close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀବାସୀଙ୍କୁ ଦୁଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହେଲଥ ଟିପ୍ସ: ଗାଜର ଖାଅ, ଘରେ ରୁହ

ପରିବେଶ ଉପରେ ମଣିଷର ଅତ୍ୟାଚାର ଯେତେବେଳେ ଶେଷ ସୀମାରେ ପହଞ୍ଚିଯାଏ, ସେତେବେଳ ପ୍ରକୃତି କଣ କରିପାରେ ତାହା ଆଜି ଦିଲ୍ଲୀ କହୁଛି । ବିଷ ବଳୟରେ ରାଜଧାନୀ । ଦିଲ୍ଲୀବାସୀ ହିଁ ଅଙ୍ଗେ ନିଭାଉଛନ୍ତି ବାୟୁ ପ୍ରଦୂଷଣର ବାସ୍ତବ କାହାଣୀ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହେଲଥ ଟିପ୍ସ । ଟ୍ୱିଟରେ କଡା ଜବାବ ରଖୁଛନ୍ତି ୟୁଜର୍ସ ।

ଦିଲ୍ଲୀବାସୀଙ୍କୁ ଦୁଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହେଲଥ ଟିପ୍ସ: ଗାଜର ଖାଅ, ଘରେ ରୁହ
ଫାଇଲ ଫଟୋ

ନୂଆଦିଲ୍ଲୀ: ପରିବେଶ ଉପରେ ମଣିଷର ଅତ୍ୟାଚାର ଯେତେବେଳେ ଶେଷ ସୀମାରେ ପହଞ୍ଚିଯାଏ, ସେତେବେଳ ପ୍ରକୃତି କଣ କରିପାରେ ତାହା ଆଜି ଦିଲ୍ଲୀ କହୁଛି । ବିଷ ବଳୟରେ ରାଜଧାନୀ । ଦିଲ୍ଲୀବାସୀ ହିଁ ଅଙ୍ଗେ ନିଭାଉଛନ୍ତି ବାୟୁ ପ୍ରଦୂଷଣର ବାସ୍ତବ କାହାଣୀ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହେଲଥ ଟିପ୍ସ । ଟ୍ୱିଟରେ କଡା ଜବାବ ରଖୁଛନ୍ତି ୟୁଜର୍ସ ।

ଗାଜର ଖାଅ, ପ୍ରଦୂଷଣରୁ ରକ୍ଷା ପାଅ । ଯେତେବେଳେ ରାଜଧାନୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ପହଞ୍ଚିଛି, ଦିଲ୍ଲୀବାସୀଙ୍କୁ ଏପରି କିଛି ଟିପ୍ସ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ତର ହର୍ଷବର୍ଦ୍ଧନ । ନିଜ ଟ୍ୱିଟରେ ମନ୍ତ୍ରୀ ଲେଖିଛନ୍ତି ଗାଜର ଖାଇବା ଦ୍ୱାରା ଆମକୁ ଭିଟାମିଟ ଏ, ପୋଟାସିୟମ ଏବଂ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଏହା ପ୍ରଦୂଷିତ ବାୟୁ ଯୋଗୁଁ ସ୍ୱାସ୍ଥ୍ୟରେ ଦେଖା ଦେଉଥିବା ସମସ୍ୟାକୁ ସାମ୍ନା କରେ । ତେଣୁ ପ୍ରଚୁର ମାତ୍ରାରେ ଗାଜର ଖାଇବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ପ୍ରଦୂଷଣ ରୋକିବା ଦିଗରେ କାମ ନକରି ଏଭଳି ଟିପ୍ସକୁ କିଛି ୟୁଜର୍ସ ନାପସନ୍ଦ କରିଛନ୍ତି । 

ସେହିପରି ଦିଲ୍ଲୀ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ଜନ ସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରିହୋଇଛି । ଶ୍ୱାସ ନେବାରେ ବାଧା, କାଶିବାରେ କଷ୍ଟ, ଆଖି ପୋଡିବା ଇତ୍ୟାଦି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ । 

 ଦିଲ୍ଲୀ-ଏନସିଆରରେ ଏବେ ଚିନ୍ତା ବଢ଼ାଉଛି ପ୍ରଦୂଷଣ ସ୍ତର । ଗତକାଲି ୧୨ଶହ ଅତିକ୍ରମ କରିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ ।  ଗୁରୁଗ୍ରାମ ଓ ନୋଇଡ଼ାରେ ସାଙ୍ଘାତିକ ସ୍ଥିତି ଦେଖା ଦେଇଛି । ପ୍ରଦୂଷଣ ସହ ଏବେ କୁହୁଡ଼ି ମଧ୍ୟ ଦାଉ ସାଧୁଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ସହାୟତା ପାଇଁ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖାଯାଇଛି । ଏହାସହିତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏନେଇ ଜରୁରୀ ବୈଠକ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ସାଧାରଣ ବାୟୁ ମାନକଠାରୁ ୨୦ ଗୁଣ ଅଧିକ ପ୍ରଦୂଷିତ ହୋଇଛି । ରବିବାର ଭିଜିବିଲିଟି କମ ହେବା ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ୩୨ଟି ବିମାନର ଡାଇଭର୍ଟ କରାଯାଇଥିଲା  । ସେପଟେ ଆଜିଠୁ ରାଜଧାନୀରେ ପୁଣିଥରେ ଆରମ୍ଭ ହୋଇଛି ଅଡ ଇଭେନ ଫର୍ମୁଲା । ଏହାସହିତ ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି ।