ଘୋଡା ବେପାର ଆରମ୍ଭ ! ଏନସିପି ବିଧାୟକ ନିଖୋଜ
ଆରମ୍ଭ ହୋଇଗଲା କି ଘୋଡା ବେପାର ? ଏନସିପି ବିଧାୟକ ନିଖୋଜ । ଶାହପୁର ଏନସିପି ବିଧାୟକ ଦୌଲତ ଦରୋଦା ନିଖୋଜ ଥିବା ଅଭିଯୋଗ । ଏନେଇ ପୂର୍ବତନ ବିଧାୟକ ପାଣ୍ଡୁରଙ୍ଗ ବରୋଡା ଥାନାରେ ଏତଲା ଦେଇଛନ୍ତି । ପରିବାର ସହ ମଧ୍ୟ ଯୋଗାଯୋଗରେ ନଥିବା ନିଖୋଜ ବିଧାୟକଙ୍କ ପୁଅ କହିଛନ୍ତି ।
Trending Photos

ନୂଆଦିଲ୍ଲୀ: ଆରମ୍ଭ ହୋଇଗଲା କି ଘୋଡା ବେପାର ? ଏନସିପି ବିଧାୟକ ନିଖୋଜ । ଶାହପୁର ଏନସିପି ବିଧାୟକ ଦୌଲତ ଦରୋଦା ନିଖୋଜ ଥିବା ଅଭିଯୋଗ । ଏନେଇ ପୂର୍ବତନ ବିଧାୟକ ପାଣ୍ଡୁରଙ୍ଗ ବରୋଡା ଥାନାରେ ଏତଲା ଦେଇଛନ୍ତି । ପରିବାର ସହ ମଧ୍ୟ ଯୋଗାଯୋଗରେ ନଥିବା ନିଖୋଜ ବିଧାୟକଙ୍କ ପୁଅ କହିଛନ୍ତି ।
ଦୌଲତଙ୍କୁ ଶେଷଥର ପାଇଁ ଶନିବାର ସକାଳୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ସାମିଲ ଥିବା କୁହାଯାଉଛି । ତା ପରଠୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନି ।
ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଶୁକ୍ରବାର ରାତିରେ ଦୌଲତ ପୁଅ କରନଙ୍କ ସହ ନିଜ ନିର୍ବାଚନ ମଣ୍ଡଳୀରୁ ମୁମ୍ବାଇ ଅଭିମୁଖେ ବାହାରିଥିଲେ । ତେବେ ତା ପରେ ପରିବାର ସହ ମଧ୍ୟ ସେ ଯୋଗାଯୋଗ କରିନହାଁନ୍ତି । ଘଟଣାକୁ ନେଇ ନିଖୋଜ ବିଧାୟକଙ୍କ ପୁଅ କରନ କହିଛନ୍ତି, ଶନିବାର ସକାଳୁ ହିଁ ପିତାଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ । ପରେ ତାଙ୍କ ଫୋନ ମଧ୍ୟ ବନ୍ଦ ହୋଇଯାଇଥିଲା । କରନ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପିତା ଦୌଲତ ଦରୋଦା ଏନସିପି ସଂସ୍ଥାପକ ଶରଦ ପାୱାରଙ୍କ ସହ ଅଛନ୍ତି ।
Shahapur Police: Former NCP MLA Pandurang Barora yesterday filed a missing person's complaint for Shahapur NCP MLA Daulat Daroda. #Maharashtra
— ANI (@ANI) November 24, 2019
ତେବେ ଏନସିପିର ବିଦ୍ରୋହୀ ନେତା ତଥା ଶରତ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ କ୍ୟାମ୍ପରେ ଦୌଲତ ଥିବା କୁହାଯାଉଛି । ଅଜିତ ପାୱାରଙ୍କ ସହ ସେ ବିଶ୍ୱସ୍ତ ମଧ୍ୟ । କେବଳ ଦୌଲତ ନୁହେଁ, ଅନ୍ୟ ୪/୫ ଜଣ ବିଧାୟକ ମଧ୍ୟ ଅଜିତ ପାୱାରଙ୍କ କ୍ୟାମ୍ପରେ ଅଛନ୍ତି ।
ଅନ୍ୟପଟେ ଆଜି ସକାଳ ୧୧।୩୦ରେ ସୁପ୍ରିମକୋର୍ଟରେ 'ମହାରାଷ୍ଟ୍ର' ଶୁଣାଣି ହେବ । ଏନ୍ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍ସିପି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି । ସୁପ୍ରିମ୍କୋର୍ଟ ଜରୁରୀକାଳୀନ ଭାବେ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ । ସେହିପରି ତୁରନ୍ତ ଫ୍ଲୋର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।
ସେପଟେ ଘୋଡା ବେପାର ଭୟରେ ନିଜ ନିଜ ବିଧାୟକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ଶିବସେନା-ଏନସିପି ଓ କଂଗ୍ରେସ । କଂଗ୍ରେସ ନିଜ ବିଧାୟକଙ୍କୁ ଭୋପାଲ ପଠାଇଥିବା ବେଳେ ଜୟପୁରରେ ଅଛନ୍ତି ଶିବସେନା ବିଧାୟକ ।
More Stories