Advertisement
Article Detail0/zeeodisha/odisha664739
Zee OdishaOther Newsବେଙ୍ଗାଲୁରୁ ଉପକଣ୍ଠରେ ଡାଇନୋସର !

ବେଙ୍ଗାଲୁରୁ ଉପକଣ୍ଠରେ ଡାଇନୋସର !

ଆଜି ଅପରାହ୍ନରେ ଭାରତୀୟ ବନସେବା ଅଧିକାରୀ ପ୍ରବୀଣ କାସୱାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଡାଇନୋସର ଦେଖିବା ସହିତ ତାର ଏକ ଫଟୋଚିତ୍ର ପୋଷ୍ଟ କରିଥିଲେ। ଏହାକୁ ଦେଖିବାକୁ ପରେ ତାଙ୍କ ଫଲୋଅର୍ସମାନେ ବେଶ ଚକିତ ହୋଇ ପଡ଼ିଥିଲେ। ତେବେ ପ୍ରବୀଣ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ବେଙ୍ଗାଲୁରୁର ହିବ୍ବଲ ଝରଣା ନିକଟର ଏହି ଛବି ବୋଲି ସେ ଉକ୍ତ ପୋଷ୍ଟରେ ସୂଚନା

ବେଙ୍ଗାଲୁରୁ ଉପକଣ୍ଠରେ ଡାଇନୋସର !

ବେଙ୍ଗାଲୁରୁ: ଆଜି ଅପରାହ୍ନରେ ଭାରତୀୟ ବନସେବା ଅଧିକାରୀ ପ୍ରବୀଣ କାସୱାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଡାଇନୋସର ଦେଖିବା ସହିତ ତାର ଏକ ଫଟୋଚିତ୍ର ପୋଷ୍ଟ କରିଥିଲେ। ଏହାକୁ ଦେଖିବାକୁ ପରେ ତାଙ୍କ ଫଲୋଅର୍ସମାନେ ବେଶ ଚକିତ ହୋଇ ପଡ଼ିଥିଲେ। ତେବେ ପ୍ରବୀଣ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ବେଙ୍ଗାଲୁରୁର ହିବ୍ବଲ ଝରଣା ନିକଟର ଏହି ଛବି ବୋଲି ସେ ଉକ୍ତ ପୋଷ୍ଟରେ ସୂଚନା ଦେଇ ଉଲ୍ଲେଖ କରିଥିଲେ। 

ପ୍ରବୀଣ ପୋଷ୍ଟ କରିଥିବା ଫଟୋରେ କିଛି ଡାଇନୋସର ଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରବୀଣ ଲେଖିଛନ୍ତି କି, ଏବେ ଘୃଣା କରୁଥିବା ଲୋକମାନେ କହିବେ ଏହା ଫୋଟୋ ସେଡ଼ ବୋଲି। ଡାଇନୋସର ବର୍ତ୍ତମାନ ବାଙ୍ଗାଲୋରର ହେବଲ ଝରଣା ନିକଟରୁ ଚାଲିଆସିଛନ୍ତି। ଲକଡାଉନ ଥିବାରୁ ବର୍ତ୍ତମାନ ଜୀବ ମାନେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। 

ତେବେ ଜଣେ ଆଇଏଫଏସ ଅଧିକାରୀ ଏଭଳି ଏକ ଫଟୋ ଛାଡ଼ିବା ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି। ତେବେ ପ୍ରବୀଣ ବର୍ତ୍ତମାନ ଏକ ଟ୍ରେଣ୍ଡରେ ଭାଗ ନେଉଛନ୍ତି, ଯାହା ଗତ କିଛି ଦିନ ମଧ୍ୟରେ ଟ୍ୱିଟରରେ ଝଡ଼ ସୃଷ୍ଟି କରିଛି।

Add Zee News as a Preferred Source

କରୋନା ଭାଇରସ୍ ଲକଡାଉନ୍ ସମୟରେ ବାୟୁ ସଫା ହୋଇଯାଇଥିଲା ଏବଂ ନିକଟରେ ହିମାଳୟ ଉପତ୍ୟକା ଜଲନ୍ଦରରୁ ଦେଖିବାକୁ ମିଳିଥିଲା। ଯାହା ପରେ ଲୋକମାନେ ପ୍ରକୃତି ସହିତ ସୁସ୍ଥ ଥିବା ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ କମ୍ ପ୍ରଦୂଷଣ ହେତୁ ସିଡନୀରୁ ନ୍ୟୁୟର୍କ ପର୍ଯ୍ୟନ୍ତ, ପରେ ଦିଲ୍ଲୀରୁ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ଦେଖିପାରିବେ । ପରିବେଶ ନିର୍ମଳ ପବନ ହେତୁ କେହି କେହି ବାଲକୋନିରୁ ଭଗବାନଙ୍କୁ ଦେଖିବା ଆରମ୍ଭ କଲେ । ଲୋକମାନେ ମଜାଳିଆ ଫଟୋ ସେୟାର କରୁଛନ୍ତି । ପ୍ରବୀଣ କାସୱାନ୍ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଚିତ୍ରକୁ ପ୍ରଥମେ ଦେଖନ୍ତୁ । ତେବେ ପରବର୍ତ୍ତି ସମୟରେ ଉକ୍ତ ଟ୍ୱିଟକୁ ହଟାଇ ଦିଆଯାଇଛି ।

About the Author