ମାତ୍ର ୧୯୧୬ ଟଙ୍କାରେ ଉଡ଼ନ୍ତୁ ଦିଲ୍ଲୀରୁ ଭୁବନେଶ୍ୱର
Advertisement

ମାତ୍ର ୧୯୧୬ ଟଙ୍କାରେ ଉଡ଼ନ୍ତୁ ଦିଲ୍ଲୀରୁ ଭୁବନେଶ୍ୱର

ବିମାନ ଯାତ୍ରା ଠାରୁ ମହଙ୍ଗା ଟ୍ରେନ ଯାତ୍ରା

ମାତ୍ର ୧୯୧୬ ଟଙ୍କାରେ ଉଡ଼ନ୍ତୁ ଦିଲ୍ଲୀରୁ  ଭୁବନେଶ୍ୱର

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଆକାଶରେ ଉଡ଼ିବାର ଇଛା ସମସ୍ତଙ୍କର ଥାଏ କିନ୍ତୁ ବିମାନ ଟିକେଟର ଦାମ ଅଧିକ ରହିବା କାରଣରୁ ସମସ୍ତଙ୍କ ପକ୍ଷେ ବିମାନ ଯାତ୍ରା ସମ୍ଭବ ହୁଏନି । କିନ୍ତୁ ଏବେ ଆପଣ ମଧ୍ୟ ଉଡ଼ିପାରିବେ ଆକାଶରେ । ପୁରାହେବ ସ୍ୱଳ୍ପ ରୋଜଗାରରେ ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଇଛା । କାରଣ ଏୟାର୍ ଇଣ୍ଡିଆର ଫ୍ଲାଇଟ୍ ଟିକେଟ୍ ଏବେ ଟ୍ରେନ୍ ଟିକେଟ୍ ଠାରୁ ମଧ୍ୟ ଶସ୍ତା ହୋଇଯାଇଛି । ଏବଂ ଏହାକୁ ଆପଣ ଇଜିମାଇଁଟ୍ରିପ୍ ଜରିଆରେ ଦେଖିବା ସହ ବୁକ୍ ମଧ୍ୟ କରିପାରିବେ ।

fallback

ଚଳିତ ବର୍ଷର ଅଗଷ୍ଟ ମାସ ୧୬ ତାରିଖରୁ ଏୟାର ଇଣ୍ଡିଆ ବିମାନ ଟିକେଟ୍ ର ମୂଲ୍ୟ ୧୯୧୬ ଟଙ୍କା ରହିଥିବା ଇଜିମାଇଁଟ୍ରିପ୍ ରେ ଦେଖିବାକୁ ମିଳିଛି । ଏପରିକି ଏହି ଦରରେ ଖାଇବାକୁ ମାଗଣା ମଧ୍ୟ ମିଳୁଥିବା ଦେଖିବାକୁ ମିଳିଛି । ତେବେ ଆପଣ ଯଦି ଶସ୍ତାରେ ବିମାନ ଯାତ୍ରା  କରିବାକୁ ଚାହୁଁଛନ୍ତି ତେବେ ଆଜି ହିଁ ଟିକଟ୍ ବୁକ୍ କରି ଆପଣଙ୍କ ସିଟ୍ କନଫର୍ମ କରିନିଅନ୍ତୁ । କାରଣ ଏହି ସୁବିଧାର ବୈଧତା ଖୁବ୍ କମ୍ ଦିନ ପାଇଁ ଉପଲବ୍ଧ ହେବ ବୋଲି ଏୟାର୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଟିକେଟ୍ ଦାମ ହ୍ରାସ ପରେ ବିମାନ ଯାତ୍ରୀଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ଖୁବ୍ ଖୁସିଥିବା ଦେଖିବାକୁ ମିଳିଛି ।

fallback