୧୫ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ବିଭାଗ
Advertisement

୧୫ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ବିଭାଗ

ନଷ୍ଟ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୫ କୋଟି ହେବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି 

୧୫ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ବିଭାଗ

 ମୋହନା: ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଅନ୍ତରବା ଅଞ୍ଚଳରୁ ବହୁ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଇଛି । ପୋଲିସ, ଅବକାରୀ, ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପାଖାପାଖି ୧୫ କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ୬୨ ଏକର ପରିମିତ ଜଙ୍ଗଲ  ଜମିରୁ ଲକ୍ଷାଧିକ ଗଞ୍ଜେଇ ଗଛକୁ  କଟର ମେସିନ୍‍ ସହାୟତାରେ କାଟି ପୋଡ଼ି ନଷ୍ଟ କରିଥିଲେ ।

ନଷ୍ଟ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୫ କୋଟି ହେବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି । ଏହି ସମୟରେ ଅବକାରୀ ବିଭାଗ, ଗଜପତି ଥାନା ଅଧିକାରୀ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ ଥିଲେ ।