• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ମେ ୨୫ରୁ ଦିଲ୍ଲୀରୁ ବିମାନ ସେବା ଆରମ୍ଭ

ମେ ୨୫ରୁ ଦିଲ୍ଲୀରୁ ବିମାନ ସେବା ଆରମ୍ଭ

ମେ ୨୫ ତାରିଖରୁ ଦିଲ୍ଲୀରୁ ଆରମ୍ଭ ହେଉଛି ବିମାନ ସେବା |

Published: May 24, 2020, 06:14 PM IST|Updated: May 24, 2020, 06:14 PM IST
joinshare
ମେ ୨୫ରୁ ଦିଲ୍ଲୀରୁ ବିମାନ ସେବା ଆରମ୍ଭ

Trending

  • News
  • Photos
  • Videos
ଦିଲ୍ଲୀ ପହଞ୍ଚିବା ମାତ୍ରେ ଅଟକ! ଅଭିଜିତ ଦୀପକେଙ୍କ ସହ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ନେଲା ପୋଲ

ଦିଲ୍ଲୀ ପହଞ୍ଚିବା ମାତ୍ରେ ଅଟକ! ଅଭିଜିତ ଦୀପକେଙ୍କ ସହ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ନେଲା ପୋଲ

2

Dhruv Rathee: ଜନ୍ତରମନ୍ତରରେ CJPର ଆନ୍ଦୋଳନ, ଧ୍ରୁବ ରାଠୀଙ୍କ ଅଟକ ଖବରକୁ ନେଇ ଚର୍ଚ୍ଚା

3

Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

4

Trains Cancelled: ରାଜଧାନୀରେ ହାଇଆଲର୍ଟ: ୭୫ ଟ୍ରେନ୍ ବାତିଲ୍, ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ!

5

Top 10 News Today: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ, ଏସିଆନ ଚାମ୍ପ

ନୂଆଦିଲ୍ଲୀ: ଲକ ଡାଉନ ଯୋଗୁଁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବନ୍ଦ ରହିଥିବା ବିମାନ ସେବା ପୁଣି ଥରେ ଚାଲୁ ହେବାକୁ ଯାଉଛି | ଏଠାରେ ଥିବା ବିମାନ ବନ୍ଦରରରେ କରୋନା ସଂକ୍ରମଣକୁ ରୋକିବା ସହ ଯାତ୍ରୀଙ୍କ ସୁରକ୍ଷାଙ୍କ ଉପରେ ଧ୍ୟାନ ଦିଆଯାଇଛି | ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ପାଖରେ ସାନିଟାଇଜର ରଖିବା ସହ ହାତରେ ଗ୍ଲୋଭସ ପିନ୍ଧିବାକୁ ଜଣାଇ ଦିଆଯାଇଛି |   

ଦିଲ୍ଲୀ ଏୟାରପୋର୍ଟରୁ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ପ୍ରଥମେ ପ୍ରସ୍ଥାନ ଦ୍ୱାର ନିକଟରେ ନିଜର ବୋର୍ଡିଂ ପାସ ପ୍ରିଣ୍ଟ କରିବାକୁ ହେବ | ଏହା ସହିତ ଲଗେଜକୁ ସାନିଟାଇଜର ମେସିନ ମାଧ୍ୟମରେ ସାନିଟାଇଜ କରିବାକୁ ହେବ |  ଏହାବ ପରେ ଯାତ୍ରୀଙ୍କ ତାପମାତ୍ରା ପରୀକ୍ଷା କରାଯିବା ସହ ମୋବାଇଲରେ ଇନଷ୍ଟଲ କରିଥିବା ଆରୋଗ୍ୟ ସେତୁ ଆପ ଗ୍ରୀନ ସିଗନାଲ ଦେଖାଇବାକୁ ହେବ | ବିମାନ ବନ୍ଦର ପରିସରରେ  ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ କାଉଣ୍ଟରକୁ ଯାଇ ଆପଣଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ପଡିବ | ଏକ ଫର୍ମରେ ଆପଣ କୌଣସି କୋଭିଡ19 ରୋଗୀଙ୍କ ସମ୍ପର୍କରେ ଆସିନଥିବା ନେଇ ଲେଖିବାକୁ ହେବ | 

