ଗୁଇନ୍ଦାଗିରି କରିବା ଅଭିଯୋଗରେ ଭାରତୀୟ ସେନାର ପୂର୍ବତନ ଅଧିକାରୀ ଗିରଫ
Advertisement

ଗୁଇନ୍ଦାଗିରି କରିବା ଅଭିଯୋଗରେ ଭାରତୀୟ ସେନାର ପୂର୍ବତନ ଅଧିକାରୀ ଗିରଫ

ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ପୂର୍ବତନ ଅଧିକାରୀଙ୍କ ଉପରେ ବିଦେଶୀ ଏଜେନ୍ସିଙ୍କ ପାଇଁ ଗୁଇନ୍ଦାଗିରି କରିବାର ସନ୍ଦେହ କରାଯାଉଛି । ଗିରଫ ଅଧିକାରୀଙ୍କୁ ଦିଲ୍ଲୀ କ୍ୟାଣ୍ଟ ଥାନାରେ ଆଇବି ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ପଚରାଉଚରା କରାଯାଉଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ପୂର୍ବତନ ଅଧିକାରୀଙ୍କ ଉପରେ ବିଦେଶୀ ଏଜେନ୍ସିଙ୍କ ପାଇଁ ଗୁଇନ୍ଦାଗିରି କରିବାର ସନ୍ଦେହ କରାଯାଉଛି । ଗିରଫ ଅଧିକାରୀଙ୍କୁ ଦିଲ୍ଲୀ କ୍ୟାଣ୍ଟ ଥାନାରେ ଆଇବି ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ପଚରାଉଚରା କରାଯାଉଛି ।

ଏହି ପୂର୍ବତନ ସୈନ୍ୟ ଅଧିକାରୀ ଅନେକ ଦିନରୁ କାନାଡାରେ ରହି ଆସୁଛନ୍ତି । ଅନ୍ୟପକ୍ଷେ ଏହି ସେନା ଅଧିକାରୀଙ୍କ ନାଁକୁ ଗୁପ୍ତ ରଖାଯାଇ ନାହିଁ । ହେପାଜତକୁ ନିଆଯାଇଥିବା ଅଭିଯୁକ୍ତଙ୍କ ଉପରେ ବିଗତ କିଛି ଦିନ ଧରି ନଜର ରଖାଯାଇଥିଲା । ତଦନ୍ତକାରୀ ସଂସ୍ଥା ଓ ଦିଲ୍ଲୀ ପୋଲିସ ଏହି ଅଭିଯୁକ୍ତଙ୍କୁ ଜେରା କରୁଛି । କେଉଁ ସରକାରୀ ଗୋପନୀୟ ନଥିପତ୍ର ଲିକ୍ କରିଛନ୍ତି କି ନାହିଁ, ତାହାର ସନ୍ଧାନରେ ଲାଗିଛି ପୋଲିସ ଓ ଆଇବି । 

ଏହାସହ ପୋଲିସ ଅଭିଯ଼ୁକ୍ତଙ୍କ ସିଡିଆର ଡିଟେଲ୍ସ ଓ ଇମେଲର ଯାଞ୍ଚ କରୁଛି । ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ କିଛି ଦିନ ପୂର୍ବେ ଅଭିଯୁକ୍ତଙ୍କ ଉପରେ ସନ୍ଦେହ ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କ ଉପରେ ନଜର ରଖାଯାଉଥିଲା ।ସନ୍ଦେହ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସହ ଆଇବି ଟିମ ପୂର୍ବତନ ଅଧିକାରୀଙ୍କ ସହ ପଚରାଉଚରା କରୁଛି ବୋଲି ସେ କହିଛନ୍ତି ।