ଗଜପତି ଦିବ୍ୟସିଂହ ଦେବଙ୍କ ପୁସ୍ତକ ‘ମାଜେଷ୍ଟିକ ମାରା’ ଉନ୍ମୋଚିତ

ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଜପତି ଦିବ୍ୟସିଂହ ଦେବଙ୍କ ପୁସ୍ତକ ‘ମାଜେଷ୍ଟିକ ମାରା’ ଉନ୍ମୋଚିତ
ଗଜପତି ଦିବ୍ୟସିଂହ ଦେବଙ୍କ ପୁସ୍ତକ ‘ମାଜେଷ୍ଟିକ ମାରା’ ଉନ୍ମୋଚିତ

ଭୁବନେଶ୍ୱର, ଶାନ୍ତସ୍ୱରୂପ ରାଉତ: ଉନ୍ମୋଚନ ହେଲା ପୁସ୍ତକ ‘ମାଜେଷ୍ଟିକ ମାରା’ । ଗଜପତି ଦିବ୍ୟସିଂହ ଦେବଙ୍କ ରଚିତ ଏହି ପୁସ୍ତକକୁ ନବୀନ ନିବାସରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିଆର ମସାଇ ମାରା ଜଙ୍ଗଲକୁ ଗତବର୍ଷ ଅଗଷ୍ଟ ମାସରେ ଗଜପତିଙ୍କ ନେତୃତ୍ୱରେ ଏକ ଟିମ ଯାଇଥିଲେ । ଆଠ ଦିନ ରହଣି ଓ ଜଙ୍ଗଲ ପରିବେଶ ପଶୁପକ୍ଷୀଙ୍କ ବିଭିନ୍ନ ଫଟୋ ଓ ଭିଡିଓ ସୁଟ୍ କରିଥିଲେ । ଗଜପତି ନିଜେ ମଧ୍ୟ ଭିଡିଓ କରିଥିଲେ । ଏସବୁ ଅନୁଭୂତିକୁ ସାଉଁଟି ଏହି ପୁସ୍ତକରେ ଚିତ୍ର ଓ ଲେଖା ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ଏହାକୁ ଭୁବନେଶ୍ୱର ଖାରବେଳନଗର ଲଳିତକଳା ଏକାଡେମୀରେ ମଧ୍ୟ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀରେ ସର୍ବସାଧାରଣ ନିମନ୍ତେ ନଭେମ୍ବର ୧୬ ତାରିଖ ସଂଧ୍ୟାରୁ ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବାହ୍ନ ୧୧ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀକୁ ବୁଲି ଦେଖିପାରିବେ ଦର୍ଶକ । ତେବେ ଏହାର ମୂଲ୍ୟ ୩ ହଜାର ଟଙ୍କା ଥିବା ବେଳେ କେବଳ ଏହି ପ୍ରଦର୍ଶନୀ ସମୟରେ ଜନସାଧାରଣ ୧ ହଜାର ଟଙ୍କାରେ କିଣିପାରିବେ ବୋଲି ଗଜପତି କହିଛନ୍ତି ।