ଏୟାରପୋର୍ଟରେ ପ୍ରସ୍ଥାନ ଦ୍ୱାର ନିକଟରେ ସିଆଇଏସଏଫ ଯବାନ ଆପଣଙ୍କ ଟିକେଟ ଏବଂ ପରିଚୟପତ୍ର ଚେକ କରିବେ | ଏକ ଟ୍ରାନ୍ସପରେଣ୍ଟ ଗ୍ଲାସ ମାଧ୍ୟମରେ ଏହି କାର୍ଯ୍ୟ କରାଯିବ | କାରଣ ଏହା ଦ୍ୱାରା କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିବ ନାହିଁ | ଏହା ପରେ ଆପଣଙ୍କୁ ଅଟୋମେଟିକ ଦ୍ୱାର ପାର କରିବା ସହ ଜୋତା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମ୍ୟାଟ ବିଛାଯାଇଥିବ | ଏଠାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଆପଣଙ୍କ ତାପାମାତ୍ର ମପାଯିବ |  ଯଦି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରୁହେ ଆପଣଙ୍କୁ ଯାତ୍ରା କରିବାରୁ ରୋକାଯିବ | ବିମାନ ବନ୍ଦରରେ ଗେଟରେ ଲାଗିଥିବା ସାନିଟାଇଜରର ପ୍ରୟୋଗ କରିବାକୁ ହେବ | ଏହାର ଖାସିୟତ ଏହା ଯେ ଆପଣ ଏହାକୁ ଛୁଇଁବେ ନାହିଁ | ଏଥିରେ ସେନନ୍ସର ଲାଗିଛି |    

ବିମାନ ବନ୍ଦରରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି | ଏୟାରପୋର୍ଟ ପରିସରରେ ସୋସିଆଲ ଡିଷ୍ଟାନସିଂ ରକ୍ଷା କରିବା ପାଇଁ ମାର୍କିଂ କରାଯାଇଛି | ଏପରିକି ବସିବା ପାଇଁ ଥିବା ୪ ସେଟ ଚେୟାରରେ ମଝି ଦୁଇଟି ସିଟକୁ ଷ୍ଟିକର ଲଗାଯିବା ସହ ଏଥିରେ ନ ବସିବା କୁହାଯାଇଛି | ସେଲ୍ଫ ଚେକ ଇନ କାଉଣ୍ଟରରେ ଆପଣ ଆପଣଙ୍କ ବ୍ୟାଗ ଚେକ କରିବା ପାଇଁ ଆପଣଙ୍କୁ ଟ୍ୟାଗ ନେବାକୁ ହେବ | ଏଥିପାଇଁ ଆପଣଙ୍କ ପିଏନ ନମ୍ବର ଦେବାକୁ ହେବ | ଲଗେଜ ଚେକିଂ ପାଇଁ ଆପଣଙ୍କୁ ଟ୍ୟାଗ ନିଜେ ଲଗାଇବାକୁ ହେବ | ଯଦି ଆପଣ ମେସିନ ବ୍ୟବହାର ନକରିବାକୁ ଚାହୁଁଥାନ୍ତି  ଆପଣଙ୍କୁ ଏକ କାଗଜରେ ନିଜ ନାଁ ଏବଂ ପିଏନଆର ନମ୍ବର ଲେଖି ବ୍ୟାଗରେ ଲଗାଇବାକୁ ହେବ | 

ଏହା ପରେ ଆପଣଙ୍କୁ ସମ୍ବୋଧିତ ଏୟାରଲାଇନ୍ସ କାଉଣ୍ଟରକୁ ଯିବାକୁ ହେବ | ଯେଉଁଠି ନିଜ ବ୍ୟାଗକୁ ଲଗେଜ ବେଲ୍ଟ ଉପରେ ରଖିବାକୁ ହେବ | ଲଗେଜ ରିସିଭ ହେବା ନେଇ ମୋବାଇଲ ନମ୍ବରକୁ ମେସେଜ ପଠାଯିବ | ଏଠାରୁ ଆପଣ ସିକ୍ୟୁରିଟି ଚେକ ପଏଣ୍ଟକୁ ଯିବେ | ଯେଉଁଠି  ଆପଣଙ୍କ ଫିଜିକାଲ ଚେକିଂ କରାଯିବ | ଯଦି ଆପଣଙ୍କ ପାଖରେ, କୌଣସି ଧାତବ ସାମଗ୍ରୀ ଥାଏ ଆପଣଙ୍କୁ ସେଠାରେ ଥିବା ଟ୍ରେରେ ରଖିବାକୁ ହେବ | ବିମାନ ବନ୍ଦରରେ ସମସ୍ତ ଦୋକାନ ଖୋଲାଯିବା ସହ ସାମାଜିକ ଦୂରତା ରକ୍ଷା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ | ଏଠାରୁ ବୋର୍ଡିଂ ଗେଟ ଆଡକୁ ଯିବାକୁ ହେବ | ଏୟାରଲାଇନରେ ପ୍ରବେଶ କରିବା ପୂର୍ବରୁ ଆପଣଙ୍କ ବୋର୍ଡିଂ ପାସକୁ ସ୍କାନ କରାଯିବ | ପଛ ସିଟରେ ଥିବା ଯାତ୍ରୀଙ୍କୁ ପ୍ରଥମେ ପ୍ରବେଶ କରିବାକୁ ଅନୁମତି ମିଳିବ | 

 

Add Zee News as a Preferred Source
TAGS:
Delhi