close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପୁଣି ଦୋଳାରେ ବୁହାହେଲେ ରୋଗୀ; ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥା, ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି । କିନ୍ତୁ ଆଦିବାସୀଙ୍କ ବିକାଶ ତ ଦୂରର କଥା ଏବେବି ଗଜପତି ଜିଲ୍ଲାରେ ଅନେକ ଗାଁ ଏମିତି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । 

ପୁଣି ଦୋଳାରେ ବୁହାହେଲେ ରୋଗୀ; ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ଗଜପତି: ପୁଣି ଦୋଳାରେ ବୁହାହେଲେ ରୋଗୀ । ଗଜପତି ଜିଲ୍ଲା ନୂଆଗଡ ବ୍ଳକ ଖଜୁରିପଦା ପଞ୍ଚାୟତରେ ସର୍ଗିପୂର ଗାଁ ରୁ ପ୍ରାୟ ୫ କିଲୋମିଟର ପଥୁରିଆ ରାସ୍ତାରେ ଦୋଳାରେ ବୋହି ବୋହି ଚିକିତ୍ସା ପାଇଁ ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚାଇଲେ ସର୍ମ୍ପକୀୟ ଓ ପଡୋଶୀ । ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥା, ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି । କିନ୍ତୁ ଆଦିବାସୀଙ୍କ ବିକାଶ ତ ଦୂରର କଥା ଏବେବି ଗଜପତି ଜିଲ୍ଲାରେ ଅନେକ ଗାଁ ଏମିତି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । 

 ଗୋଟିଏ ଦିନ ପୂର୍ବରୁ ଘଟି ରାସ୍ତାରେ ପ୍ରସବ ପରେ ଘରକୁ ଫେରାଇ ନେଇ ଅସୁସ୍ଥ ହେବାରୁ ପୁଣି ଥରେ ମେଡିକାଲକୁ ଦୋଳାରେ ବୋହି ଆଣିଥିଲେ । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ବିଭାଗିୟ ଅଧିକାରୀଙ୍କ ଚେତା ପଶୁନି । ରାସ୍ତା ଖଣ୍ଡେପାଇଁ ୪ ରୁ ଅଧିକ ଗ୍ରାମର ୬୦୦ ପରିବାର ବର୍ଷ ବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 ଅନ୍ୟ ପକ୍ଷରେ ୫ ଟି ଗଠନ ସ୍ୱାସ୍ଥ୍ୟ  ସେବା ଉପରେ ଗୁରୁତ୍ୱ ଦେଉଛନ୍ତି, ତାର ସଚିବ ଜିଲ୍ଲା ଜିଲ୍ଲା ବୁଲି ଉନ୍ନତ ସ୍ବାସ୍ଥ୍ୟ ସେବା କିଭଳି ପାଇବେ ତାର ତଦାରଖ କରୁଛନ୍ତି । କିନ୍ତୁ ତାହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହିଁ ସିମିତ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ, ଉତ୍ତମ ସ୍ୱାସ୍ଥ୍ୟ ସେବା ଦୂରର କଥା ମେଡିକାଲରେ ପହଞ୍ଚିବା କଷ୍ଟକର ହୋଇପଡୁଛି । ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରି ହୋଇ ପଡିଛି।