Advertisement
Article Detail0/zeeodisha/odisha670445
Zee OdishaOther Newsଜର୍ମାନୀର କ୍ଷତି ୧୩୦ ବିଲିୟନ ଡଲାର, ଚୀନକୁ ପଠାଇଲା ବିଲ ଓ କହିଲା ଶୀଘ୍ର...

ଜର୍ମାନୀର କ୍ଷତି ୧୩୦ ବିଲିୟନ ଡଲାର, ଚୀନକୁ ପଠାଇଲା ବିଲ ଓ କହିଲା ଶୀଘ୍ର...

ଜର୍ମାନୀର ଗଣମାଧ୍ୟମରେ ଚୀନକୁ ସମାଲୋଚନା 

ଜର୍ମାନୀର କ୍ଷତି ୧୩୦ ବିଲିୟନ ଡଲାର, ଚୀନକୁ ପଠାଇଲା ବିଲ ଓ କହିଲା ଶୀଘ୍ର...

ନୂଆଦିଲ୍ଲୀ: କୋରୋନା ପ୍ରଭାବରେ ଜାପାନରେ ୧୩୦ ବିନିୟନ ଡଲାରର କ୍ଷତି ହୋଇଛି। ଏକଥା ଆମେ କହୁନୁ, କହୁଛି ଜର୍ମାନୀ ସରକାର ପ୍ରସ୍ତୁତ କରିଥିବା ଚିଠା। କୋରୋନା ପାଇଁ ଚୀନକୁ ଦାୟୀ କରିବା ସହିତ ସମାଲୋଚନା ଜର୍ମାନୀ କ୍ଷତି ଭରଣା ପାଇଁ ୧୩୦ ବିଲିୟନର ଏକ ଚିଠା ପ୍ରସ୍ତୁତ କରିଛି। କ୍ଷତିଭରଣା ପାଇଁ ଏହି ଚିଠାକୁ ଚୀନ ସରକାରଙ୍କ ନିକଟକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି।  

ଜର୍ମାନୀର ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ବିଲ୍ଡ୍ କୋରୋନା ଭାଇରସରେ ଦେଶରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ଚିଠାକୁ ଛାପିଦେଇଛି। ଆଉ ଏହି କ୍ଷୟକ୍ଷତି ପାଇଁ ଉକ୍ତ ଗଣମାଧ୍ୟମ ସଂସ୍ଥା ଚୀନକୁ ମଧ୍ୟ ଦାୟୀ କରିଛି। ତେବେ ବିଲ୍ଡ ଏକ ଆଲେଖ୍ୟରେ ଏହି ଚିଠାକୁ ଆନୁମାନିକ କ୍ଷତି ବୋଲି ଦର୍ଶାଇଛି। ପ୍ରକାଶିତ ଏହି ଚିଠାରେ ଦର୍ଶାଯାଇଥିବା କ୍ଷତି ଅନୁଯାୟୀ ୨୭ ମିନିୟନ ୟୁରୋ ପର୍ଯ୍ୟଟନ କ୍ଷେତ୍ରରେ ହୋଇଛି। ସେହିପରି ୭। ୨ ମିନିୟନ ୟୁରୋ କ୍ଷତି ସିନେ ଇଣ୍ଡଷ୍ଟ୍ରୀର ହୋଇଛି। ଜର୍ମାନୀ ଏୟାର ଲାଇନ୍ସ ଲୁଫଥାନ୍ସାର ଏକ ମିଲିୟନ ୟୁରୋ କ୍ଷତି ହୋଇଥିବା ବେଳେ ୫୦ ବିଲିୟନ ୟୁରୋ ଜର୍ମାନୀର ଛୋଟ ଉଦ୍ୟୋଗପତିର ହୋଇଛି। ବିଲ୍ଡ ଅନୁସାରେ ଦେଶର ପ୍ରତିଟି ଲୋକଙ୍କର ମୋଟ ୧୭୮୪ ୟୁରୋ କ୍ଷତି ହୋଇଛି। ଏହା ସହିତ ଦେଶର ଜିଡ଼ିପି ୪। ୨ ପ୍ରତିଶତ ତଳକୁ ଖସି ଆସିଛି। ଏ ସବୁ କ୍ଷତି ପାଇଁ ମଧ୍ୟ ଚୀନ ଦାୟୀ ବୋଲି ସେ କହିଛନ୍ତି।  

ବିଲ୍ଡର ଏଡ଼ିଟର ଇନ ଚିଫ ଜୁଲିୟନ ରିଚେଲ୍ଟ କହିଛନ୍ତି କି, ଦେଶରେ କୋରୋନା ଭାଇରସ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶରେ ଯେଉଁ କ୍ଷତି ହୋଇଛି ତାହା ପାଇଁ ଚୀନ କଣ ଦାୟୀ ରହିବ ବୋଲି ଆମେ ଏହି ଆଲେଖ୍ୟ ମାଧ୍ୟମରେ ଦେଶବାସୀଙ୍କୁ ଏକ ପ୍ରଶ୍ନ କରିଛୁ। ସେ ଜି ଜିନପିଙ୍ଗ ଉପରେ ଆକ୍ରମଣାତ୍ମ ଢଙ୍ଗରେ କହିଥିଲେ କି, କୋରୋନା ଭାଇରସ ଅତ୍ୟନ୍ତ ସଂକ୍ରାମକ। ଏହା ଆପଣ ଓ ଆପଣଙ୍କ ବୈଜ୍ଞାନିକଙ୍କୁ ବହୁ ପୂର୍ବରୁ ଜଣା ଥିଲା ବୋଲି ସେ ରାଷ୍ଟ୍ରପତିଙ୍କୁ ଆକ୍ରମଣାତ୍ମକ  ଢଙ୍ଗରେ ପ୍ରକାଶ କରିଥିଲେ। ମାତ୍ର ଏହା ଆପଣ ପ୍ରକାଶ କରିନଥିଲେ। ସମଗ୍ର ଦୁନିଆକୁ ଅନ୍ଧାରରେ ରଖିଥିଲେ ବୋଲି ସେ କହିଛନ୍ତି।  

Add Zee News as a Preferred Source

ସେ ଆହୁରି ମଧ୍ୟ କହିଥିଲେ ଯେତେବେଳେ ପଶ୍ଚିମୀ ରାଷ୍ଟ୍ରର ରିସର୍ଚ୍ଚର ଆପଣଙ୍କ ପ୍ରମୁଖ ବିଶେଷଜ୍ଞଙ୍କୁ କୋରୋନା ସମ୍ପର୍କରେ ପ୍ରଶ୍ନ କରିଥିଲେ ସେତେବେଳେ ସେ ଚୁପ ରହିଥିଲେ। ଆପଣଙ୍କୁ ସତ କହିବା ପାଇଁ ଗର୍ବ ଅନୁଭବ କରିବାର ଥିଲା। କିନ୍ତୁ ଆପଣଙ୍କୁ ଦେଶର ଲଜ୍ଜ୍ୟା ବୋଲି ଭାବି ସମଗ୍ର ବିଶ୍ୱକୁ ଅନ୍ଧାରରେ ରଖିଥିଲେ ବୋଲି ରିଚେଲ୍ଟ କହିଛନ୍ତି।  

About the Author