close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

"ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଭାରତ ୧୫ ବର୍ଷ ପଛକୁ ଚାଲିଯାଇଛି"

ଭାରତୀୟ ଅର୍ଥବ୍ୟବସ୍ଥାର ମାନ୍ଦାବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଭାରତ ୧୫ ବର୍ଷ ପଛକୁ ଚାଲିଯାଇଛି ବୋଲି କହିଛନ୍ତି ସେ । ଭୂମି, ଶ୍ରମ ଓ ଲଜିସ୍ଟିକ୍ସ କ୍ଷେତ୍ରରେ ସୁଧାର ଉପରେ ଜୋର ଦେବାର ଆବଶ୍ୟକତା ରହିଛି ।  ଏହାକୁ ନେଇ ଆମେ ଗମ୍ଭୀର ହେଉ ନାହୁଁ ବୋଲି ରାଜନ କହିଛନ୍ତି ।  

"ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଭାରତ ୧୫ ବର୍ଷ ପଛକୁ ଚାଲିଯାଇଛି"
Raghuram Rajan In Pic

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାର ମାନ୍ଦାବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଭାରତ ୧୫ ବର୍ଷ ପଛକୁ ଚାଲିଯାଇଛି ବୋଲି କହିଛନ୍ତି ସେ । ଭୂମି, ଶ୍ରମ ଓ ଲଜିସ୍ଟିକ୍ସ କ୍ଷେତ୍ରରେ ସୁଧାର ଉପରେ ଜୋର ଦେବାର ଆବଶ୍ୟକତା ରହିଛି ।  ଏହାକୁ ନେଇ ଆମେ ଗମ୍ଭୀର ହେଉ ନାହୁଁ ବୋଲି ରାଜନ କହିଛନ୍ତି ।  

ଲଣ୍ଡନର କିଙ୍ଗ କଲେଜରେ ନ୍ୟାଶନାଲ ଷ୍ଟୁଟେଣ୍ଟସ ଏଣ୍ଡ ଏଲ୍ୟୁମନି ଏସୋସିଏଶନ ତରଫରୁ ଆୟୋଜିତ ପର୍ସପେକ୍ଟିବ: ଗାନ୍ଧୀ ଏଟ ୧୫୦ ବିଷୟ ଉପରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବୋଧନ କରି ପୂର୍ବତନ ଆରବିଆଇ ଗଭର୍ଣ୍ଣର ରାଜନ ଭାରତର ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଥିବା ବେକାରୀ ସମସ୍ୟା ଏକ ବାସ୍ତବିକ ଏକ ବଡ ଘଟଣା ବୋଲି କହିଛନ୍ତି । ସେ ବର୍ତ୍ତମାନର ମୋଦି ସରକାରଙ୍କ ନୀତିକୁ କେନ୍ଦ୍ରୀକୃତ, ନିରଙ୍କୁଶ କହି ସମାଲୋଚନା କରି ଏହି ସରକାର ସଂଖ୍ୟାଗରିଷ୍ଠଙ୍କ ସମର୍ଥକ କରନ୍ତି ବୋଲି କହିଛନ୍ତି  ।  

ସେ ଆହୁରି କହିଛନ୍ତି ଯେ, ଏହି ସରକାର ସଂଖ୍ୟାଲଘୁଙ୍କ ପାଇଁ କାମ କରୁ ନାହିଁ । ଆମକୁ ନୂଆ ମଡେଲକୁ ଆପଣାଇବାକୁ ପଡିବ । ଯାହା ଆମର ଦୃଢତା ଓ ଆମର ଲୋକତନ୍ତ୍ରରେ ଭରସା ରଖୁଥିବେ । ଆସନ୍ତୁ ଆମେ ଆପଣ ମିଶି ଲୋକତନ୍ତ୍ରକୁ ମଜଭୁତ କରିବା ।  ଏହା ଏପରି ଏକ ଭାବନା, ଯାହା ଉପରେ ଗାନ୍ଧୀ ବହୁତ ବିଶ୍ୱାସ କରୁଥିଲେ ।  

ବିଗତ ଦିନରେ ରାଜନ ବୃଦ୍ଧି ପାଉଥିବା ରାଜକୋଷୀୟ କ୍ଷତି ଉପରେ ଚିନ୍ତା ବ୍ୟକ୍ତ କରିଥିଲେ । ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ପାଇଁ ଜିଏସଟି ଓ ବିମୁଦ୍ରୀକରଣ ପରି ପଦକ୍ଷେପ ଦାୟୀ ବୋଲି କହିଥିଲେ । ଜିଡିପି କ୍ଷେତ୍ରରେ କ୍ରମାଗତ ହ୍ରାସ ପାଇଁ ନିବେଶ, ବ୍ୟୟ ଓ ଉତ୍ପାଦନରେ ମାନ୍ଦାବସ୍ଥା ସହ ଏନବିଏଫସୀ କ୍ଷେତ୍ରରେ ସଙ୍କଟକୁ ଦାୟୀ କରିଥିଲେ ।