ଏହି ସେଓ ବର୍ଷ ବର୍ଷ ଧରି ହେବ ନାହିଁ ଖରାପ, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ପବନ, ଆଦ୍ରତା,  ତାପମାତ୍ରା, ଆଲୋକ ଏବଂ ମାଇକ୍ରୋବିଆଲ୍ ବୃଦ୍ଧି କାରଣରୁ ଫଳ ଓ ପରିବାଗୁଡ଼ିକ ସହଜରେ ଖରାପ ହୋଇଯାଇଥାଏ । ଅଧିକାଂଶ ଫଳ ଓ ପରିବା ମାଇକ୍ରୋ ଅର୍ଗାନିଜିମ୍ କାରଣରୁ ମଧ୍ୟ ଖରାପ ହୋଇଥାଏ । ଫଳ ଓ ପରିବା ଠିକ୍ ଭାବରେ ଷ୍ଟୋର କରିବା ଦ୍ୱାରା ଏହା ସତେଜ ରହିଥାଏ । 

ଏହି ସେଓ ବର୍ଷ ବର୍ଷ ଧରି ହେବ ନାହିଁ ଖରାପ, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ଆମେରିକାରେ ବିଭିନ୍ନ ନୂଆ ପ୍ରକାରର ସେଓକୁ ବଜାରକୁ ଆଣାଯାଇଛି । ଏହାକୁ ବାଜରରେ ବିକ୍ରି ପାଇଁ ଆଣିବା ପୂର୍ବରୁ ବହୁ ପ୍ରକାର ଗବେଷଣା କରାଯାଇଛି । ଜାଣନ୍ତୁ ଏହି ବିଷୟରେ...

ପବନ, ଆଦ୍ରତା,  ତାପମାତ୍ରା, ଆଲୋକ ଏବଂ ମାଇକ୍ରୋବିଆଲ୍ ବୃଦ୍ଧି କାରଣରୁ ଫଳ ଓ ପରିବାଗୁଡ଼ିକ ସହଜରେ ଖରାପ ହୋଇଯାଇଥାଏ । ଅଧିକାଂଶ ଫଳ ଓ ପରିବା ମାଇକ୍ରୋ ଅର୍ଗାନିଜିମ୍ କାରଣରୁ ମଧ୍ୟ ଖରାପ ହୋଇଥାଏ । ଫଳ ଓ ପରିବା ଠିକ୍ ଭାବରେ ଷ୍ଟୋର କରିବା ଦ୍ୱାରା ଏହା ସତେଜ ରହିଥାଏ । ରେଫ୍ରିଜରେଟରରେ ଫଳ ଓ ପରିବାକୁ ଷ୍ଟୋର କରି ରଖିବା ସବୁ ଠାରୁ ଭଲ ଉପାୟ । ହେଲେ ଏସବୁକୁ ଏୟାରଟାଇଟ୍ କଣ୍ଟେନର ଓ ଓଦା ଥିବା ସ୍ଥାନରେ ରଖିବା ଉଚିତ୍ ନୁହେଁ । ଯଦି ଫଳ ଓ ପରିବା ଠିକରେ ନିଶ୍ୱାସ ନ ନେଇ ପାରିବେ ତେବେ ତାହା ନଷ୍ଟ ହୋଇଯିବ । ଫିଜରେ ଫଳ ଓ ପରିବାକୁ ଅଧିକାଂଶ ୩୦ରୁ ୪୦ ଡିଗ୍ରୀ  ଫାରେନହିଟରେ କିଛି ଦିନ ପାଇଁ ଷ୍ଟୋର କରିପାରିବେ ।

ବର୍ଷବର୍ଷ ଧରି ଖରାପ ହୋଇନଥାଏ ସେଓ...
ଆମେରିକାରେ ସେଓର ଏକ ପ୍ରଜାତୀୟକୁ ଫ୍ରିଜରେ ବର୍ଷବର୍ଷ ଧରି ରଖିଥିବା ବେଳେ ତାହା ଖରାପ ନ ହେବାର ଦେଖାଯାଇଛି । ଫଳର ଏହି ନୂଆ ପ୍ରକାର ପ୍ରଜାତିକୁ ତିଆରି କରିବାକୁ ୨୦ ବର୍ଷ ଲାଗିଛି । ଫଳକୁ ବଜାରରେ ବିକ୍ରି କରିବାକୁ ରବିବାର ଠାରୁ ଛଡ଼ାଯାଇଛି । 'କସମିକ୍ କ୍ରିପ୍ସ' ନାମକ ସେଓକୁ ୱାସିଂଟନ୍ ଷ୍ଟେଟ୍ ୟ୍ୟୁନିଭରସିଟରେ ୧୯୯୭ରେ ଲଗା ଯାଇଥିଲା । ଏହି ରସ ବାଲା ସେଓକୁ ଲଗାଇବା ଓ ତାର ଯତ୍ନ ନେବାରେ ପ୍ରାୟ ଏକ କୋଟି ଆମେରିକାନ୍ ଡଲାର୍ ଖର୍ଚ୍ଚ ହୋଇଥିଲା ।