close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶେଷରେ ବାପୁଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ !

ଦିନକୁ ଦିନ ଅସଭ୍ୟ ହେବାରେ ଲାଗିଛି ମଣିଷ । ସ୍ୱାର୍ଥ ପାଇଁ ଯେକୌଣସି ସ୍ତରକୁ ଖସିଯାଉଥିବା ମଣିଷ ଆଜି ମହାତ୍ମାଙ୍କୁ ମଧ୍ୟ ଅସମ୍ମାନ କରୁଛି । 

ଶେଷରେ ବାପୁଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ !

ରଘୁନାଥ ସାହୁ, ତାଳଚେର: ମଣିଷ ଦିନକୁ ଦିନ ସଭ୍ୟ ହେଉଛି ବୋଲି ଦାବି କରୁଛି । କିନ୍ତୁ ଆଜି ବି ମଣିଷର କାମ ଦେଖିଲେ ଲାଗୁଛି ଯେମିତି ସେ ଦିନକୁ ଦିନ ଅସଭ୍ୟ ହେବାରେ ଲାଗିଛି । ସ୍ୱାର୍ଥ ପାଇଁ ଯେକୌଣସି ସ୍ତରକୁ ଖସିଯାଉଥିବା ମଣିଷ ଆଜି ମହାତ୍ମାଙ୍କୁ ମଧ୍ୟ ଅସମ୍ମାନ କରୁଛି । ଯେଉଁମାନଙ୍କର ଚିନ୍ତାଧାରାର ବ୍ୟାପକତାକୁ ଆଜିର ବୁଝିବାକୁ ଚେଷ୍ଟା କରୁଛି ମଣିଷ ସମାଜ, ସେମାନଙ୍କ ମୁହଁରେ କଳା ବୋଳିବାକୁ ବି ପଛାଉ ନାହାନ୍ତି ଏହି ସମାଜର କିଛି ଉଦଭ୍ରାନ୍ତ ଯୁବକ ।

କିଛି ଦିନ ତଳେ ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ସାରା ପୃଥିବୀ ଉତ୍ସାହର ସହିତ ପାଳନ କଲା । ଭାରତଠୁ ଆରମ୍ଭ କରି ପୂରା ବିଶ୍ୱ ଗାନ୍ଧିଙ୍କୁ ମନେ ପକାଇ ତାଙ୍କ ପାଦ ତଳେ ମୁଣ୍ଡ ନୁଆଁଇ ପ୍ରଣାମ କଲା, କିନ୍ତୁ ଆମ ରାଜ୍ୟ ଓଡ଼ିଶାରେ ଗାନ୍ଧିଜୀଙ୍କୁ ଆଜିବି ଅସମ୍ମାନ କରାଯାଉଥିବାର ଚିତ୍ର ସାମ୍ନାକୁ ଆସିଛି । ଏମିତି ଏକ ଅଭାବନୀୟ ଘଟଣା ଅନୁଗୁଳୁ ଜିଲ୍ଲାରେ ଦେଖିବାକୁ ମିଳିଛି । ତାଳଚେରର ମଣ୍ଡାପାଳ ଅଞ୍ଚଳରେ ଥିବା ବାପୁଙ୍କର ପ୍ରତିମୂର୍ତ୍ତି ଦେଖିଲେ, ଯେକେହିବି ପ୍ରତିକ୍ରିୟାଶୀଳ ହୋଇଉଠିବେ । ଦୁର୍ବୃତ୍ତମାନେ ଶେଷରେ ବାପୁଙ୍କୁ ବିକୃତ କରିବାକୁ ବି ପଛାଇ ନାହାନ୍ତି । 

ମଣ୍ଡାପାଳ ଡାକ୍ତରଖାନା ସମ୍ମୁଖରେ ଥିବା ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତିର ମୁହଁ ଓ ଦେହରେ ଲାଲ୍ ରଙ୍ଗ ବୋଳି କେହି ଦୁର୍ବୃତ୍ତ ତାହାକୁ ବିକୃତ କରିଥିବା ଦେଖିବାକୁ ମିଳିଛି । ଏନେଇ ଯୁବ ସମାଜସେବୀ ସଂଗଠନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୋମବାର ସକାଳୁ ଏହି ପ୍ରତିମୂର୍ତ୍ତିକୁ ତାଳଚେର ପୌରପାଳିକାର କର୍ମଚାରୀ ଆସି ସଫା କରିବା ସହ ଏଥିରେ ନୂଆ ରଙ୍ଗ ଦେଇଛନ୍ତି ।

ହୁଏତ ଏ ମାମଲାରେ କେହି ଧରାପଡ଼ିବେନି । ହୁଏତ ଆଉ ସମାଜ କିଛି ଦିନ ପରେ ଏ ଘଟଣାକୁ ଭୁଲିଯିବ । କିନ୍ତୁ ଏ ପ୍ରଶ୍ନ ସବୁବେଳେ ଆମର ମନରେ ଉଠୁଥିବ, କି ସତରେ କ'ଣ ବାପୁ ଓ ତାଙ୍କର ଚିନ୍ତାଧାରା ଆମ ମନରେ ଉଜ୍ଜିବୀତ ରହିଛି । ନା ଆମେ ଏହାକୁ ଭୁଲିଗଲୁଣି ? ଯିଏ ବାପୁଙ୍କୁ ଏଭଳି ବିକୃତ କରିଛି, କେବଳ କ'ଣ ସେ ହିଁ ଦୋଷୀ ? ନା' ବାପୁଙ୍କୁ ବିକୃତ ଭାବେ ଚିତ୍ରଣ କରିବା ଏକ ମାନସିକତା ସାଜିଲାଣି । ଯିଏ ବାପୁ ଓ ବାପୁ ଦେଖାଇଥିବା ବାଟକୁ ମାନୁ ତ ନାହାନ୍ତି, ବରଂ ତାକୁ ବିକୃତ କରିବାକୁ ମଧ୍ୟ ପଛାଉ ନାହାନ୍ତି ।