ନାରୀ ଶକ୍ତିକୁ ସଲାମ: ସଂସଦର ଏହି କମିଟିରେ ପ୍ରଥମଥର ସମସ୍ତ ସଦସ୍ୟ ମହିଳା, ଜଣେ ହେଲେ ନାହିଁ ପୁରୁଷ

ଭାରତର ଇତିହାସରେ ୨୦୧୯ ଲୋକସଭା ନିର୍ବାଚନ ଏକ ଐତିହାସିକ ନିର୍ବାଚନ ଥିଲା । ଏଥର ସର୍ବାଧିକ ଭୋଟର ନିଜ ମତାଧିକ ସାବ୍ୟସ୍ତ କରିଥିବା ବେଳେ ମହିଳା ସଶକ୍ତିକରଣ ଦୃଷ୍ଟିରୁ ଏହି ନିର୍ବାଚନରେ ନୂଆ ଇତିହାସ ଲେଖା ଯାଇଥିଲା । ଚଳିତ ଥର ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇ ଲୋକସଭାକୁ ପହଞ୍ଚିଛନ୍ତି । ଏହାସହ ନୂଆ ଇତିହାସ ରଚିଥିଲା ସଂସଦ ।

ନାରୀ ଶକ୍ତିକୁ ସଲାମ: ସଂସଦର ଏହି କମିଟିରେ ପ୍ରଥମଥର ସମସ୍ତ ସଦସ୍ୟ ମହିଳା, ଜଣେ ହେଲେ ନାହିଁ ପୁରୁଷ
ହିନା ଗାଭିତ

ନୂଆଦିଲ୍ଲୀ: ଭାରତର ଇତିହାସରେ ୨୦୧୯ ଲୋକସଭା ନିର୍ବାଚନ ଏକ ଐତିହାସିକ ନିର୍ବାଚନ ଥିଲା । ଏଥର ସର୍ବାଧିକ ଭୋଟର ନିଜ ମତାଧିକ ସାବ୍ୟସ୍ତ କରିଥିବା ବେଳେ ମହିଳା ସଶକ୍ତିକରଣ ଦୃଷ୍ଟିରୁ ଏହି ନିର୍ବାଚନରେ ନୂଆ ଇତିହାସ ଲେଖା ଯାଇଥିଲା । ଚଳିତ ଥର ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇ ଲୋକସଭାକୁ ପହଞ୍ଚିଛନ୍ତି । ଏହାସହ ନୂଆ ଇତିହାସ ରଚିଥିଲା ସଂସଦ ।

ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ସଂସଦୀୟ କମିଟିରେ ଏଥର ସ୍ଥାନ ପାଇଥିବା ସମସ୍ତ ସଦସ୍ୟ ହେଉଛନ୍ତି ମହିଳା ସାଂସଦ । ଏଥିରେ ଜଣେ ହେଲେ ପୁରୁଷ ସାଂସଦଙ୍କୁ ସ୍ଥାନ ମିଳି ନାହିଁ । ଯାହା ସଂସଦୀୟ ଇତିହାସରେ ପ୍ରଥମଥର ଏପରି ହୋଇପାରିଛି । ସଂସଦରେ ବିଭିନ୍ନ ବିଷୟକୁ ଭିନ୍ନ ଭିନ୍ନ କମିଟି ଗଠିତ ହୋଇଥାଏ, ଯେଉଁଥିରେ ବିଭିନ୍ନ ଦଳର ସାଂସଦ ସାମିଲ ହୋଇଥାନ୍ତି । ଏଥର ଯେଉଁ ମହିଳା ସଶକ୍ତିକରଣ ଓ ଏହା ସମ୍ବନ୍ଧୀୟ କମିଟି ଗଠିତ ହୋଇଛି, ସେଥିରେ ପ୍ରାୟ ୩୦ ଜଣ ସଦସ୍ୟ ଅଛନ୍ତି ।

ଏହି ସମସ୍ତ ସଦସ୍ୟ ହେଉଛନ୍ତି ମହିଳା ଓ ଏଥିରେ କୌଣସି ପୁରୁଷ ସାଂସଦ ସ୍ଥାନ ପାଇ ନାହାନ୍ତି । ଏହି କମିଟର ନେତୃତ୍ୱ ଭାରତୀୟ ଜନତା ପାର୍ଟି(ବିଜେପି)ର ମହିଳା ସାଂସଦ ହିନା ଗାଭିତ କରୁଛନ୍ତି । ସେ ମହାରାଷ୍ଟ୍ରର ନାନ୍ଦୁରୱାରରୁ ନିର୍ବାଚିତ ହୋଇ ଆସିଛନ୍ତି । ଏହି କମିଟିରେ ୩୦ ସଦସ୍ୟଙ୍କ ମଧ୍ୟରୁ ୨୦ ଲୋକସଭା ଓ ୧୦ ରାଜ୍ୟସଭା ସାଂସଦ ଅଛନ୍ତି ।

ଏହି କମିଟିରେ ଗାବିତଙ୍କ ବ୍ୟତୀତ ବହୁ ବରିଷ୍ଠ ସାଂସଦ ମଧ୍ୟ ଅଛନ୍ତି । ବିଜେପି ତରଫରୁ ଲୋକେଟ ଚାଟାର୍ଜୀ, ଶୋଭା କରନ୍ଦଲଜେ ସ୍ଥାନ ପାଇଛି । ସେହିପରି ଡିଏମକେରୁ କନିମୋଝି ଲୋକସଭାରୁ ଅନ୍ୟପକ୍ଷେ ଜୟା ବଚ୍ଚନ, ମୀସା ଭାରତୀ ସମେତ ସର୍ବମୋଟ ୧୦ ଜଣ ରାଜ୍ୟସଭା ସାଂସଦ ଏହି କମିଟିରେ ସ୍ଥାନ ପାଇଛନ୍ତି । 

ମହିଳା ସଶକ୍ତିକରଣ ସହ ଯୋଡିତ ଏହି କମିଟି ୧୯୯୭ରୁ କାମ କରି ଆସୁଅଛି । ଏହାପୂର୍ବରୁ ୨୦୧୪ରେ ଅର୍ଥାତ ୧୬ତମ ଲୋକସଭା କମିଟିରେ ସର୍ବମୋଟ ୨୮ ଜଣ ମହିଳା ସାଂସଦ ରହିଥିବା ବେଳେ ୨ ଜଣ ପୁରୁଷ ସାଂସଦ ଥିଲେ।