ହିମାଶୁଂ ଶେଖର ସାମଲ, ଭୁବନେଶ୍ୱର: ଦୁନିଆରେ ଅନେକ ଦ୍ୱୀପ ରହିଛି, ଯାହା ଅନେକ ରହସ୍ୟମୟ । ଏଭଳି ଏକ ଦ୍ୱୀପ ସ୍କଟଲ୍ୟାଣ୍ଡରେ ରହିଛି, ଯାହାକୁ ଆଇନହେଲୋ ଦ୍ୱୀପ ବୋଲି କୁହାଯାଏ । ଏହି ଦ୍ୱୀପର ଆକାର ହୃଦୟ ଆକାରର, ଯାହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଲାଗି ରହିଥାଏ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି ଯେ, ଏହା କେବଳ ଗୋଟିଏ ଦିନ ପାଇଁ ଖୋଲାଯାଇଥାଏ । ବର୍ଷର ଅନ୍ୟ ସବୁ ଦିନରେ ଏହା ବନ୍ଦ ରହିଥାଏ ।
ଏହି ଦ୍ୱୀପ ଏତେ ଛୋଟ ଯେ, ଏହାକୁ ନକ୍ସାରେ ଖୋଜିବା ବହୁତ କଷ୍ଟକର । ଏହି ଦ୍ୱୀପକୁ ନେଇ ଅନେକ ରହସ୍ୟମୟୀ କାହାଣୀ ଶୁଣିବାକୁ ମିଳିଥାଏ । ପୌରାଣିକ କାହାଣୀ ଅନୁସାରେ ଏହାକୁ ଭୂତପ୍ରେତ ମାନଙ୍କର ଦ୍ୱୀପ ବୋଲି କୁହାଯାଏ । କାହାଣୀ ଅନୁସାରେ ଏହି ଦ୍ୱୀପ ଖରାପ ଆତ୍ମା ମାନଙ୍କର ସମ୍ଭାର । କୌଣସି ଲୋକ ଯଦି ଏହି ଦ୍ୱୀପରେ ଆସିବାକୁ ଚେଷ୍ଟା କରିଥାଏ, ତେବେ ସେ ଦ୍ୱୀପର ପବନରେ ତାକୁ ଭୂତର ସାମ୍ନା କରିବାକୁ ପଡ଼ିଥାଏ । ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ ଏହି ଦ୍ୱୀପରେ ଜଳପରୀ ରହିଥାନ୍ତି । ଯେଉଁମାନେ ଗରମ ଦିନରେ ପାଣିରୁ ବାହାରକୁ ଆସିଥାଏ । ସ୍କଟଲାଣ୍ଡର ହାଇଲାଣ୍ଡରର୍ସ ବିଶ୍ୱବିଦ୍ୟାଳୟ ପ୍ରଫେସର ଡେନ ଲିଙ୍କ କହିବା ଅନୁସାରେ ହଜାର ବର୍ଷ ପୂର୍ବରୁ ଏହି ଦ୍ୱୀପ ନିକଟରେ ଲୋକମାନେ ବସବାସ କରୁଥିଲେ । କିନ୍ତୁ ୧୮୫୧ରେ ଏହି ଅଞ୍ଚଳରେ ପ୍ଲେଗ ରୋଗ ବ୍ୟାପିବା ପରେ ଲୋକମାନେ ଏହି ଦ୍ୱୀପ ଛାଡି ପଳାଇଥିଲେ । ତେଣୁ ବର୍ତ୍ତମାନ ଏହି ଦ୍ୱୀପରେ କୌଣସି ଲୋକ ରହୁନାହାନ୍ତି...ଏହି ଅଞ୍ଚଳରେ ଏବେ ମଧ୍ୟ ଅନେକ ପୁରୁଣା ଘର ଦେଖିବାକୁ ମିଳିବ ।
କେବେ ଏହି ଦ୍ୱୀପ ହୋଇଥିଲା, ଏହାର ଖବର କାହା ପାଖରେ ମଧ୍ୟ ନାହିଁ । ଏହି ଘଟଣାର ଯଦି ଇତିହାସକୁ ଉନ୍ମୋଚନ କରାଯାଏ, ତେବେ ଅନେକ କାହାଣୀ ଜଣାପଡ଼ିବ । ଦ୍ୱୀପର ୫୦୦ ମିଟର ଦୂରରେ ଲୋକମାନେ ରହୁଥିଲେ ମଧ୍ୟ ଦ୍ୱୀପକୁ ଯାଇନଥାନ୍ତି ।