close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଡ୍ୟୁଟି ସମୟରେ ଚାଟିଂ କରିବା ପୋଲିସ କର୍ମୀଙ୍କୁ ପଡ଼ିଲା ମହଙ୍ଗା , ୫ ନିଲମ୍ୱିତ

ଡ୍ୟୁଟି ସମୟରେ ହ୍ୱାଟସଆପରେ ଚାଟିଂ କରିବା ପୋଲିସ କର୍ମୀଙ୍କୁ ପଡ଼ିଲା ମହଙ୍ଗା । 5 ପୋଲିସ କର୍ମୀଙ୍କୁ ଚାକିରୀ ନିଲମ୍ୱନ କରାଗଲା । ଘଟଣାଟି ମଧ୍ୟ ପ୍ରଦେଶର ଜବଲପୁରର ଘଟଣା । ଜବଲପୁରରେ ୫ ପୋଲିସ କର୍ମୀ ଡ୍ୟୁଟି ସମୟରେ ହ୍ୱାଟସଆପରେ ଚାଟିଂ କରୁଥିବାର ଦେଖା ଯାଇଥିଲା । ଯାହା ପରେ ସେମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଡ୍ୟୁଟି ସମୟରେ ଚାଟିଂ କରିବା ପୋଲିସ କର୍ମୀଙ୍କୁ ପଡ଼ିଲା ମହଙ୍ଗା , ୫ ନିଲମ୍ୱିତ

ନୂଆଦିଲ୍ଲୀ: ଡ୍ୟୁଟି ସମୟରେ ହ୍ୱାଟସଆପରେ ଚାଟିଂ କରିବା ପୋଲିସ କର୍ମୀଙ୍କୁ ପଡ଼ିଲା ମହଙ୍ଗା । 5 ପୋଲିସ କର୍ମୀଙ୍କୁ ଚାକିରୀ ନିଲମ୍ୱନ କରାଗଲା । ଘଟଣାଟି ମଧ୍ୟ ପ୍ରଦେଶର ଜବଲପୁରର ଘଟଣା । ଜବଲପୁରରେ ୫ ପୋଲିସ କର୍ମୀ ଡ୍ୟୁଟି ସମୟରେ ହ୍ୱାଟସଆପରେ ଚାଟିଂ କରୁଥିବାର ଦେଖା ଯାଇଥିଲା । ଯାହା ପରେ ସେମାନଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଜବଲପୁର ସହରରର ସମ୍ୱେନଶୀଳ ସ୍ଥାନରେ ଶନିବାର ସୁରକ୍ଷା ପାଇଁ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଥିଲା । କିନ୍ତୁ ସେମାନଙ୍କୁ ମଧ୍ୟରୁ ୫ ଜଣ ପୋଲିସ କର୍ମୀ ହ୍ୱାଟସଆପରେ ଚାଟିଂ କରୁଥିବାର ଦେଖା ଯାଇଥିଲା । ଯାହାପରେ ସେମାନଙ୍କୁ ନିଲମ୍ୱନ କରାଯାଇଛି । ଜିଲ୍ଲାର ପୋଲିସ ଅଧୀକ୍ଷକ(ଏସପି) ଅମିତ ସିଂହ ରବିବାର କହିଛନ୍ତି ଯେ ସୁରକ୍ଷାରେ ମୁତୟନ ୫ ପୋଲିସ କର୍ମୀଙ୍କୁ ହ୍ୱାଟସଆପରେ ଚାଟିଂ କରୁଥିବାର ଅଭିଯୋଗରେ ନିଲମ୍ୱନ କରାଯାଇଛି । ଏହି ପୋଲିସ କର୍ମୀମାନେ ସହରର ସମ୍ୱେନଶୀଳ ସ୍ଥାନଗୁଡିକରେ ମୁତୟନ ଥିଲେ ।

ଏସପି ସମ୍ୱେନଶୀଳ ସ୍ଥାନଗୁଡିକରେ ହଠାତ ନିରୀକ୍ଷଣ କରି ଏହି ପୋଲିସ କର୍ମୀଙ୍କୁ ସୋସିଆଲ ମିଡିଆରେ ବ୍ୟସ୍ତ ଥିବାର ଦେଖିବାକୁ ପାଇଥିଲେ । ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶନିବାର ଅଯୋଧ୍ୟା ମାମଲରେ ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ସହରର ସମ୍ୱେନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସହରରେ ୨୫ ଶହରୁ ଅଧିକ ପୋଲିସ କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଏହାସହ ପ୍ରାୟ ୨୫ଟି ସ୍ଥାନରେ ପୋଲିସ ଚୌକି ନିର୍ମାଣ କରାଯାଇଥିଲା ।