ବଦଳିବ ଫାରୁକଙ୍କ ସ୍ଥାନ
Advertisement

ବଦଳିବ ଫାରୁକଙ୍କ ସ୍ଥାନ

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଓମାର ଅବ୍ଦୁଲ୍ଲାଙ୍କୁ ତାଙ୍କ ଘର ନିକଟକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ତାଙ୍କୁ ଗୁପ୍ପକ୍କର ରୋଡ଼ସ୍ଥିତ ଏକ ବଙ୍ଗଳାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଚଳିତ ସପ୍ତାହରେ ତାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ସେପଟେ କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି  ଅଧ୍ୟକ୍ଷା ମେହବୁବା ମୁଫତୀଙ୍କୁ ପୁରୁଣା ସ୍ଥାନରେ ରଖାଯିବ ବୋଲି ଜଣାପଡ଼ିଛି। 

ବଦଳିବ ଫାରୁକଙ୍କ ସ୍ଥାନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଓମାର ଅବ୍ଦୁଲ୍ଲାଙ୍କୁ ତାଙ୍କ ଘର ନିକଟକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ତାଙ୍କୁ ଗୁପ୍ପକ୍କର ରୋଡ଼ସ୍ଥିତ ଏକ ବଙ୍ଗଳାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ଚଳିତ ସପ୍ତାହରେ ତାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ସେପଟେ କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି  ଅଧ୍ୟକ୍ଷା ମେହବୁବା ମୁଫତୀଙ୍କୁ ପୁରୁଣା ସ୍ଥାନରେ ରଖାଯିବ ବୋଲି ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ଅବିଭାଜିତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଜମ୍ମୁ କଶ୍ମୀର ନେତାଙ୍କୁ ନଜରବନ୍ଦୀ କରା ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ଜମ୍ମୁ କାଶ୍ମୀରର ଦୁଇ ଜଣ ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ସେପଟେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବା ସହିତ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ଦିଆଯାଇଥିଲା। 

ତେବେ ଆସନ୍ତା ସପ୍ତାହରେ କେନ୍ଦ୍ର ମନ୍ତ୍ରୀଙ୍କ ଜମ୍ମୁ କାଶ୍ମୀର ଗସ୍ତ ଓ ଆସନ୍ତା ମାସରେ ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ। 

ସୂଚନାଯୋଗ୍ୟ ବିଗତ ୫ ମାସ ଧରି ଓମାର ଅବ୍ଦୁଲ୍ଲାଙ୍କୁ ସ୍ଥାନୀୟ ହରି ନିବାସ ଗେଷ୍ଟହାଉସରେ ନଜର ବନ୍ଦୀ କରାଯାଇଥିଲା। ଏହା ସହିତ ତାଙ୍କ ବାପା ଫାରୁକ ଅବ୍ଦୁଲ୍ଲା ମଧ୍ୟ ସେଠାରେ ନଜରବନ୍ଦୀ କରି ରଖାଯାଇଥିବା ଜଣାପଡ଼ିଛି।