Advertisement
Article Detail0/zeeodisha/odisha671807
Zee OdishaOther Newsସେ ମୋ ପରିବାରର ଏକ ଅଂଶ ଥିଲେ...

ସେ ମୋ ପରିବାରର ଏକ ଅଂଶ ଥିଲେ...

କାହିଁକି ଓଡ଼ିଆ ମହିଳାଙ୍କ ଅନ୍ତିମ ସଂସ୍କାର କଲେ ଗମ୍ଭୀର ?

ଫଟୋ ସୌଜନ୍ୟ: ଟ୍ୱିଟର@GautamGambhir
ଫଟୋ ସୌଜନ୍ୟ: ଟ୍ୱିଟର@GautamGambhir

ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ମାନବିକତା ଦେଖାଇଛନ୍ତି । ଗମ୍ଭୀର ଜଣେ ଓଡ଼ିଆ ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି, ଯିଏ ଗତ ୬ ବର୍ଷ ହେଲା ତାଙ୍କ ଘରେ ଆୟା ଭାବେ କାମ କରୁଥିଲେ । ମୃତ ମହିଳା ତାଙ୍କ ପରିବାରର ଜଣେ ଅଂଶବିଶେଷ ଥିଲେ ବୋଲି ଟ୍ୱିଟ ସେ କରିଥିଲେ । ଆଉ ଏ ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ଗମ୍ଭୀରଙ୍କୁ ଧନ୍ୟବାଦ ଦିଆଯାଉଛି । 

ଯାହା ଜଣାପଡ଼ିଛି, ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳର ସରସ୍ୱତୀ ପାତ୍ର ଗତ ୬ ବର୍ଷ ଗମ୍ଭୀରଙ୍କ ଘରେ କାମ କରୁଥିଲେ । ତେବେ କିଛି ବର୍ଷ ହେବ ସେ ଡାଇବେଟିସ୍ ଏବଂ ବ୍ଲଡ ପ୍ରେସର ରୋଗରେ ପୀଡ଼ିତ ଥିଲେ । ଗତ ମଙ୍ଗଳବାର ତାଙ୍କର ଗଙ୍ଗୁରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ହେଲେ ଲକଡାଉନ୍ ଯୋଗୁଁ ମୃତଦେହ ଓଡ଼ିଶାକୁ ନେବା ସମ୍ଭବ ନଥିଲା । ତେଣୁ ନିଜେ ଅନ୍ତିମ ସଂସ୍କାର କରିଥିଲେ ଗୌତମ୍ । 

ଗମ୍ଭୀର ନିଜର ଟ୍ୱିଟରେ ଲେଖିଥିଲେ, ''ସେ(ମୃତ ମହିଳା) ଆମ ପରିବାରର ଅଂଶବିଶେଷ ଥିଲେ । ତାଙ୍କ ଅନ୍ତିମ ସଂସ୍କାର କରିବା ମୋର କର୍ତ୍ତବ୍ୟ । ଜାତି, ଧର୍ମ ଏବଂ ସାମାଜିକ ପ୍ରତିଷ୍ଠା ନିର୍ବିଶେଷରେ ମୁଁ ଗରିମା ଉପରେ ବିଶ୍ୱାସ ରଖେ । ମୋ ପାଇଁ ଉତ୍ତମ ସମାଜ ଗଢ଼ିବାକୁ ଏହି ତରିକା ରହିଛି । ମୋ ବିଚାରରେ ଏ ହେଉଛି ଭାରତ । ଓମ୍ ଶାନ୍ତି ।'' 

Add Zee News as a Preferred Source
About the Author