ଓଡ଼ିଶା ପ୍ରେମରେ ବିଦେଶୀ ଚିତ୍ରଶିଳ୍ପୀ
Advertisement

ଓଡ଼ିଶା ପ୍ରେମରେ ବିଦେଶୀ ଚିତ୍ରଶିଳ୍ପୀ

ଓଡ଼ିଶା ପ୍ରେମରେ ବିଦେଶୀ ଚିତ୍ରକର। ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ, ଧଉଳୀ ଶାନ୍ତିସ୍ତୁପ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ବୁଲି ଦେଖିଛନ୍ତି ବିଦେଶୀ ଚିତ୍ରକର। କେବଳ ବୁଲି ଦେଖିନାହାନ୍ତି, ବରଂ ପାରିପାର୍ଶ୍ୱିକ ସ୍ଥିତିକୁ ରଙ୍ଗତୁଳୀ ମାଧ୍ୟମରେ ବାସ୍ତବ ରୂପ ଦେବାକୁ ମଧ୍ୟ ପ୍ରୟାସ କରିଛନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କ ଚିତ୍ର କାନଭାସରେ ମଧ୍ୟ ଆଙ୍କିବାକୁ ପ୍ରୟାସ କରିଛନ୍ତି। ଏ ହେଉଛି ଥାଇଲାଣ୍ଡରୁ ଆସିଥିବା ୫ ଜଣ ଚିତ୍ରକରଙ୍କର।  

ଓଡ଼ିଶା ପ୍ରେମରେ ବିଦେଶୀ ଚିତ୍ରଶିଳ୍ପୀ

ସଞ୍ଜୟ ମହାପାତ୍ର, ପୁରୀ: ଓଡ଼ିଶା ପ୍ରେମରେ ବିଦେଶୀ ଚିତ୍ରକର। ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ, ଧଉଳୀ ଶାନ୍ତିସ୍ତୁପ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ବୁଲି ଦେଖିଛନ୍ତି ବିଦେଶୀ ଚିତ୍ରକର। କେବଳ ବୁଲି ଦେଖିନାହାନ୍ତି, ବରଂ ପାରିପାର୍ଶ୍ୱିକ ସ୍ଥିତିକୁ ରଙ୍ଗତୁଳୀ ମାଧ୍ୟମରେ ବାସ୍ତବ ରୂପ ଦେବାକୁ ମଧ୍ୟ ପ୍ରୟାସ କରିଛନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କ ଚିତ୍ର କାନଭାସରେ ମଧ୍ୟ ଆଙ୍କିବାକୁ ପ୍ରୟାସ କରିଛନ୍ତି। ଏ ହେଉଛି ଥାଇଲାଣ୍ଡରୁ ଆସିଥିବା ୫ ଜଣ ଚିତ୍ରକରଙ୍କର।  

ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ନୀଳଚକ୍ର ଆନ୍ତର୍ଜାତୀୟ ଚିତ୍ରକଳା କର୍ମଶାଳା। ଏଥିରେ ଯୋଗ ଦେବା ପାଇଁ ଥାଇଲ୍ୟାଣ୍ଡରୁ ୫ ଜଣ ଚିତ୍ରକର ଓଡ଼ିଶା ଆସିଛନ୍ତି। ସେମାନଙ୍କ ସହିତ ଭାରତର ୪ ଜଣ ଚିତ୍ରଶିଳ୍ପୀ ମଧ୍ୟ ଯୋଗ ଦେଇଥିଲେ। ଥାଇଲ୍ୟାଣ଼୍ଡର ୫ ଜଣ ଚିତ୍ରଶିଳ୍ପୀ ପୁରୀ ଓ କୋଣାର୍କ ବୁଲିବା ପରେ ଅନେକ ଫଟୋ ଉଠାଇଥିଲେ । ଆଉସେଥିରୁ ଅନେକ ଫଟୋକୁ ବାଛିକି ଚତ୍ରକଳା ମାଧ୍ୟମରେ ତାହାକୁ କାନଭାସରେ ପ୍ରଦର୍ଶିତ କରିଛନ୍ତି । 

fallback

ଥାଇଲ୍ୟାଣ୍ଡ ବ୍ୟାଙ୍କକର ଚିତ୍ରଶିଳ୍ପୀ ୱାଟାନା କ୍ରିଟଙ୍ଗ ହିମାଚଳ, ଦିଲ୍ଲୀ, ପଠାନକୋଟ, ବେଙ୍ଗାଲୁରୁ ବୁଲିବା ପରେ ଜଳେଶ୍ୱର ଓ କୋଣାର୍କ ବୁଲି ପୁରୀ ଆସିଛନ୍ତି । କୋଣାର୍କ ବେଳାଭୂମିରେ ହବିଷ୍ୟାଳିଙ୍କ ତୁଳସୀ ଚଉରା ପୂଜା, ଧଉଳୀ ଓ କୋଣାର୍କରେ ମା' ପୁଅକୁ ଧରି ବୁଲୁଥିବାର ଫଟୋ ସହ ରାସ୍ତାରେ ପରିବାର ଧରି ବାଟୋଇଟିଏ ଠିଆ ହେବାର ଅବିକଳ ଫଟୋଗ୍ରାଫ ଅନୁସାରେ କାନଭାସରେ ଦେଖିବାକୁ ମିଳିଛି । ପୁଣି କିଏ ତାହାକୁ ୱାଟର କଲରରେ କରିଛନ୍ତି ତ କିଏ ପେନସିଲ ପେଣ୍ଟିଂ ଓ ଆଉ କିଏ ଫିଗରେଟିଭ ପେଣ୍ଟିଂରେ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ରକଳା ମଧ୍ୟ ଅଙ୍କନ କରିଛନ୍ତି । ଯାହା ଚିତ୍ରକଳାର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ପାଇଁ ବେଶ ଉପାଦେୟ ହୋଇଥିବା ବେଳେ ଆମ ପରମ୍ପରା ପ୍ରତି ସେମାନଙ୍କର ଆଗ୍ରହ ଦେଖି ଅଭିଭୂତ ହୋଇପଡିଛନ୍ତି ଭାରତୀୟ ଚିତ୍ରଶିଳ୍ପୀ ।

fallback

ଆଉ ଥାଇଲ୍ୟାଣ୍ଡର ଚିତ୍ରଶିଳ୍ପୀମାନେ ଆମ ସଂସ୍କୃତିକୁ ଭଲପାଇବବା ସହ ସେସବୁ ଅତି ବାସ୍ତବତାର ଚିତ୍ର ଅଙ୍କନ କରିଛନ୍ତି  । ସେମାନଙ୍କ ସହ ଚିତ୍ରକଳାର ବିନିମିୟ , ପ୍ରଶିକ୍ଷଣ ବେଶ ଆନନ୍ଦଦାୟକ  । କିଛି ମହାବିଦ୍ୟାଳୟର ଛାତ୍ରୀ ବି ସେମାନଙ୍କ ଠାରୁ ପ୍ରଶିକ୍ଷଣ ପ୍ରାପ୍ତ ହୋଇଛନ୍ତି  । ତେବେ ସେମାନଙ୍କୁ ପୁରୀ ଆଣି ଆତିଥ୍ୟତା ଦେବା ସହ ସେମାନଙ୍କ ସହ ଚିତ୍ରକଳା ମାଧ୍ୟମରେ ଭାବ ବିନିମିୟ ସେମାନଙ୍କୁ ଖୁସି ଆଣିଦେଇଥିବା କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ  ।