ପୂର୍ବତନ ନିର୍ବାଚନ କମିଶନର ତଥା ରାଷ୍ଟ୍ରପତି ପ୍ରାର୍ଥୀ ଟିଏନ ଶେଷନଙ୍କ ପରଲୋକ
Advertisement

ପୂର୍ବତନ ନିର୍ବାଚନ କମିଶନର ତଥା ରାଷ୍ଟ୍ରପତି ପ୍ରାର୍ଥୀ ଟିଏନ ଶେଷନଙ୍କ ପରଲୋକ

ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅନେକ ସଂସ୍କାର ଆଣିଥିବା ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷାନଙ୍କ ପରଲୋକ । ରବିବାର ରାତିରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଚେନ୍ନାଇ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୧୯୯୭ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି କେଆର ନାରାୟମନଙ୍କ ଠାରୁ ପରାଜିତ ହୋଇଥିଲେ ଶେଷାନ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅନେକ ସଂସ୍କାର ଆଣିଥିବା ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷାନଙ୍କ ପରଲୋକ । ରବିବାର ରାତିରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଚେନ୍ନାଇ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୧୯୯୭ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି କେଆର ନାରାୟମନଙ୍କ ଠାରୁ ପରାଜିତ ହୋଇଥିଲେ ଶେଷାନ । 

୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଟିଏନ ଶେଷାନ ମୁଖ୍ୟ ନିର୍ବାଚନ କମିଶନର ରହିଥିଲେ । ଏହି ସମୟରେ ନିର୍ବାଚନ କ୍ଷେତ୍ରରେ ସେ ଅନେକ ସଂସ୍କାର ଆଣିଥିଲେ । ପ୍ରଥମଥର ପାଇଁ ରାଜ୍ୟରେ ନିର୍ବାଚନ ପର୍ଯ୍ୟବେକ୍ଷକ ମୁତୟନ କରି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ଉପରେ ରୋକ ଲଗାଇଥିଲେ ଶେଷାନ । ସେହିପରି ଆଦର୍ଶ ଆଚରଣ ବିଧିକୁ ମଧ୍ୟ କଡା କଡି ଲାଗୁ କରିଥିଲେ । 

ସିଏ ଭୋଟର ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ହେଉ କିମ୍ବା ନିର୍ବାଚନରେ ପ୍ରାର୍ଥୀଙ୍କ ଅର୍ଥବଳ ଓ ବାହୁବଳ ଉପରେ ରୋକ ଲାଗାଇବା, ସଫଳତାର ସହ ଏହି କରି ଦେଖାଇଥିଲେ ଟିଏନ ଶେଷାନ। ୧୯୯୪ରେ ଦୁଇ କେନ୍ଦ୍ରମନ୍ତ୍ରୀ ସୀତାରାମ କେଶରୀ ଓ କଳ୍ପନାଥ ରାୟ ଭୋଟରଙ୍କୁ ପ୍ରଭାବିତ କରିବା ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିଥିଲା । ଉଭୟଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କୁ ପରାମର୍ଶ ଦେଇ ଶେଷାନ ବେଶ ଚର୍ଚ୍ଚାକୁ ଆସିଥିଲେ ।  

ନିର୍ବାଚନରେ ଆସିଥିବା ବଡ ସଂସ୍କାରର କର୍ଣ୍ଣଧାର ଥିଲେ ଏହି ପୂର୍ବତନ ନିର୍ବାଚନ କମିଶନର । ଶେଷାନ ୧୯୫୫ ବ୍ୟାଚର ଆଇଏଏସ ଅଫିସର । ଦେଶର ଦଶମ ନିର୍ବାଚନ କମିଶନର। ନିଜର କର୍ତ୍ତବ୍ୟ ପରାୟଣତା ପାଇଁ ୧୯୯୬ ମସିହାରେ ସେ ରମଣ ମାଗାସେସେରେ ସମ୍ମାନିତ ହୋଇଥିଲେ। ଦାୟିତ୍ୱରୁ ଅବ୍ୟାହତି ନେବା ପରେ ୧୯୯୭ରେ ସେ ରାଷ୍ଟ୍ରପତି ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ । ହେଲେ କେଆର ନାରାୟମନଙ୍କ ଠାରୁ ପରାଜିତ ହେବାକୁ ପଡିଥିଲା । 

ଟିଏନ ଶେଷାନ ୧୯୩୨ ମସିହା ଡିସେମ୍ବର ୧୫ରେ କେରଳର ପଲକଡ ଜିଲ୍ଲା ଥିରୁନେଲ୍ଲଇରେ ଜନ୍ମ ଗ୍ରହଣ କରିଥିଲେ । ପଲକଡରୁ ବିଦ୍ୟାଳୟ ଶିକ୍ଷା ସାରିବା ପରେ ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ବିଜ୍ଞାନରେ ସ୍ନାତକ କରିଥିଲେ । ପରବର୍ତ୍ତୀ ସମୟରେ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହାର୍ଭାର୍ଡ ବିଶ୍ୱ ବିଦ୍ୟାଳୟରେ ପଢିବାର ସୁଯୋଗ ପାଇଥିଲେ । ସେଠି ସାଧାରଣ ଲୋକ ପ୍ରଶାସନରେ ସ୍ନାତକୋତ୍ତର ହାସଲ କରିଥିଲେ । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି ।