ପ୍ରତିଶ୍ରୁତି ଦେଇ ତନୁଜାଙ୍କୁ ଭଣ୍ଡେଇ ଦେଲେ କି ସରକାର?
Advertisement
Article Detail0/zeeodisha/odisha617125

ପ୍ରତିଶ୍ରୁତି ଦେଇ ତନୁଜାଙ୍କୁ ଭଣ୍ଡେଇ ଦେଲେ କି ସରକାର?

 ତାଙ୍କ ଜୀବନ କାଲି ଯେମିତିଥିଲା ଆଜିବି ସେମିତି ରହିଛି । 

ପ୍ରତିଶ୍ରୁତି ଦେଇ ତନୁଜାଙ୍କୁ ଭଣ୍ଡେଇ ଦେଲେ କି ସରକାର?

ଧର୍ମେନ୍ଦ୍ର କୁମାର ପ୍ରଧାନ, ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରୀ ପ୍ରତିଶ୍ରୁତି ଦେଲେ, ଜିଲ୍ଲାପାଳ ପ୍ରତିଶ୍ରୁତି ଦେଲ କିନ୍ତୁ ଫଳ ଶୂନ । ଆଜି ବି ଅବହେଳିତ ହେଇ ରହିଗଲେ ଜାତୀୟ ଫୁଟବଲ ଖେଳାଳି ତନୁଜା ବାଗ । ଚାକିରୀ ତ ଦୂରର କଥା ସାମାନ୍ୟ ସହାୟତା ମଧ୍ୟ ମିଳିନଥିବା ଅଭିଯୋଗ । ସେ ସମୟରେ ଅନେକ ଗଣମାଧ୍ୟମ ଏହାକୁ ନେଇ ଚର୍ଚ୍ଚା କଲେ ସାକ୍ଷାତକାର ନେଲେ କିନ୍ତୁ ଆଜି ବି ସେ ଅବହେଳିତ ।

ଏ ସବୁ ଘଟଣା ଯେମିତି ଆମର ନିତିଦିନିଆ ହୋଇଗଲାଣି । ସରକାର ଏବଂ ସରରକାରୀ କଳ ପ୍ରତିଶ୍ରୁତି ଦେବାରେ ବ୍ୟସ୍ତ କିନ୍ତୁ  ତାର ହିସାବ ରଖିବା ସେମାନେ ଉଚିତ ମଣୁ ନାହାନ୍ତି । ଆଜିକୁ ପ୍ରାୟ ଛଅ ମାସ ତଳେ ଏ ଘଟଣା କୁ ନେଇ ଅନେକ ତୁମ୍ବୀ ତୋଫାନ ହୋଇଥିଲା ଅନେକ ଗଣମାଧ୍ୟମ ଏବଂ ସ୍ଥାନୀୟ ସାମ୍ବାଦିକ ଭାଇ ଏ ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ । ଯାହାର ଫଳ ସ୍ୱରୂପ ଜିଲ୍ଲାପାଳ ନିଜେ ତନୁଜାଙ୍କୁ ସରକାରୀ ଚାକିରୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ଠିକ ଛଅ ମାସ ପରେ ଯେତେବେଳେ ହଠାତ ୨୦୧୯ ମସିହାର କିଛି ଘଟଣା ଉପରେ ନଜର ପକାଇବା ସମୟରେ ଏ ଘଟଣାଟି ସାମ୍ନାକୁ ଆସିଥିଲା । ଆମେ ଏନେ କିଛି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲୁ ସେମାନେ କହିଥିଲେ ଯେ ସେତେବେଳେ ତନୁଜା ୪ଟି ଛେଳି ଚରାଉଥିଲେ କିନ୍ତୁ ଆଜି ୭ଟି ଛେଳି ଚରାଉଛନ୍ତି । ତାଙ୍କ ଜୀବନ କାଲି ଯେମିତିଥିଲା ଆଜିବି ସେମିତି ରହିଛି ।  ଜଣେ ଜାତୀୟ ସ୍ତରର ଖେଳାଳି ଆଉ କେତେଦିନ ସାମାନ୍ୟ ସରକାରୀ ଚାକିରୀ ପାଇଁ ଅନେଇ ରହିବେ । ନ ରାଜ୍ୟ ସରକାର ନା କେନ୍ଦ୍ର ସରକାରଙ୍କ କେହିହେଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ । ଓଡ଼ିଶା ସରକାର କହିଲେ ଆମରାଜ୍ୟ ଦେଶର ଖେଳ ରାଜଧାନୀ । ଆମେ ଖେଳର ପ୍ରସାର କରୁଛୁ  କିନ୍ତୁ ସରକାର ଖେଳାଳିଙ୍କ ପାଇଁ କଣ ଯୋଜନା କରିଛନ୍ତି ତାକୁ ନେଇ ସାଧାରଣ ରେ ଉଠିଛି ପ୍ରଶ୍ନ । ସରକାର କିଛି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଛାଡିଦେଲେ ଅନ୍ୟ ଖେଳାଳିଙ୍କୁ ଜାଣି ମଧ୍ୟ ନଥିବେ । ରାଜ୍ୟ କ୍ରୀଡା ବିଭାଗ ୨ଜଣ ବରିଷ୍ଠ ଅଧିକାରଙ୍କୁ ଦାୟିତ୍ୱ ଦେଇ ଥିଲେ ବି ସେମାନେ କେବଳ ଏକ ନିର୍ଦ୍ଧିଷ୍ଟ ଖେଳ ଆଉ ଖେଳାଳିଙ୍କ ମଧ୍ୟରେ ସୀମିତ ରହିଗଲା ଭଳି ଲାଗୁଛି ଅପେକ୍ଷା ଆଉ କେତେ ଦିନ ପରେ ତନୁଜା ଏବଂ ତାଙ୍କ ଭଳି ଥିବା ଅନ୍ୟ କ୍ରୀଡ଼ାବିତ ସରକାରୀ ପ୍ରୋତ୍ସାହନ ଟିକେ ହାସଲ କରିଛନ୍ତି ।