ପୋଲିସ ହାତରେ ଠକ ଶ୍ରୀ ୪୨୦, ଟାର୍ଗେଟରେ ବଡ ବଡିଆ
Advertisement

ପୋଲିସ ହାତରେ ଠକ ଶ୍ରୀ ୪୨୦, ଟାର୍ଗେଟରେ ବଡ ବଡିଆ

ସରକାରୀ ଅଧିକାରୀ କହି ଠକିଥିଲେ ଲକ୍ଷାଧିକ ଟଙ୍କା

ପୋଲିସ ହାତରେ ଠକ ଶ୍ରୀ ୪୨୦, ଟାର୍ଗେଟରେ ବଡ ବଡିଆ

ସରୋଜ ବେହେରା, ଭୁବନେଶ୍ଵର:  କମିଶନରେଟ ପୋଲିସ ହାତରେ ଲାଗିଛି ଖିଲାଡୀ ଚାର ସୋ ବିସ ।  ନିଜକୁ କେତେ ବେଳେ ସରକାରୀ ଅଧିକାରୀ ତ ଆଉ କେତେ ବେଳେ ଗୁଗଲର ବଡ ଅଧିକାରୀ କହି ଲୋକଙ୍କୁ ଠକୁଥିବା କୁଖ୍ୟାତ ଠକ ସୌମ୍ୟଜିତ ତ୍ରିପାଠୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସହିଦ ନଗର ଥାନାରେ ଅଭିଯୋଗ ପରେ ସ୍ପେଶାଲ ସ୍କାବଡ ବ୍ୟକ୍ତି ଜଣଙ୍କୁ ଗିରଫ କରି ତଦନ୍ତ କରିବା ପରେ ଖୋଲିଛି ଗୋଟାଏ ପରେ ଗୋଟାଏ ଠକେଇର ପରଦା । 

ଦେଖିବାକୁ ସେ ପୁରାପୁରି ଇନୋସେଣ୍ଟ । ଅପରାଧୀ ଭଳି ତାଙ୍କର କୌଣସି ଆଚରଣ ବ୍ୟବହାର ମଧ୍ୟ ନାହିଁ । ଲାଗୁଛି ଯେମିତି କିଏ ତାଙ୍କୁ ଠକି ନେଇଛନ୍ତି ।  ହେଲେ ଆଜ୍ଞା ଯୁବକ ଜଣକଙ୍କ ସାଦାସିଧା ଚେହେରା ପଛରେ ଥିବା ଏକ କୁଖ୍ୟାତ ଠକ ଦିମାଗ କଥା ଶୁଣିଲେ ଆପଣଙ୍କ ମୁଣ୍ଡ ମଧ୍ୟ ଗୁଡୁମ ହୋଇଯିବ । ଯୁବକ ଜଣକ ହେଉଛନ୍ତି ସୌମ୍ୟଜିତ ତ୍ରିପାଠୀ । ପେଶାରେ ଜଣେ ମେକାନିକାଲ ଇନଜିନିୟର । ହେଲେ ସଉକ ହେଉଛି ଲୋକଙ୍କୁ ଠକିବା ।  ଆଉ ଠକେଇ ବି କିଛି ଏଭଳି ସେଭଳି ନୁହଁ  ।  ନିଜକୁ କେତେ ବେଳେ କମରସିଏଲ ଟ୍ୟାକ୍ସ ଅଫିସର ତ ଆଉ କେତେ ବେଳେ ପିଡି ଡିଆରଡିଓ ଭଳି ସରକାରୀ ଅଫିସର କହି ଅନେକ ଦୋକାନରୁ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କାର ମୋବାଇଲ, ଲ୍ୟାପଟପ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟସ୍ଭୁ । ଭୁବନେଶ୍ୱର  ସହିଦନଗରରେ ଥିବା ମୋବାଇଲ ଦୋକାନୀଠାରୁ ୩ ଲକ୍ଷ ଟଙ୍କାର ଆଇଫୋନ ଠକି ନେବା ପରେ ପୋଲିସ ଏହାର ଖୋଳତାଡ ଆରମ୍ଭ କରିଥିଲା । ଆଉ ଯେତେବେଳେ ସୌମ୍ୟଜିତ ଧରା ପଡିଥିଲା ସେତେ ବେଳେ ସୌମ୍ୟଜିତଙ୍କ ଶ୍ରୀ ୪୨୦ ଚେହେରା ପଦାକୁ ଆସିଥିଲା । 

