close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପ୍ରେମିକା ସହ କରବାଚୌଥ ପାଳିଲା ସ୍ତ୍ରୀ, ବେକରେ ରଶି ଲଗାଇଲା ସ୍ୱାମୀ

ସ୍ତ୍ରୀଙ୍କ ପାଇଁ କରବାଚୌଥ ଦିନ ଆତ୍ମହତ୍ୟା ସ୍ୱାମୀ କଲା ସ୍ୱାମୀ 

ପ୍ରେମିକା ସହ କରବାଚୌଥ ପାଳିଲା ସ୍ତ୍ରୀ, ବେକରେ ରଶି ଲଗାଇଲା ସ୍ୱାମୀ
for wife's extra marital affair husband committed suicide

ହିମାଶୁଂ ଶେଖର ସାମଲ, ଭୁବନେଶ୍ୱର: ସ୍ୱାମୀର ଦୀର୍ଘାୟୁ ପାଇଁ ସ୍ତ୍ରୀ ଯେ କେତେ କଣ ବ୍ରତ, ଉପବାସ କରିଥାଏ ତାହା ନ କହିବା ଭଲ । କାରଣ ଭାରତରେ ସ୍ତ୍ରୀ ପାଇଁ ସ୍ୱାମୀ ହିଁ ଦେବତା, ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଭଗବାନ ନିକଟରେ ସାକ୍ଷୀ ହୋଇଥାନ୍ତି ଉଭୟ ସ୍ୱାମୀ ଓ ସ୍ତ୍ରୀ । କିନ୍ତୁ ଉତ୍ତରପ୍ରଦେଶର କାସଗଞ୍ଜରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

କରବା ଚୌଥ, ସ୍ୱାମୀର ମଙ୍ଗଳ କାମନା କରି ସ୍ତ୍ରୀ ଉପବାସ ରଖିଥାଏ । କିନ୍ତୁ କାସଗଞ୍ଜରେ ଜଣେ ପ୍ରେମୀ ଯୋଡିଙ୍କ କାହାଣୀ କରବା ଚୌଥର ପବିତ୍ର ଦିନରେ କଳଙ୍କ ଲଗାଇଛି । ସ୍ତ୍ରୀ ନିଜର ପ୍ରେମିକ ନିକଟରୁ ନ  ଆସିବା ପରେ ବେକରେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା । ଗୁରୁବାର ସକାଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଗାଁର ଏକ ଗଛରେ ଛୁଲିଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ମୃତକ ସ୍ୱାମୀଙ୍କ ସ୍ତ୍ରୀ ନୋଏଡ଼ାରେ ତାଙ୍କ ପ୍ରେମୀଙ୍କ ସହ ରହୁଥିଲେ । ଏ ନେଇ ମୃତକଙ୍କ ପରିବାର ଥାନାରେ ଏତଲା ଦେଇଛନ୍ତି ।
ମାମଲା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁରେ ରହୁଥିବା ସୁଗଡ ସିଂହଙ୍କ ପୁଅ ସୁରଞ୍ଜନ ସିଂହ ଅକ୍ଟୋବର ୭ତାରିଖରେ ପତ୍ନୀକୁ ଡାକିବା ପାଇଁ ଘରୁ ଯାଇଥିଲେ । କିନ୍ତୁ ପରେ ଆଉ ଘରକୁ ଫେରିନଥିଲେ । ପରେ ପରିବାର ଲୋକେ ସୁରଞ୍ଜନକୁ ଖୋଜିବାକୁ ଲାଗିଥିଲେ ।
ଗୁରୁବାର ସକାଳେ ସୁରଞ୍ଜନଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ପରିବାର ଓ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ପରିବାର ଲୋକଙ୍କୁ ପଚରାଉଚରା ମଧ୍ୟ କରିଥିଲେ । 

ମୃତକ ଭାଇ ପଞ୍ଜାବ ସିଂହଙ୍କ କହିବା ଅନୁସାରେ ସୁରଞ୍ଜନଙ୍କ ବିବାହ ସିଢପୁରା ଥାନା ଅନ୍ତର୍ଗତ ତଇପୁର ଅଞ୍ଚଳର ରଞ୍ଜନିଙ୍କ ସହ  ହୋଇଥିଲା । ପରେ ଉଭୟ ସ୍ୱାମୀ ସ୍ତ୍ରୀ ଦିଲ୍ଲୀରେ ରହିବାକୁ ଲାଗିଲେ । ସେଠାରେ  ରଞ୍ଜନୀ ଏଟା ଗ୍ରାମର ଜୟପାଲ ସିଂହଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସୁରଞ୍ଜନ ଅନେକ ଥର ରଞ୍ଜନୀକୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ, ରଞ୍ଜନୀ ନିଜ ପ୍ରେମିକାକୁ ଛାଟିବାକୁ ରାଜି ନଥିଲେ । ତେଣୁ ପବିତ୍ର କରବା ଚୌଥ ଉପଲକ୍ଷେ ସ୍ତ୍ରୀକୁ ଘରକୁ ଆଣିବାକୁ ପ୍ରୟାସ କରିଥିଲେ ସୁରଞ୍ଜନ, କିନ୍ତୁ ରଞ୍ଜନୀ ଏହାକୁ ସିଧାସଳଖ ମନା କରି ଦେଇଥିଲେ ।

ବହୁଦିନ ଧରି ସ୍ତ୍ରୀ ଓ ପିଲାମାନଙ୍କ ସହ ନ ରହିବା ମୋ ପାଇଁ ଏକ ଖରାପ ସମୟ ବୋଲି ସୁରଞ୍ଜନ ଚିନ୍ତା କରୁଥିବା ଭାଇ କହିଥିଲେ। ଏଭଳି ମାନସିକ ଚିନ୍ତାରେ ରହୁଥିବା ଯୋଗୁଁ ଭାଇ ମୃତ୍ୟୁର ବାଟ ବାଛିଥିଲା ବୋଲି ପଞ୍ଜାବ ସିଂହ କହିଛନ୍ତି ।  ଏହି ଘଟଣାରେ ଥାନା ଅଧିକାରୀଙ୍କ କହିବା ଅନୁସାରେ ପତ୍ନୀର ପ୍ରେମ ସମ୍ପର୍କ ନେଇ ସ୍ୱାମୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ନୋଏଡାରେ ରହୁଛନ୍ତି, ତେଣୁ ସେଠାରେ ପରିବାର ଲୋକେ ମାମଲା ଦାୟର କରିବା ଦରକାର ବୋଲି ସେ କହିଛନ୍ତି । ସୁରଞ୍ଜନଙ୍କ ମୃତଦେହକୁ ଶବ ବ୍ୟବଛେଦ କରିବାକୁ ପଠାଇ ଦିଆ ଯାଇଥିବା ସେ କହିଛନ୍ତି ।