ସଂକଟ ସମୟରେ ସହାୟତାର ହାତ ବଢାଇଲା 'ଓଡ଼ିଆ ସମାଜ'
Advertisement
Article Detail0/zeeodisha/odisha665910

ସଂକଟ ସମୟରେ ସହାୟତାର ହାତ ବଢାଇଲା 'ଓଡ଼ିଆ ସମାଜ'

୩୨୫୦ ପରିବାରଙ୍କୁ ସହାୟତା ଯୋଗାଇଲା ଓଡ଼ିଆ ସମାଜ...

ସଂକଟ ସମୟରେ ସହାୟତାର ହାତ ବଢାଇଲା 'ଓଡ଼ିଆ ସମାଜ'

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ ବା କୋଭିଡ-୧୯ ଏକ ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶ ଲକଡାଉନରେ ରହିଛି । ସାମାଜିକ ଦୂରତା ବଜାୟ ରଖିବା ସହିତ ସତର୍କତା ଅବଲମ୍ବନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଲକଡାଉନ ସମୟରେ ଅନେକ ଲୋକ ଅକଥନୀୟ ସମସ୍ୟା ମଧ୍ୟରେ ରହିଛନ୍ତି।   ଆଉ ସେମାନଙ୍କୁ ସହାୟତା କରିବା ପାଇ ଦିଲ୍ଲୀର ଓଡ଼ିଆ ସମାଜ ସହାୟତାର ହାତ ବଢାଇଛି।  

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ନାଗରିକ ସମାଜ ବା ସିଭିଲ୍ ସୋସାଇଟି ଅଥବା ବିଭିନ୍ନ ଅଣଲାଭକାରୀ ଅନୁଷ୍ଠାନ ମଧ୍ୟ ଦିଲ୍ଲୀ ଏନ୍‌ସିଆର୍‌ରେ ରହୁଥିବା ଲୋକମାନଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ବିଶେଷ କରି ଯେଉଁ ଲୋକମାନେ ଓଡ଼ିଶାରୁ ରୋଜଗାର ସନ୍ଧାନରେ ଆସି ଏଠାରେ ବାସ କରୁଛନ୍ତି । ଏହିକ୍ରମରେ ଓଡ଼ିଆ ସମାଜ ଉଦ୍ୟମକୁ ତ୍ୱରାନ୍ୱିତ କରିବା ସହ ଏହି ଆହ୍ୱାନକୁ ସ୍ୱିକାର ମଧ୍ୟ କରିଛି । ଦିଲ୍ଲୀ ଏନ୍‌ସିଆର୍‌ଠାରେ ବାସ କରୁଥିବା ଏବଂ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ସଂଖ୍ୟାଧିକ ଓଡ଼ିଆ ଶ୍ରମିକଙ୍କ ଅଧିକାର ନିମନ୍ତେ ଆଇନଗତ ସହାୟତା ପ୍ରଦାନ କରିବା ସହ ରିଲିଫ୍ ଯୋଗାଇବା, ଅସୁବିଧାରେ ଥିବା ଓଡ଼ିଆମାନଙ୍କ ଅଭିଯୋଗ ଶୁଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛି । 

fallback

ଦିଲ୍ଲୀ ଏନ୍‌ସିଆର୍‌ରେ ଥିବା ଓଡ଼ିଆମାନଙ୍କୁ ଗତ ୩୦ ତାରିଖରୁ ପ୍ରତିଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସହିତ ସ୍ଥାନୀୟ ସ୍କୁଲ ଗୃହ ଓ ଅନ୍ୟାନ୍ୟ ଗୋଷ୍ଠୀ କେନ୍ଦ୍ରରେ ରାସନ ପ୍ୟାକେଟ୍ ବଣ୍ଟନ କରିଛି ଓଡ଼ିଆ ସମାଜ । ଅନୁଷ୍ଠାନର ଏହି ଅଭିନବ ପ୍ରୟାସରେ ଗୁରଗାଓଁ, ମନେସାର, ଫରିଦାବାଦ, ଭିୱାଡି, ଗାଜିଆବାଦ, ନୋଏଡା, ଗ୍ରେଟର ନୋଏଡା, ଆୟାନଗର, ଉତମନଗର, ପୀରାଗର୍ହି, କୋଟଲା, ନାଗଲୋଇ, ତୁଗଲକାବାଦ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳର ଏ ପର୍ଯ୍ୟନ୍ତ ମଧ୍ୟରେ ପ୍ରାୟ ୩୨୫୦ ପରିବାରକୁ ଶୁଖିଲା ରାସନ ଯୋଗାଇ ଦିଆଯାଇଛି । 

