଆସୁଥିବାରୁ ଏହି ସବୁ ସ୍ଥାନ ମାନଙ୍କରେ କୂଳଠାରୁ ୨୦ କି.ମି ପର୍ଯ୍ୟନ୍ତ କୌଣସି ଟ୍ରଲର କିମ୍ବା ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ଧରିବାକୁ ନିଷେଧ କରାଯାଇଛି । ଏହି କଟକଣା ଯୋଗୁ ପାରାଦୀପ ମାଛଧରା ବନ୍ଦରରେ ଏହି ବ୍ୟବସାୟ ଉପରେ ନିର୍ଭର କରୁଥିବା ପ୍ରାୟ ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବେ ପଚାଶ ହଜାରରୁ ଅଧିକ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ଏହି କଟକଣା ସମୟରେ ସାମୁଦ୍ରିକ ମତ୍ସ୍ୟବିଭାଗ କିମ୍ବା ବନ ବିଭାଗ ପକ୍ଷରୁ କୌଣସି ସୀମା ଚିହ୍ନଟ କରାଯାଉ ନଥିବା ବେଳେ ଭୁଲ ବଶତଃ କୌଣସି ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ତଟରକ୍ଷୀ ବାହିନୀ, ବନ ବିଭାଗ ଓ ମତ୍ସ୍ୟ ବିଭାଗ ବେଆଇନ ଭାବେ ମାଛ ଧରୁଥିବା କାରଣରୁ ଡଙ୍ଗା ଜବତ ଓ ମତ୍ସ୍ୟଜୀବୀ ଙ୍କୁ ଗିରଫ କରୁଛନ୍ତି । ଅପରପକ୍ଷେ ମୁହାଣ ମୁହଁ ପୋତି ହୋଇଯିବାରୁ ଅନେକ ମତ୍ସ୍ୟଜୀବୀଙ୍କର ଜୀବିକା ହରାଇବାକୁ ବସିଲେଣି । ତେଣୁ ଏହି କଟକଣା ସମୟରେ ସାଧାରଣ ମତ୍ସ୍ୟଜିବୀ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।

ପାରାଦୀପରେ ପ୍ରାୟ ୬୫୦ରୁ ଅଧିକ ଟ୍ରଲର ଓ ୩୦୦ରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ରହିଛି । ମତ୍ସ୍ୟଜୀବୀ ମାନେ ପାରାଦୀପ ଉପକୂଳରୁ ଗଭୀର ସମୁଦ୍ର ପର୍ଯ୍ୟନ୍ତ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି । ତେବେ କଇଁଛଙ୍କ ମୃତ୍ୟୁ  କେଉଁ କାରଣରୁ ହେଉଛି ଏହାର  ସଠିକ କାରଣ ବନ ବିଭାଗ କିମ୍ବା ମତ୍ସ୍ୟ ବିଭାଗ ସ୍ପଷ୍ଟ କରୁ ନ ଥିବା ବେଳେ ଏହି କଟକଣା ସମୟରେ କଇଁଛଙ୍କ ମୃତ୍ୟୁ ପାଇଁ  ଟ୍ରଲର ଓ ମତ୍ସ୍ୟଜୀବୀଙ୍କୁ ଦାୟୀ କରାଯାଉଛି । ଅନ୍ୟପଟେ  ମୁହାଣ ମୁହ ପୋତି ହୋଇ ଯାଇଥିବା ବେଳେ ମତ୍ସ୍ୟଜୀବୀ ମାନେ ବରୁଣେଇ ମୁହାଣ ବାଟ ଦେଇ ଯିବା ବେଳେ ଅଧିକ କ୍ଷତି ସହୁଛନ୍ତି । ବିଭାଗୀୟ କଟକଣା ପାଇଁ  ଟ୍ରଲର ତଥା ଡଙ୍ଗା ଜବତ ହେବା ସହିତ ମତ୍ସ୍ୟଜୀବୀ ମାନେ ଗିରଫ ହେବାର ଭୟ ରହିଛି । ତେଣୁ ସରକାର ଏହି କଟକଣାକୁ କୋଡିଏ କିଲୋମିଟର ପରିବର୍ତ୍ତେ ଦଶ କିମି କରିବା, ମୁହାଣ ମୁହଁ ତୁରନ୍ତ ଖୋଲିବାକୁ ମତ୍ସ୍ୟଜିବୀ ସଂଘ ପକ୍ଷରୁ ଦାବି କରାଯାଇଛି । 

ଅଲିଭ ରିଡଲେ କଇଁଛଙ୍କ ପାଇଁ ଛଅମାସ,ମାଛ ମାନଙ୍କ ବଂଶବୃଦ୍ଧି ପାଇଁ ଦୁଇ ମାସ ସରକାରୀ କଟକଣା ଜାରୀ କରାଯାଉଥିବା ବେଳେ ବାକି ଥିବା ଚାରିମାସରେ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତି ରହିଛି । ତେଣୁ ଏଭଳି ସ୍ଥିତିରେ ସମୁଦ୍ରରୁ ମାଛ ଉତ୍ପାଦନ କରି ବ୍ୟବସାୟ କରିବା ସତ୍ସ୍ୟଜୀବୀଙ୍କ ଙ୍କ ଚିନ୍ତା ବଢାଇଛି । 

Tags: