ଆସନ୍ତା ସପ୍ତାହରେ 'ମହା' ସରକାର ! ପ୍ରଥମ ଟର୍ମରେ ଶିବସେନାରୁ ମୁଖ୍ୟମନ୍ତ୍ରୀ

ଆସନ୍ତା ସପ୍ତାହରେ ଗଠନ ହୋଇପାରେ ମହାରାଷ୍ଟ୍ର ସରକାର । ଶିବସେନା, ଏନସିପି ଏବଂ କଂଗ୍ରେସ ମିଶି ସରକାର ଗଢିବେ । ପ୍ରଥମ ଟର୍ମରେ ଶିବସେନାରୁ ମୁଖ୍ୟମନ୍ତ୍ରୀ ରହିବେ । ଅଢେଇ ବର୍ଷ ପରେ ଏନସିପିକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । କଂଗ୍ରେସ ହାତରେ ରହିବ ବାଚସ୍ପତି ଭଳି ସାମ୍ୱିଧାନିକ ପଦ । ବିଶ୍ୱସ୍ତ ସୂତ୍ରରୁ ଏଭଳି କିଛି ଖବର ସାମ୍ନାକୁ ଆସୁଛି । 

ଆସନ୍ତା ସପ୍ତାହରେ 'ମହା' ସରକାର ! ପ୍ରଥମ ଟର୍ମରେ ଶିବସେନାରୁ ମୁଖ୍ୟମନ୍ତ୍ରୀ
ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଗଠନ ହୋଇପାରେ ମହାରାଷ୍ଟ୍ର ସରକାର । ଶିବସେନା, ଏନସିପି ଏବଂ କଂଗ୍ରେସ ମିଶି ସରକାର ଗଢିବେ । ପ୍ରଥମ ଟର୍ମରେ ଶିବସେନାରୁ ମୁଖ୍ୟମନ୍ତ୍ରୀ ରହିବେ । ଅଢେଇ ବର୍ଷ ପରେ ଏନସିପିକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ । କଂଗ୍ରେସ ହାତରେ ରହିବ ବାଚସ୍ପତି ଭଳି ସାମ୍ୱିଧାନିକ ପଦ । ବିଶ୍ୱସ୍ତ ସୂତ୍ରରୁ ଏଭଳି କିଛି ଖବର ସାମ୍ନାକୁ ଆସୁଛି । 

ତେବେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଯେଉଁ ୧୪-୧୪-୧୨ ଫର୍ମୁଲା କଥା କୁହାଯାଉଥିଲା, ସେହିପରି ହିଁ ହୋଇପାରେ । ଅର୍ଥାତ ଏନସିପି ଏବଂ ଶିବସେନାରୁ ୧୪ ଜଣ ଲେଖାଏଁ ମନ୍ତ୍ରୀ ରହିବେ । କଂଗ୍ରେସକୁ ୧୨ଟି ମନ୍ତ୍ରୀ ପଦ ମିଳିବ । ଅନ୍ୟଅର୍ଥରେ କହିବାକୁ ଗଲେ, ସଂଖ୍ୟା ଆଧାରରେ କାହାକୁ କେତେ ମନ୍ତ୍ରୀ ପଦ ମିଳିବ, ସେନେଇ ନିଷ୍ପତ୍ତି ନିଆଯିବ । ନିର୍ଭରଯୋଗ୍ୟ ସୂତ୍ରରୁ ଏବେ ଏମିତି କିଛି ଖବର ଆସିଛି । ସେହିପରି ବସାକୁ ଶିବସେନା ଫେରୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ କୌଣସି ସତ୍ୟତା ଥିଲା ପରି ମନେ ହେଉନାହିଁ । 

ଏହାରି ଭିତରେ ଲଗାତାର ମହାରାଷ୍ଟ୍ର ରାଜନୀତିକୁ ନେଇ ବୟାନବାଜି ଜାରି ରଖିଥିବା ଶିବସେନାର ସାଂସଦ ସଞ୍ଜୟ ରାଉତ ଆଜି ସକାଳୁ ପୁଣି ବିଜେପିକୁ ଟାର୍ଗେଟ୍ କରିଥିଲେ । ଏନସିପିକୁ ମୋଦିଙ୍କ ପ୍ରଶଂସା ନେଇ ପ୍ରତିକ୍ରିୟା ରଖିଥିଲେ ସଞ୍ଜୟ । କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ପାୱାର ସାହେବଙ୍କ ପ୍ରଶଂସା କରିପାରିବେ । ହେଲେ ତାଙ୍କୁ ମନାଇବା କାଠିକର ପାଠ । ଏଥିପାଇଁ ଅନେକ ଥର ଜନ୍ମ ନେବାକୁ ପଡିବ ବୋଲି ସେ କହିଥିଲେ । 

କହିରଖୁଛୁ, ଗତକାଲି ସଂସଦରେ ମୋଦି କଥା ଛଳରେ ବିଜେଡି ଏବଂ ଏନସିପିକୁ ପ୍ରଶଂସାରେ ପୋତି ପକାଇଥିଲେ । ସଂସଦରେ ଉଭୟ ଦଳର ଆଚରଣ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ କହିବା କଥା ହେଲା, ବିଜେଡି ଓ ଏନସିପି ସାଂସଦ ମାନେ କେବେ ମଧ୍ୟ ଗୃହ ମଧ୍ୟଭାଗକୁ ଆସି ବିଶୃଙ୍ଖଳା ଆଚରଣ କରିନଥାନ୍ତି । ଏହାସତ୍ତ୍ୱେ ମଧ୍ୟ ବଳିଷ୍ଠ ଯୁକ୍ତି ମାଧ୍ୟମରେ ନିଜ ନିଜ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦର ଦୃଷ୍ଟି ଆକର୍ଷଣ କରିବାରେ ସେମାନେ ସଫଳ ହୋଇପାରିଛନ୍ତି ବୋଲି ମୋଦି କହିଥିଲେ । 

ମୋଦିଙ୍କ ଏହି ପ୍ରଶଂସାକୁ ଶିବସେନା ହଜମ କରିପାରିନଥିଲା । ଏନସିପିକୁ ମୋଦି ଯେତିକି ପ୍ରଶଂସା କରିଥିଲେ, ତାଠୁ ଅଧିକ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ପ୍ରଶଂସା କରିଥିଲା ଶିବସେନା । କାଳେ ବିଜେପି ଆଡେ ଶରଦ ମୁହାଁଇଯିବେ, ଦଳକୁ ଏପରି କିଛି ଚିନ୍ତା ଘାରିଥିବା କୁହାଯାଉଛି । ତେଣୁ ଏନସିପିକୁ ମୋଦି ମନାଉଥିବା କଥା କହି ନିଜେ ଶରଦ ପାୱାରଙ୍କୁ ମନାଇବାରେ ସଞ୍ଜୟ ଲାଗି ପଡିଥିବା ଚର୍ଚ୍ଚା ଜୋର ଧରିଛି । 

ଆହୁରି ପଢନ୍ତୁ; ବିଶ୍ୱକୁ ଚମକାଇଲା ପରି ସାଟେଲାଇଟ ଉତକ୍ଷେପଣ କରିବ ଭାରତ, ଛାନିଆ ପାକିସ୍ତାନ