କମୁଛି ବନ୍ୟା, ବଢୁଛି ଲୋକଙ୍କ ଦୁର୍ଦ୍ଦଶା
Advertisement

କମୁଛି ବନ୍ୟା, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଦୟା ଏବଂ କେନ୍ଦ୍ରାପଡାରେ ଏହି ଘଳିଆକୁ ମରାମତି କରାଯାଇ ନାହିଁ । ଏପରିକି ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରେ ବିଭାଗର ଅନୁଭବୀ ଯନ୍ତ୍ରୀ ଫ୍ଲଡ ଫାଇଟିଂ ମ୍ୟାଟେରିଆଲ ସହ ଉପସ୍ଥିତ ଥିବାବେଳେ ପାଣି କମିବା ମାତ୍ରେ ଘାଇକୁ ମରାମତି କରିବେ । ଏପରିକି ଦିନରାତି ଯନ୍ତ୍ରୀ ପାଟ୍ରୋଲିଂ କରୁଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।  

 କମୁଛି ବନ୍ୟା, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଧୀରେ ଧୀରେ କମୁଛି ବନ୍ୟା । ଅନ୍ୟପକ୍ଷେ ବନ୍ୟା ଜଳ ତାଣ୍ଡବ ରଚାଇ ସାରିଥିବାରୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ହେଲେ ଆଶ୍ୱସ୍ତିର କଥା ହେଉଛି ମହାନଦୀର ଉପରମୁଣ୍ଡରେ ବର୍ଷା ଆଦୌ ନ ଥିବାରୁ ଧିରେ ଧିରେ ହୀରାକୁଦକୁ ଉପରମୁଣ୍ଡରୁ ବନ୍ୟାଜଳ ଆସିବା କମିଛି । ଏପରିକି ଗତକାଲି ହାରୀକୁଦକୁ ୯ ଲକ୍ଷ ୧୨ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏବେ ଏହାର ପରିମାଣ ୫ ଲକ୍ଷକୁ ଖସିଛି । ଏପରିକି ହୀରାକୁଦ ବନ୍ଧର ବହୁ ଗେଟକୁ ମଧ୍ୟ ବନ୍ଦ କରାଯାଇଛି । 

ଅନ୍ୟପକ୍ଷେ ବନ୍ୟା ଯୋଗୁ ରାଜ୍ୟରେ ୩୬ଟି ଘାଇ ସୃଷ୍ଟି ହେବା ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ମୁଣ୍ଡଳୀରେ ଦିନ ଦୁଇଟା ପର୍ଯ୍ୟନ୍ତ ୧୦ ଲକ୍ଷ ୨୦ ହଜାର ଘନଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ଧିରେ ଧିରେ ଏହା କମୁଛି । ମହାନଦୀରେ ବନ୍ୟାଜଳ ଚାଲୁଥିବାରୁ ତଳମୁଣ୍ଡରେ ଥିବା ଦେବୀ, ଦୟା, ଭାର୍ଗବୀ ଏବଂ କୁଶଭଦ୍ରାରେ ଜଳ ପ୍ରବାହ ଚାଲୁଛି । ବହୁ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମହାନଦୀ ବାମ ପଟରେ ଥିବା କଟକ, ଜଗତସିଂହପୁର, କେନ୍ଦ୍ରାପଡା ଆଡକୁ ପାଣି ଯାଉଛି । 

ସେହିଭଳି ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଗକୁ ପୂର୍ଣ୍ଣମୀ ଥିବାରୁ ଏବଂ ବନ୍ୟାଜଳ ସମୁଦ୍ରକୁ ଠିକ ଭାବେ ନିଷ୍କାସିତ ହୋଇପାରୁ ନଥିବାରୁ ଜଳ ସମସ୍ୟାର ସାମାନ୍ୟ ସମାଧାନ ପାଇଁ ଆଉ ଅତି କମରେ ୪ ଦିନ ସମୟ ଲାଗିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ରାଜ୍ୟରେ ମୋଟ ୩୬ଟି ଘାଇ ହୋଇଥିବା ବେଳେ ଯାଜପୁରରେ ସର୍ବାଧିକ ଘାଇ ହୋଇଛି । ସର୍ବାଧିକ ଘାଇ ବୈତରଣୀ, ବ୍ରାହ୍ମଣୀରେ ହୋଇଥିବାବେଳେ ମହାନଦୀ ସିଷ୍ଟମରେ ୫ଟି ଘାଇ ହୋଇଛି । 

ମୁଖ୍ୟ କଥା ହେଉଛି ବିଭିନ୍ନ ନଦୀବନ୍ଧରେ ମୋଟ ୫୧୦ଟି ଘଳିଆ ପଡି ଘାଇ ହେବାର ସର୍ବାଧିକ ସମ୍ଭାବନା ଥିଲେ ମଧ୍ୟ ଜଳସମ୍ପଦ ବିଭାଗର ଅନୁଭବୀ ଯନ୍ତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ଏ ସବୁ ସ୍ଥାନରେ ଘାଇ ହେବାକୁ ଦିଆଯାଇ ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ନଚେତ ବର୍ତ୍ତମାନ ଘାଇ ସଂଖ୍ୟା ଠାରୁ କାହିଁ କେତେ ଗୁଣରେ ଅଧିକ ଘାଇ ହୋଇଥାନ୍ତା ବୋଲି କହିଛନ୍ତି ସର୍ବୋଚ୍ଚ ସେ । ଏପରିକି ସୋମବାର ମଧ୍ୟ ୧୦ଟି ସ୍ଥାନରେ ବଡ ବଡ ଘଳିଆକୁ ମରାମତି କରାଯାଇ ଘାଇ ବିପଦକୁ ଟାଳି ଦିଆଯାଇଛି । 

ଦୟା ଏବଂ କେନ୍ଦ୍ରାପଡାରେ ଏହି ଘଳିଆକୁ ମରାମତି କରାଯାଇ ନାହିଁ । ଏପରିକି ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରେ ବିଭାଗର ଅନୁଭବୀ ଯନ୍ତ୍ରୀ ଫ୍ଲଡ ଫାଇଟିଂ ମ୍ୟାଟେରିଆଲ ସହ ଉପସ୍ଥିତ ଥିବାବେଳେ ପାଣି କମିବା ମାତ୍ରେ ଘାଇକୁ ମରାମତି କରିବେ । ଏପରିକି ଦିନରାତି ଯନ୍ତ୍ରୀ ପାଟ୍ରୋଲିଂ କରୁଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।  

ଏହା ସହିତ ହୀରାକୁଦରେ ଆଉ ୨ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ବାମ ପଟର ୨୩ଟି ଗେଟ ଖୋଲା ଯାଇଥିବା ବେଳେ ଡାହାଣ ପଟର ୧୧ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ। ଉପର ମୁଣ୍ଡରୁ ୪ ଲକ୍ଷ ୭୨ ହଜାର ୬୮୯ ଘବଫୁଟ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡକୁ ୫ ଲକ୍ଷ ୯୩ ହଜାର ୩୯୫ ଘନଫୁଟ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୬.୮୯ ରହିଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ହେଉଛି 630 ଫୁଟ ।