ସୌମ୍ୟଜିତ ନିଜକୁ ବିପିନ ବିହାରୀ ତ୍ରିପାଠୀ ନାଁରେ ସମସ୍ତଙ୍କୁ ପରିଚୟ ଦେଉଥିଲା । ନିଜ ବାପା ନାଁକୁ ସେ ଠକେଇ କରିବାରେ ବେଶ ସିଦ୍ଧହସ୍ତ ହୋଇସାରିଥିଲା । କେବଳ ବ୍ୟବସାୟୀ ନୁହଁନ୍ତି ତାଙ୍କ ଜାଲରେ ଫସିଛନ୍ତି ଅନେକ ସେଲିବ୍ରିଟି ଓ ଖେଳାଳୀ । କରାଟେରେ ଓଡିଶା ପାଇଁ ସୁନାମ ଆଣିଥିବା ଭାଲେନା ଭାଲେଣ୍ଟିନା ମଧ୍ୟ ଠକାମୀ ର ଶିକାର ମଧ୍ୟରୁ ଜଣେ ଥିଲେ । ଚିହ୍ନା ପରିଚୟ ପରେ ପରିବାରରେ ଆର୍ଥିକ ଅବସ୍ଥା ଠିକ ନ ଥିବା କହି ଭାଲେଣ୍ଟିନାଙ୍କ ପରିବାରଠାରୁ ସେ ନେଇଥିଲେ ୩ ଲକ୍ଷ ଟଙ୍କା । ବିଭିନ୍ନ ଇଣ୍ଟର ନ୍ୟାସନାଲ ବ୍ରାଣ୍ଡରେ କାମ କରୁଥିବା କହି ଟଙ୍କା ବଦଳରେ ସେ କେତେ ବେଳେ ଆଇ ଫୋନ ତ ଆଉ କେତେ ବେଳେ ଲ୍ୟାପଟପ ନେବାକୁ ବାଧ୍ୟ କରୁଥିଲେ । ହେଲେ ବିଲ୍ ଦେବା କଥା ପଡିଲା ବେଳକୁ ବାବୁ ଧରା ଛୁଆଁ ଦେଇନଥିଲେ । ଯେତେ ଚେଷ୍ଟା କଲେ ମଧ୍ୟ ସେ ପରେ ଆଉ ଫୋନ ଉଠାଉନଥିବା କହିଛନ୍ତି ଭାଲେନା ଭାଲେଣ୍ଟିନା ।

fallbackକେବଳ ଏ  ନୁହଁ ଏମାନଙ୍କ ଭଳି ଅନେକ ଲୋକଙ୍କୁ ଠକି ସେ ଚାଲିଥିଲେ । ବର୍ତ୍ତମାନ ସୁଦ୍ଧା ସହିଦ ନଗର ଥାନାରେ ୩ଟି ମାମଲା ରୁଜୁ ହୋଇସାରିଛି । ଏଭଳି ଠକେଇ ମାମଲାର ସଂଖ୍ୟା ଆହୁରି ଅଧିକ ବଢିବା ସମ୍ଭାବନା ରହିଛି । ଗିରଫ ଅଭିଯୁକ୍ତ ନିଜ ଶିକ୍ଷାଗତ ଯୋଗ୍ୟତା ଓ କଥା କହିବାର ଶାଳିନତାରେ ଯେ କୌଣସି ଲୋକଙ୍କୁ ସରକାରୀ ଅଧିକାରୀ ଭାବେ ପ୍ରାମାଣିତ କରି ଦେଉଥିଲେ । ମୋବାଇଲରେ ଲୋକଙ୍କୁ ସରକାରୀ ଅଧିକାରୀ ବୋଲି ଚିହ୍ନଟ କରିଥିବା ବେଳେ ଚିହ୍ନା ପରିଚିତ ଲୋକଙ୍କୁ ସେ ଗୁଗୁଲର ବଡ ପଦବୀରେ ଥିବା କହୁଥିଲେ ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । 

ଗିରଫ ଏହି ଶ୍ରୀ ୪୨୦ଙ୍କ ବାବଦରେ ତଦନ୍ତ କରିବା ବେଳେ ବହୁ ପୂର୍ବରୁ ସେଲ୍ସ ଟ୍ୟାକ୍ସ ଅଧିକାରୀଙ୍କୁ ଅନେକ ଲୋକେ ସୌମ୍ୟଜିତଙ୍କ ବାବଦରେ ପଚରାପଚରୁ କରିଥିବା ଜଣାପଡିଛି । କେବଳ ସହିଦ ନଗର ଥାନାରେ ମାମଲା ରହିଛି ନା ତାଙ୍କର ଏଭଳି ଠକେଇ ଅନ୍ୟ କେଉଁଠି ରହିଛି ସେ ସବୁକୁ ନେଇ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କାବଡ।