ବନ୍ଧୁ ପାଲଟିଲା ଶତ୍ରୁ, କେବଳ ୧୦ ଟଙ୍କା ପାଇଁ କଲା ହତ୍ୟା
Advertisement

ବନ୍ଧୁ ପାଲଟିଲା ଶତ୍ରୁ, କେବଳ ୧୦ ଟଙ୍କା ପାଇଁ କଲା ହତ୍ୟା

ସୂଚନା ମୁତାବକ, ମେରଠର ବ୍ରହ୍ମାପୁରୀ କ୍ଷେତ୍ର ସ୍ଥିତ ନୁର ନଗରରେ ୨ ବନ୍ଧୁ ବଣ୍ଟି ଓ ପ୍ରବୀଣଙ୍କ ମଧ୍ୟରେ ୫୦ ଟଙ୍କା ପାଇଁ ବିବାଦ ଆରମ୍ଭ ହୋଇଥିଲା । 

ବନ୍ଧୁ ପାଲଟିଲା ଶତ୍ରୁ, କେବଳ ୧୦ ଟଙ୍କା ପାଇଁ କଲା ହତ୍ୟା

ମେରଠ: ବନ୍ଧୁ ପାଲଟିଲା ଶତ୍ରୁ । ମାତ୍ର ୧୦ ଟଙ୍କା ପାଇଁ ନିଜର ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ । ଘଟଣାଟି ଉତ୍ତର ପ୍ରଦେଶର ମେରଠରେ ଘଟିଛି । ଏଠାରେ ମାତ୍ର ୧୦ ଟଙ୍କା ପାଇଁ ନିଜର ବନ୍ଧୁଙ୍କୁ ହତ୍ୟା କରି ଦେଇଛି ଅନ୍ୟ ଜଣେ ବନ୍ଧୁ । ୧୦ ଟଙ୍କା ପାଇଁ ଝଗଡ଼ା ହେବାରୁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କୁ ଛୁରୀ ସାହାଯ୍ୟରେ ହତ୍ୟା କରିଥିଲା ।

ସୂଚନା ମୁତାବକ, ମେରଠର ବ୍ରହ୍ମାପୁରୀ କ୍ଷେତ୍ର ସ୍ଥିତ ନୁର ନଗରରେ ୨ ବନ୍ଧୁ ବଣ୍ଟି ଓ ପ୍ରବୀଣଙ୍କ ମଧ୍ୟରେ ୫୦ ଟଙ୍କା ପାଇଁ ବିବାଦ ଆରମ୍ଭ ହୋଇଥିଲା । ପରେ ଏହା ବଡ଼ ଝଗଡ଼ ପରିଣତ ହୋଇଥିଲା । ରିପୋର୍ଟ ଅନୁସାରେ ବିବାଦ ବଢ଼ିବାରୁ ପ୍ରବୀଣ ବଣ୍ଟିଙ୍କୁ ୪୦ ଟଙ୍କା ଫେରାଇ ଦେଇଥିଲେ । ପରେ ୧୦ ଟଙ୍କାକୁ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା ।

୨ ବନ୍ଧୁଙ୍କ ମଧ୍ୟରେ ଝଗଡ଼ା ଏତେ ବଢି ଯାଇଥିଲା ଯେ ବଣ୍ଟି ରାଗରେ ପ୍ରବୀଣଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା । ହତ୍ୟା ପରେ ବଣ୍ଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଯେତେବେଳେ ଏହି ଖବର ପ୍ରବୀଣଙ୍କ ପରିବାର ନିକଟକୁ ପହଞ୍ଚିଥିଲା, ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ହତ୍ୟା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରବୀଣଙ୍କ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପୋଲିସ ମଧ୍ୟ କହିଛି ଯେ ଟଙ୍କା ଯୋଗୁଁ ବିବାଦ ଦେଖା ଦେଇଥିଲା । ପରେ ପ୍ରବୀଣ ହତ୍ୟା କରାଯାଇଥିଲା ।  ଅନ୍ୟପକ୍ଷେ ହତ୍ୟାର ଅଭିଯୁକ୍ତ ବଣ୍ଟିକୁ ଧରିବା ପାଇଁ ପୋଲିସ ତଲାସୀ ଅଭିଯାନ ଚଳାଇଛି ।