Advertisement
Article Detail0/zeeodisha/odisha695834

ସମାଜବାଦ ପାର୍ଟିର ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଯାଦବ କୋରୋନା ଆକ୍ରାନ୍ତ

କୋରୋନା ଆକ୍ରାନ୍ତ ହୋଇଛନ୍ତି ସମାଜବାଦ ପାର୍ଟିର ନେତା ଧର୍ମେନ୍ଦ୍ର ଯାଦବ |

 ସମାଜବାଦ ପାର୍ଟିର ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଯାଦବ କୋରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାଁୟୁ ଲୋକସଭା ଆସନର ପୂର୍ବତନ ସାଂସଦ ତଥା ସମାଜବାଦ ପାର୍ଟିର ସୁପ୍ରିମୋ ଅଖିଲେଶ ଯାଦବଙ୍କ ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ର ଯାଦବ କୋରୋନା ଆକ୍ରାନ୍ତ ହୋଇଛନ୍ତି | ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ରାଜ୍ୟର ଇଟାୱା ଜିଲ୍ଲାସ୍ଥିତ ସୈଫଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି |          

କୋଭିଡ19 ପଜିଟିଭ ହୋଇଥିବା ନେଇ ଜାଣିବା ପରେ ଧର୍ମେନ୍ଦ୍ର ଯାଦବ ଟ୍ୱିଟ କରି କହିଛନ୍ତି, 'ସାମାନ୍ୟ ଜ୍ୱର ଆସିବା ପରେ ଗତ ଶୁକ୍ରବାର କରୋନା ପରୀକ୍ଷା କରିଥିଲି | ଦୁର୍ଭାଗ୍ୟବଶତଃ ଏହି ରିପୋର୍ଟ ପଜିଟିଭ ଆସିଥିଲା | ଚିକିତ୍ସ ପାଇଁ ବର୍ତ୍ତମାନ ସୈଫଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଛି | ମୁଁ ଏବେ ଠିକ ଅଛି | ଏଠାକାର ଡାକ୍ତର ଏବଂ ମେଡିକାଲ ଷ୍ଟାଫ ଉତ୍ତମ ଚିକିତ୍ସା କରୁଛନ୍ତି | ଆପଣଙ୍କ  ଆଶୀର୍ବାଦର ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିବି | '        

ସମାଜବାଦ ପାର୍ଟିର ଜଣାଶୁଣା ନେତା ଭାବେ ଧର୍ମେନ୍ଦ୍ର ଯାଦବ ପରିଚିତ | ସେ ରାଜ୍ୟର ବଦାଁୟୁ ଲୋକସଭା ଆସନରୁ ୨୦୦୯ ଏବଂ ୨୦୧୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବାଜିମାତ କରିଥିଲେ | ମାତ୍ର ୨୦୧୯ ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା | 

Add Zee News as a Preferred Source

ଜୁନ ୧୪ ତାରିଖ ରବିବାର ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଉତ୍ତର ପ୍ରଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୧୩୧୧୮ ରହିଥିବା ବେଳେ, ମୃତକଙ୍କ ସଂଖ୍ୟା ୩୮୫ ରହିଛି | ଏହା ସହ ୪୮୫୮ଟି ମାମଲା  ସକ୍ରିୟ ରହିଥିବା ବେଳେ, ୭୮୭୫ କୋଭିଡ ଆକ୍ରନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି |