• ରାଜ୍ୟରେ ଭୟଙ୍କର ଭାବେ ମାଡୁଛି କରୋନା। ୨୪ ଘଣ୍ଟାରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ
  • ନୂଆପଡାରେ ସର୍ବାଧିକ ୩୦୩ ସଂକ୍ରମିତ, ୨ଜଣଙ୍କ ମୃତ୍ୟୁ
  • ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଗିରଫ
  • କାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ
  • ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ କରୁଛି ପୋଲିସ୍
  • ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶିଲ ଚନ୍ଦ୍ରା
  • ଆସନ୍ତା ବର୍ଷ ମେ ୧୪ ଯାଏ ସମ୍ଭାଳିବେ ପଦ
  • ୨୦୨୨ ଆରମ୍ଭରେ ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ୫ ରାଜ୍ୟର ନିର୍ବାଚନ ପରିଚାଳନା ଚ୍ୟାଲେଞ୍ଜ

ପୁରୀ ପାଇଁ ୨୧ ତାରିଖରୁ ହାଇରିସ୍କ ! ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ

ସକାଳ ୭ଟାରେ ବାହାର ଭକ୍ତଙ୍କ ପାଇଁ ଧାଡିଦର୍ଶନ ହେବାକୁ ଥିବାବେଳେ ଶ୍ରୀମନ୍ଦିର କାର୍ଯ୍ଯାଳୟ ସାମ୍ନା ବ୍ୟାରିକେଡରେ ସକାଳ ୬ଟାରୁ  ପୁରୀବାସୀଙ୍କ ପାଇଁ ଧାଡ଼ିଦର୍ଶନ ହେବା ନେଇ କରାଯାଇଛି ବ୍ଯବସ୍ଥା । 

ପୁରୀ ପାଇଁ ୨୧ ତାରିଖରୁ ହାଇରିସ୍କ ! ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ

ସଞ୍ଜୟ କୁମାର ମହାପାତ୍ର, ପୁରୀ:  ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଦେଖାଦେଇଛି ତତ୍ପରତା । ବିନା କୋଭିଡ୍ ପ୍ରମାଣପତ୍ରରେ ଦର୍ଶନ କରିବାକୁ ଏସଓପି କୋହଳ ହୋଇଥିଲେ ମଧ୍ୟ କୋଭିଡ୍ ନିୟମ ଉପରେ ରହିବ କଟକଣା । ଭକ୍ତଙ୍କର ହେବ ଥର୍ମାଲ ସ୍କ୍ରିନିଂ। ଉଚ୍ଚ ତାପମାତ୍ରା ଥିବା ଭକ୍ତ ଦର୍ଶନରୁ ବାଦ ପଡିବେ। ଥର୍ମାଲ ସ୍କ୍ରିନିଂ ସମୟରେ ୧୦୦ଡିଗ୍ରୀ ଉପରକୁ ତାପମାତ୍ରା ଥିଲେ ମେଡିକାଲ ଯିବା ପାଇଁ ଦିଆଯିବ ପରାମର୍ଶ । ଅସୁସ୍ଥ ଥିଲେ କିମ୍ବା ଅଧିକ ଦେହରେ ଜ୍ୱର ଥିଲେ ନିଜ ଆଡୁ ନଆସିବାକୁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। 

ସେପଟେ ବାହାର ଭକ୍ତଙ୍କ ଆଗମନ ଯୋଗୁଁ କୋଭିଡ୍ ସଂକ୍ରମଣ (Covid-19) ବୃଦ୍ଧି ନେଇ ପୁରୀ (Puri) ପାଇଁ ରହିଛି ହାଇରିସ୍କ। ସେପଟେ ମାର୍କେଟ ଛକରୁ ସକାଳ ୭ଟାରେ ବାହାର ଭକ୍ତଙ୍କ ପାଇଁ ଧାଡିଦର୍ଶନ ହେବାକୁ ଥିବାବେଳେ ଶ୍ରୀମନ୍ଦିର (Sri Mandira) କାର୍ଯ୍ଯାଳୟ ସାମ୍ନା ବ୍ୟାରିକେଡରେ ସକାଳ ୬ଟାରୁ  ପୁରୀବାସୀଙ୍କ ପାଇଁ ଧାଡ଼ିଦର୍ଶନ ହେବା ନେଇ କରାଯାଇଛି ବ୍ଯବସ୍ଥା । ଦର୍ଶନ ବ୍ଯବସ୍ଥାକୁ ଶୃଙ୍ଖଳିତ କରିବା ନେଇ ପ୍ରାୟ ୨୩ପ୍ଲାଟୁନ ଫୋର୍ସ (Police Force) ସହ ମୁତୟନ ହେବେ ବ୍ଯାପକ ପୋଲିସ । ସେପଟେ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଆଇଜି (DIG) ଓ ଏସପି (SP) ।

ପୁରୀ ପାଇଁ ୨୧ ତାରିଖରୁ ହାଇରିସ୍କ ! ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ

Also Read: ଦିଗବିଜୟ ସିଂହଙ୍କ ପବ୍ଲିସିଟି ଷ୍ଟଣ୍ଟ୍: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ୧,୧୧,୧୧୧ ଟଙ୍କାର ଚେକ୍

ଆଉମାତ୍ର ଗୋଟିଏ ଦିନ ପରେ ନୂଆ ଏସଓପି (Sop) ଆଧାରରେ ଆରମ୍ଭ ହେବ କାଳିଆ (Kalia) ଦର୍ଶନ । ପ୍ରାୟ ୩୦ହଜାର ଭକ୍ତଙ୍କ ଦର୍ଶନ ପାଇଁ କରାଯାଉଛି ବ୍ଯାପକ ପ୍ରସ୍ତୁତି । ପ୍ରାୟ ଦେଢ କିଲୋମିଟର ବ୍ଯାପି ଏହି ବ୍ୟାରିକେଡ (Barricade)ରେ ଭକ୍ତଙ୍କ ସୁବିଧା ପାଇଁ ଛାମୁଣ୍ଡିଆକୁ ସମ୍ପ୍ରସାରିତ କରାଯାଇଛି । ଏଥିରେ ୬୫ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ (Senior Citizen) ଓ ଦିବ୍ଯାଙ୍ଗଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଧାଡ଼ି। ସେମାନଙ୍କ ପାଇଁ ରହିବ ପାନୀୟ ଜଳ (Drinking Water) ସହ ଟଏଲେଟ (Toilet) ବ୍ଯବସ୍ଥା । କୋଭିଡ୍ ପ୍ରମାଣପତ୍ର (Covid Certificate) କୌଣସି ଭକ୍ତଙ୍କ ପାଇଁ ହେବନାହିଁ ବାଧ୍ଯତାମୂଳକ । 

ସେପଟେ ପୁରୀବାସୀ (Puri People) ସକାଳ ୬ଟାରୁ ୭ ଟା ମଧ୍ୟରେ ଶ୍ରୀମନ୍ଦିର କାର୍ଯ୍ଯାଳୟ (Srimandira Office) ନିକଟରୁ ପରିଚୟ ପତ୍ର ଦେଖାଇ ଧାଡିରେ ଯାଇ ଦର୍ଶନ କରିବେ। ହେଲେ କୋଭିଡ୍ ନିୟମ ଅନୁସାରେ ସମସ୍ତଙ୍କର କରାଯିବ ଥର୍ମାଲ ସ୍କ୍ରୀନିଂ (Thermal screening) । ତେବେ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସିଡିଏମଓ (CDMO) କହିଥିବା ବେଳେ ଦର୍ଶନ ବ୍ଯବସ୍ଥାକୁ କୋଭିଡ୍ କଟକଣା  (Covid Guideline)ଆଧାରରେ କରାଯାଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

Also Read: କୋରୋନା ଭୂତାଣୁକୁ ନେଇ ବଡ଼ ଖୁଲାସା କଲା WHO

କୋରୋନା ସଂକ୍ରମଣ (Corona Pandemic) ଥିଲେ ମଧ୍ୟ କାଳିଆକୁ ଦର୍ଶନ ପାଇଁ ଚାହିଁ ବସିଛି ଭକ୍ତ । ଦୀର୍ଘ ୯ମାସ ପରେ ଦର୍ଶନ ମିଳୁଥିବାରୁ କୋରୋନା କଟକଣା ହେଉ ପଛେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଚାହିଁ ବସିଛି । ମହାପ୍ରଭୁଙ୍କୁ ଦର୍ଶନ କଲେ କୋରୋନା ମହାମାରୀ ଠାରୁ ମୁକ୍ତି ମିଳିବ ବୋଲି ରହିଛି ବିଶ୍ୱାସ । ସେପଟେ ୩୦ହଜାର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କରାଯାଉଛି ସ୍ୱତନ୍ତ୍ର ପୋଲିସ ବ୍ଯବସ୍ଥା। କେବଳ ଶ୍ରୀମନ୍ଦିର ଭିତରେ ଓ ବାହାରେ ଜଗିବେ ପ୍ରାୟ ଆଠ ପ୍ଲାଟୁନ ଫୋର୍ସ। 

ତେବେ ୨୧ତାରିଖରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଥିବା ବେଳେ ଏହାକୁ ପ୍ରଶାସନ (Puri Administration) କିଭଳି ମୁକାବିଲା କରିବ ଏହା ପ୍ରଶାସନ ପାଇଁ ରହିବ ବଡ ଚ୍ଯାଲେଞ୍ଜ।

Edited: Zee Odisha Desk