Advertisement
Article Detail0/zeeodisha/odisha684004
Zee OdishaOther Newsଆସନ୍ତା ଜୁନ ପହିଲାରୁ ଟ୍ରାକରେ ଦୌଡିବ ୨୦୦ ନନ ଏସି ଟ୍ରେନ, ସମସ୍ତଙ୍କୁ ମିଳିବ ଯାତ୍ରା ସୁବିଧା

ଆସନ୍ତା ଜୁନ ପହିଲାରୁ ଟ୍ରାକରେ ଦୌଡିବ ୨୦୦ ନନ ଏସି ଟ୍ରେନ, ସମସ୍ତଙ୍କୁ ମିଳିବ ଯାତ୍ରା ସୁବିଧା

ଆସନ୍ତା ଜୁନ ପହିଲାରୁ ଟ୍ରାକରେ ଦୌଡିବ ୨୦୦ ନନ ଏସି ଟ୍ରେନ | 

 ଆସନ୍ତା ଜୁନ ପହିଲାରୁ ଟ୍ରାକରେ ଦୌଡିବ ୨୦୦ ନନ ଏସି ଟ୍ରେନ, ସମସ୍ତଙ୍କୁ ମିଳିବ ଯାତ୍ରା ସୁବିଧା

ନୂଆଦିଲୀ: ଦେଶବ୍ୟାପୀ ପ୍ରବାସ ଶ୍ରମିକଙ୍କ ସମସ୍ୟାକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି | କୋରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଥିବା ଲକ ଡାଉନ କାରଣରୁ ପାଖାପାଖି ଦୁଇ ମାସ ଧରି ରହିଥିଲା ରେଳସେବା | ଆସନ୍ତା ଜୁନ ପହିଲାରୁ ଟ୍ରାକରେ ଦୌଡିବ ୨୦୦ ଟ୍ରେନ | ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି | ଯାହାର ଲାଭ ସମସ୍ତଙ୍କୁ ମିଳିବ |

ରେଳସେବାକୁ ପୁନର୍ବାର ଚାଲୁ କରିବା ନେଇ ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି, ଜୁନ ପହିଲାରୁ ଟ୍ରାକରେ ଗଡିବାକୁ ଥିବା ୨୦୦ଟି ଟ୍ରେନର ସମୟ ସାରଣୀ ସହ ଏହାର ରୁଟ ସମ୍ପର୍କରେ ଜଣାଇ ଦିଆଯିବ |  ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରମିକ ସ୍ପେଶାଲ ଟ୍ରେନ ସହ ଏହାକୁ ସଞ୍ଚାଳିତ କରାଯିବ | ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଅନ୍ ଲାଇନ  ବୁକିଂ କରିବାକୁ ହେବ | ରେଳଷ୍ଟେସନରେ ଥିବା ଟିକେଟ କାଉଣ୍ଟର ବର୍ତ୍ତମାନ ଖୋଲିବ ନାହିଁ | ଟ୍ରେନର ଚଳାଚଳକୁ ନିୟମିତ କରିବା ଦିଗରେ ଏହା ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ | ଏହି ଟ୍ରେନ ବ୍ୟତୀତ ଶ୍ରମିକ ଟ୍ରେନ୍ ଚାଲୁ ରହିବ|

ଏହା ମଧ୍ୟରେ ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଥିଲେ ଯେ, ବିଭିନ୍ନ ରାଜ୍ୟର ସରକାରଙ୍କ ଉଦ୍ଦେଶ୍ୟରେ ଜଣାଇ ଦିଆଯାଇଛି ବର୍ତ୍ତମାନ ରାସ୍ତାରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ମେନ ରୋଡ ନିକଟସ୍ଥ ରେଳ ଷ୍ଟେସନରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ | ଯାହା ଫଳରେ ସେମାନେ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିପାରିବେ | ବର୍ତ୍ତମାନ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ଚଳିତ ମେ ପହିଲାରୁ ଚଳାଚଳ କରୁଛି ଶ୍ରମିକ ସ୍ପେଶାଲ ଟ୍ରେନ | ବିଗତ ୧୯ ଦିନ ମଧ୍ୟରେ ପ୍ରାୟ ସାଢେ ୨୧ ଲକ୍ଷ ଲୋକ ଏହି ଟ୍ରେନରେ ଯାତ୍ରା କରି ସାରିଛନ୍ତି | ଏ ପର୍ଯ୍ୟନ୍ତ ୧୬ ଶହରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିସାରିଛି | ଦୈନିକ ୪୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ଘୋଷଣା କରିଛି ରେଳବାଇ|    

Add Zee News as a Preferred Source

ବର୍ତ୍ତମାନ ସମସ୍ୟା ଏହା ଥିଲା ଯେ, ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ନିଜ ରାଜ୍ୟରେ ପଞ୍ଜୀକରଣ କରିବାକୁ ପଡୁଥିଲା | ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାର ପଞ୍ଜୀକୃତ ଶ୍ରମିକଙ୍କ ତାଲିକା ରେଳବାଇକୁ ପଠାଉଥିଲେ | ଏହା ପରେ ରେଳଯାତ୍ରା କରିବାରେ ସକ୍ଷମ ହେଉଥିଲେ ପ୍ରବାସୀ ହେଲେ ଜୁନ ପହିଲାରୁ ଏଥିରେ ପରିବର୍ତ୍ତନ ଆସିବ | ଲୋକ ରେଜିଷ୍ଟ୍ରେସନ କରିବା ପରିବର୍ତ୍ତେ ସିଧା ଟ୍ରେନ ଟିକେଟ ବୁକିଂ କରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିପାରିବେ | କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକ ଏବଂ ସାଧାରଣ ଲୋକଙ୍କୁ ଭୟଭୀତ ନହେବାକୁ ଜଣାଇ ଦିଆଯାଇଛି | ସେମାନଙ୍କ ଉଦ୍ଦେଶ୍ୟରେ ଜୁନ ପହିଲାରୁ ଟ୍ରେନ ଚଳାଚଳ କରିବ | ଏଥିପାଇଁ ଧୈର୍ଯ୍ୟ ରଖନ୍ତୁ | ପାଦରେ ଚାଲିଚାଲି ଘରକୁ ନଯାନ୍ତୁ |    

ଚଳିତ ବର୍ଷ ଜୁନ ୧ ତାରିଖରୁ ନନ-ଏସି ଟ୍ରେନ ଚାଲିବ | ଏହି ଟ୍ରେନର ସମୟ ସାରଣୀ ଏବଂ ରୁଟ ସ୍ଥିର ହେବା ପରେ ବୁକିଂ ଆରମ୍ଭ କରାଯିବ | ଏ ସମ୍ପର୍କରେ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଭାବେ ଅବଗତ କରାଯିବ|