ଅଦାଲତରେ ଗାଈ
Advertisement

ଅଦାଲତରେ ଗାଈ

ଅଦାଲତରେ ପହଞ୍ଚିଲା ଗାଈ । ହଁ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ନିଜର ସୁରକ୍ଷାକୁ ନେଇ ଗୋବଂଶ କୋର୍ଟରେ ମାମଲା ଦାୟର କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଓ ଗୋବଂଶର ସୁରକ୍ଷାକୁ ନେଇ CJM କୋର୍ଟରେ ମାମଲା  ପହଞ୍ଚିଛି ।  

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଅଦାଲତରେ ପହଞ୍ଚିଲା ଗାଈ । ହଁ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ନିଜର ସୁରକ୍ଷାକୁ ନେଇ ଗୋବଂଶ କୋର୍ଟରେ ମାମଲା ଦାୟର କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଓ ଗୋବଂଶର ସୁରକ୍ଷାକୁ ନେଇ CJM କୋର୍ଟରେ ମାମଲା  ପହଞ୍ଚିଛି ।  

ସୂଚନା ଅନୁସାରେ ବୁଧବାର ଗୋବଂଶର ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି । ଗାଈମାନଙ୍କ ତରଫରୁ ଏ ନେଇ ଓକିଲ ସନ୍ତୋଷ ତ୍ରୀପାଠି ମାମଲା ଦାୟର କରିଛନ୍ତି । ସନ୍ତୋଷଙ୍କ କହିବା ଅନୁସାରେ ଗୋଲା ଗୋକର୍ଣନାଥରେ ଗାଈ ଓ ଅନ୍ୟ ପଶୁ ମାନଙ୍କ ପାଇଁ ପଶୁଶାଳା ରହିଥିଲା । ପରେ ଏହି ପଶୁଶାଳାକୁ ଭାଙ୍ଗି ସେଠାରେ ସପିଂ ମଲ ନିର୍ମାଣ କରାଯାଇଛି । ପାଖାପାଖି ୫୦ କୋଟି ଜମିକୁ ମଧ୍ୟ ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । 

ଏହାକୁ ନେଇ ଜିଲ୍ଲାପାଳ ସମେତ ଅନେକ ଅଧିକାରୀ ଦାୟିଥିବା ସେ କହିଛନ୍ତି । ଏହି ଆବେଦନରେ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, SDM ଆଦି ଅନେକ ଲୋକଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ଏହି ମାମଲା ଶୁଣାଣି ସମୟେ  ବିଚାରପତି ବିକାଶ ଶ୍ରୀବାସ୍ତବ ଯାଞ୍ଚ କରିବା ପରେ ଥାନାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ମାମଲାର ଆଗାମୀ ଶୁଣାଣି ଡିସେମ୍ୱର ୧୮ତାରିଖରେ ହେବ ।

ଆହୁରି ପଢନ୍ତୁ; ହୋଟେଲକୁ ଫେରିଲା ପିଆଜ