ଅଷ୍ଟ୍ରେଲିଆରେ ଓଟମରା ଅଭିଯାନ ଆରମ୍ଭ, ୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା

ଦକ୍ଷିଣ ଅଷ୍ଟ୍ରେଲିଆର ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଥିବା ଓଟମାନଙ୍କୁ ହତ୍ୟା କରାଯାଉଛି। ବିଗତ ୫ ଦିନ ମଧ୍ୟରେ ପ୍ରାୟ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହେଲିକପ୍ଟରରୁ ଆକାଶରୁ ଓଟମାନଙ୍କୁ ଗୁଳି କରି ହତ୍ୟା କରାଯାଉଥିବା ଜଣାପଡ଼ିଛି। ପେଶାଦାର ସୁଟରମାନଙ୍କ ଦ୍ୱାରା ଏହି ଓଟମାନଙ୍କୁ ହତ୍ୟା କରାଯାଉଥିବା ଜଣାପଡ଼ିଛି। 

ଅଷ୍ଟ୍ରେଲିଆରେ ଓଟମରା ଅଭିଯାନ ଆରମ୍ଭ, ୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା
୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା

କ୍ୟାନବେରା: ଦକ୍ଷିଣ ଅଷ୍ଟ୍ରେଲିଆର ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଥିବା ଓଟମାନଙ୍କୁ ହତ୍ୟା କରାଯାଉଛି। ବିଗତ ୫ ଦିନ ମଧ୍ୟରେ ପ୍ରାୟ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହେଲିକପ୍ଟରରୁ ଆକାଶରୁ ଓଟମାନଙ୍କୁ ଗୁଳି କରି ହତ୍ୟା କରାଯାଉଥିବା ଜଣାପଡ଼ିଛି। ପେଶାଦାର ସୁଟରମାନଙ୍କ ଦ୍ୱାରା ଏହି ଓଟମାନଙ୍କୁ ହତ୍ୟା କରାଯାଉଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ଏହି ଓଟମାନଙ୍କ ଦ୍ୱାରା ଅଷ୍ଟ୍ରେଲିଆରେ ବିଭିନ୍ନ ଝରଣା ତଥା ଜଳାଶୟ ଗୁଡ଼ିକ ପ୍ରାୟ ଶୁଷ୍କ ହୋପଡ଼ିଥାଏ। ଏହା ସହିତ ଗୁରୁତର ଭାବେ ଜଳକଷ୍ଟ ମଧ୍ୟ ଦେଖାଯାଇଥାଏ। ତେବେ ଏହି ଘଟଣାକୁ ନେଇ ଆଦିବାସୀ ନେତାମାନେ କହିଛନ୍ତି କି, ଏହି ଓଟମାନେ ପ୍ରବଳ ଗରଣ ଏବଂ ମରୁଡ଼ି ପରିସ୍ଥିତି କାରଣରୁ ଏମାନେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଏପରିକି ବିଭିନ୍ନ ଫସଲକୁ ମଧ୍ୟ କ୍ଷତି ପହଞ୍ଚାଉଛନ୍ତି। ଘରେ ସଂଚିତ କରି ରଖାଯାଇଥିବା ପାଣିକୁ ମଧ୍ୟ ପିଇ ଯାଉଥିବା ଦେଖିବାକୁ ମିଳିଛି। 

ସେହିଭଳି ଦକ୍ଷିଣ ଅଷ୍ଟ୍ରେଲିଆର ଉତ୍ତର ପଶ୍ଚିମ ଦିଗରେ ରହିଥିବା ଅନଙ୍ଗୁ ପିତଞ୍ଜତଜତାରା ୟଙ୍କୁନିତଜ୍ଜତଜରା(ଏପିୱାଇ) ଅଞ୍ଚଳରେ ଜେନେରାଲ ମ୍ୟାନେଜର ରିଚାର୍ଡ କିଙ୍ଗ କହିଛନ୍ତି କି, ଏପିୱାଇ ଅଞ୍ଚଳରେ ପ୍ରାୟ ୨୩୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରି ଆସୁଛନ୍ତି। ଏହି ଅଞ୍ଚଳରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଓଟଙ୍କୁ ହତ୍ୟା କରାଯାଇ ସାରିଲାଣି। ସେ ଆହୁରି ମଧ୍ୟ କହିଛନ୍ତି ଆମେମାନେ ପଶୁ ସୁରକ୍ଷା ଅଧିକାରୀଙ୍କୁ ନିବେଦନ କରୁଛୁ କି, ଗରିବ ଆଦିବାସୀମାନଙ୍କ ସାଧାରଣ ଜୀବନ ଉପରେ ଚିନ୍ତା କରୁଛନ୍ତି ସେଥିପ୍ରତି ତାଙ୍କୁ ଅନେକ ଅନେକ ଧନ୍ୟବାଦ। ମାତ୍ର ପଶୁମାନଙ୍କୁ ହତ୍ୟା କରିବା ପରିବର୍ତ୍ତେ ତାଙ୍କୁ ଏଠାରୁ ସ୍ଥାନାନ୍ତର କରିବାକୁ ସେ ଅନୁରୋଧ କରିଛନ୍ତି। 

ସେ ଆହୁରି ମଧ୍ୟ  କହିଛନ୍ତି କି ଭୁମି ସଂରକ୍ଷଣ ଭାବରେ ଆମମାନଙ୍କୁ ଏମାନଙ୍କ ସହିତ ଲଢିବାର ଆବଶ୍ୟକତା ରହିଛି। ଯାହା ମାଧ୍ୟମରେ ଆମେମାନେ ବର୍ତ୍ତମାନ ସମୟରେ ମୂଲ୍ୟବାନ ପାଣିକୁ ସଞ୍ଚୟ କରିବାର ଆବଶ୍ୟକତା ରହିଛି। ଏହା ସହିତ ଛୁଆ, ବୁଢା ସମସ୍ତଙ୍କ ପାଇଁ ଏହା ମଙ୍ଗଳ ହେବ ବୋଲି ସେ କହିଥିଲେ। 

ସେ କହିଥିଲେ କି, ଦୀର୍ଘ ସମୟ ପାଇଁ ମରୁଡ଼ି ଅବସ୍ଥା ପାଳିତ ପଶୁପକ୍ଷୀଙ୍କ ପାଇଁ ଏହା ଅତ୍ୟାଧିକ ବିପଦ ନୁହେଁ। ମାତ୍ର ଜଙ୍ଗଲୀ ଓଟମାନଙ୍କ ପ୍ରତି ଏହା ଘୋର ବିପଦ ସୃଷ୍ଟି କରିଥାଏ। କିଙ୍ଗ କହିଥିଲେ କି, ପାଣି ବିନା ଓଟମାନେ ବେଶ ଦୁର୍ବଳ ହୋଇ ପଡ଼ୁଛନ୍ତି। ଏପରିକି ପାଣି ସନ୍ଧାନରେ ଆସି କୁଅରେ ପଡ଼ି ମୃତ୍ୟୁ ମୁଖରେ ପଡ଼ି ରହିଛନ୍ତି। ଏହା ଫଳରେ ଓଟମାନଙ୍କ ମୃତ୍ୟୁ ମୁଖରେ ପଡ଼ିବାରୁ କୁଅ ପାଣି ମଧ୍ୟ ଦୂଷିତ ହେଉଛି। ଯାହା ଫଳରେ ମଣିଷ ଓ ପଶୁପକ୍ଷୀମାନଙ୍କ ପାଇଁ ବେଶ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ସେହିପରି ଏପିଓ୍ୱାଇ ଅଧିକାରୀମାନେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ଓଟଙ୍କୁ ହତ୍ୟା କରାଯାଇ ସାରିଲାଣି। 

ଏହା ସହିତ ଏହା ପୂର୍ବରୁ ଦକ୍ଷିଣ ଅଷ୍ଟ୍ରେଲିଆରେ ପ୍ରାୟ ୧୦ ହଜାର ଓଟଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ସେପଟେ ହତ୍ୟା କରାଯାଉଥିବା ଏହି ଓଟଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ବାହାରକୁ ଆସିଛି। ହତ୍ୟା କରାଯାଉଥିବା ଏହି ଓଟଙ୍କୁ ୧୮୪୦ ମସିହାରେ ଭାରତରୁ ଅଷ୍ଟ୍ରେଲିଆକୁ ନିଆଯାଇଥିଲା। ମହାଦ୍ୱୀପର ଘଞ୍ଚ ଅଞ୍ଚଳରେ ଅନୁସନ୍ଧାନ ପାଇଁ ଓଟମାନଙ୍କୁ ବ୍ୟବହାର କରାଯାଉଥିଲା। ଆଉ ଏହା ସହିତ ଭାରତରୁ ଏହି ଓଟମାନଙ୍କୁ ସେଠାକୁ ନିଆଯାଇଥିଲା ବୋଲି ସୂଚନା ଦିଆଯାଇଛି।