ଓଡ଼ିଆ ସମାଜ ପକ୍ଷରୁ ଏକ ଲିଗାଲ ଏଡ଼ ସେଲ୍ ସ୍ଥାପନା କରାଯାଇଛି ଯାହା କି ଦିଲ୍ଲୀ ଏନ୍‌ସିଆର୍‌ରେ ଥିବା ଓଡ଼ିଆ ଶ୍ରମିକମାନଙ୍କୁ ବିଶେଷ କରି ଏହି ନ୍ୟାସନାଲ୍ ଲକଡାଉନ୍ ସମୟରେ ରୋଜଗାର ହରାଇଥିବା ପରିବାରକୁ ସାହାଯ୍ୟ କରିବାରେ ପ୍ରଂଶସନୀୟ କାର୍ଯ୍ୟ କରୁଅଛି । ଲକଡାଉନ୍ ସମୟରେ ବେରୋଜଗାର ହୋଇଥିବା ଏବଂ ଘରଭଡ଼ା ଦେଇପାରୁ ନ ଥିବା ଏହି ଓଡ଼ିଆ ଶ୍ରମିକ ପରିବାର ଘରମାଲିକମାନଙ୍କଠାରୁ ଘର ଛାଡ଼ିବା ପାଇଁ ଧମକ ପାଉଛନ୍ତି । 

ସେହି ପରିସ୍ଥିତିରେ ଏହି ଲିଗାଲ ଏଡ଼ ସେଲ୍ ଶ୍ରମିକ ଏବଂ ଜିଲା ପ୍ରଶାସନ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି । ଘରମାଲିକମାନେ ଘରଭଡ଼ା ନ ମାଗିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିଗୁଡ଼ିକର ସଠିକ୍ ରୂପାୟନ ଦିଗରେ ଏହି ସେଲ୍ ନିୟମିତ ଭାବେ କାର୍ଯ୍ୟକରିଆସୁଛି । ଉପରୋକ୍ତ କାର୍ଯ୍ୟଧାରାଗୁଡ଼ିକ ସୁରୁଖୁରୁରେ ଏବଂ ନିରବଚ୍ଛିନ୍ନ ଭାବେ ଚାଲିବାକୁ ସୁନିଶ୍ଚିତ କରିବାକୁ ଯାଇ, ଓଡ଼ିଆ ସମାଜ ପକ୍ଷରୁ ଜୋନାଲ ସଂଯୋଜକମାନଙ୍କୁ ନେଇ ଏକ ବ୍ୟାଣ୍ଡ ଗଠନ କରାଯାଇଛି। ଏଥିରେ ରବି ପ୍ରଧାନ, ମୀନକେତନ ମିଶ୍ର, ପି କେ ଦାଶ, ବିଦ୍ୟାଧର ସାହୁ, ଅଫିସାର ରାଉତ, ଉମାକାନ୍ତ ଦାସ, ବସନ୍ତ ସ୍ୱାଇଁ, ଉଦୟ ନାଥ ସ୍ୱାଇଁ, ମୀନକେତନ ସାମଲ, ମିହିର ରାୟ, ଅନନ୍ତ ମଲ୍ଲିକ ଏବଂ ନନ୍ଦକିଶୋର ଦ୍ୱିବେଦୀ ପ୍ରମୁଖଙ୍କ ସମେତ ସଂଖ୍ୟାଧିକ ସ୍ୱେଚ୍ଛାସେବୀ ଏହିଧାରାରେ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ଏହି ଲକଡାଉନ୍ ସମୟରେ ପ୍ରତ୍ୟେକ ଦିନ ଅଭାବୀ ଏବଂ ଦୁଃସ୍ଥ ପରିବାରଙ୍କୁ ସାହାଯ୍ୟ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛନ୍ତି । 

ଓଡ଼ିଆ ସମାଜ ସଭାପତି  ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ଓଡ଼ିଆ ସମାଜ ସର୍ବଦା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ସହଯୋଗର ହାତ ବଢାଇଛି । ବର୍ତ୍ତମାନ ପରିସ୍ଥିତିରେ ଅଭାବୀ, ଅସହାୟ ଏବଂ ଅସୁବିଧାରେ ପଡ଼ିଥିବା ଓଡ଼ିଆ ପରିବାର ବା ବ୍ୟକ୍ତିଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରିବା ପାଇଁ ଆମେ ଘର ଘର ଘର ବୁଲି ସହାୟତା ପହଞ୍ଚିବା ଉପରେ ପ୍ରାଧାନ୍ୟ ଦେଉଅଛୁ । କେତେକ ସ୍ଥାନରେ ଆମ ବିତରଣ ପ୍ରକ୍ରିୟାରେ ସହାୟତା କରିବା ପାଇଁ ସ୍ଥାନୀୟ ସରକାରୀ କର୍ମୀ ଏବଂ ଦିଲ୍ଲୀ ପୋଲିସର ସହାୟତା ନେଉଛୁ, ଯାହା ଦ୍ୱାରା ସାମାଜିକ ଦୂରତା ବଜାୟ ରଖିବାର ନିବେଦନ ସଫଳ ହେବ । ଦିଲ୍ଲୀ ଏନ୍‌ସିଆର୍‌ରେ ୧୫ ରୁ ୧୮ ଜଗନ୍ନାଥ ମନ୍ଦିର ଏବଂ ବିଭିନ୍ନ ଓଡ଼ିଆ ସଂଗଠନ ରହିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦-୮୦ ଜଣ ସ୍ୱତଃପ୍ରବୃତ ଭାବେ ଆସି ଏହି କାର୍ଯ୍ୟରେ ଓଡ଼ିଆ ସମାଜ ସହ ହାତ ମିଳାଇଛନ୍ତି ।

;