ଅଦ୍ଭୁତ ହିମାଳୟର ୧୦ଟି ଅଦ୍ଭୁତ ରହସ୍ୟମୟ କାହାଣୀ ବିଷୟରେ ଜାଣନ୍ତୁ

ହିମାଳୟରେ ତ ଅନେକ ରହସ୍ୟ ଲୁଚି ରହିଛି । ହେଲେ ଆଜି ୧୦ଟି ପ୍ରମୁଖ ରହସ୍ୟ ବିଷୟରେ ଜାଣନ୍ତୁ

ଅଦ୍ଭୁତ ହିମାଳୟର ୧୦ଟି ଅଦ୍ଭୁତ ରହସ୍ୟମୟ କାହାଣୀ ବିଷୟରେ ଜାଣନ୍ତୁ
THE GREAT HIMALAYA MYSTERY

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ହିମାଳୟର ଶାବ୍ଦିକ ଅର୍ଥ ବରଫ ଘର । ହିମାଳୟ ପବର୍ତମାଳା ଭାରତର ଉତ୍ତର ପଟରେ ଅବସ୍ଥିତ । ହିମାଳୟ ୨୪୦୦ କିମି ଲମ୍ୱି ରହିଛି । ହିମାଳୟ ୬ଟି ଦେଶରେ ଅବସ୍ଥିତ । ଭାରତ, ପାକିସ୍ତାନ, ଆଫଗାନିସ୍ଥାନର ଅଳ୍ପ ଅଂଶ, ଚାଇନା, ଭୂଟାନ ଏବଂ ନେପାଳ । ହିମାଳୟକୁ ଭାରତର ତାଜ ବୋଲି ମଧ୍ୟ କୁହାଯାଏ । ହିମାଳୟ ଭାରତର ରକ୍ଷା କବଚ ସାଜି ହଜାର ବର୍ଷ ହେବ ଛିଡ଼ା ହୋଇଛି ।

ହିମାଳୟରେ ତ ଅନେକ ରହସ୍ୟ ଲୁଚି ରହିଛି । ହେଲେ ଆଜି ୧୦ଟି ପ୍ରମୁଖ ରହସ୍ୟ ବିଷୟରେ ଜାଣନ୍ତୁ...

- ହିମାଳୟ ପାଦଦେଶରେ ବସବାସ କରୁଥିବା ଲୋକଙ୍କୁ କୁଷ୍ଠ, ଯକ୍ଷ୍ମା, ଟିବି, ଗଠିଆ, ଚର୍ମ ରୋଗ ଓ ଅସ୍ଥି ରୋଗ ହୋଇ ନ ଥାଏ । ହିମାଳୟ ପାଦଦେଶରେ ଥିବା ରାଜ୍ୟ ଜମ୍ମୁ ଓ କାଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଆସାମ, ସିକିମ, ଅରୁଣାଞ୍ଚଳ ପ୍ରଦେଶ ଆଦି ରାଜ୍ୟରେ ବସବାସ କରୁଥିବା ଲୋକଙ୍କ ଆୟୁଷ ଅନ୍ୟ ରାଜ୍ୟର ଲୋକଙ୍କଠୁ ପ୍ରାୟ ଅଧିକ । ଏପରିକି ତିବ୍ବତରେ ରହୁଥିବା ଲୋକମାନଙ୍କ ଆୟୁଷ ପାଖାପାଖି ୧୦୦ ବର୍ଷ ହୋଇଥାଏ ।

- ପ୍ରାଚୀନ ଯୁଗରେ ହିମାଳୟରେ ଦେବତାଙ୍କ ବାସ ସ୍ଥାନ ଥିଲା । ଭଗବାନ ଶିବ, ବିଷ୍ଣୁ, ବ୍ରହ୍ମାଙ୍କ ବାସସ୍ଥଳୀ ହିମାଳୟ ଥିଲା । ହିମାଳୟରେ ଥିବା ନନ୍ଦକାନନ ବନରେ ଇନ୍ଦ୍ରଙ୍କ ବାସସ୍ଥଳୀ ମଧ୍ୟ ଥିଲା । ହିମାଳୟ ଓ କୌଳାସ ପର୍ବତକୁ ଲୋକେ ସ୍ୱର୍ଗ ବୋଲି ମାନିଥାଆନ୍ତି । ଏପରିକି ଏହା ମଧ୍ୟ ମନା ଯାଇଥାଏ କି ଭଲ କାମ କରିଥିବା ପବିତ୍ର ଆତ୍ମାକୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଆଉ ମହାଭାରତ ପରେ ପଞ୍ଚୁ ପାଣ୍ଡବ ଏହି ହିମାଳୟ ଦେଇ ହିଁ ସ୍ୱଦେହରେ ସ୍ୱର୍ଗ ଯାତ୍ରା କରିଥିଲେ । 

- ହିମାଳୟରେ ଏପରି କିଛି ତୀର୍ଥ ସ୍ଥାନ ଅଛି ଯେଉଁଠିକୁ ଲକ୍ଷ ଲକ୍ଷ ଭକ୍ତ ବିଭିନ୍ନ ବାଧାବିଘ୍ନ ସହି ଯାତ୍ରା କରିଥାଆନ୍ତି । ଆଉ ସେହି ଚମତ୍କାରୀ ତୀର୍ଥସ୍ଥାନଗୁଡ଼ିକ ହେଲା ମାନସରବର, ଅମରନାଥ, କୌଳାସ ପର୍ବତ, କସରନାଗ, ବୌଷ୍ଣୋ ଦେବୀ, ପଶୁପତୀନାଥ, ହରିଦ୍ୱାର, ବଦ୍ରିନାଥ, କେଦାରନାଥ, ଗୋମୁଖ ତଥା ଋଷିକେଶ ଇତ୍ୟାଦି । 

- ବୈଜ୍ଞାନିକଙ୍କ ମତରେ ସର୍ବପ୍ରଥମେ ମାନବ ଜାତିର ସୃଷ୍ଟି ହିମାଳୟ ପାଦଦେଶରେ ହିଁ ହୋଇଥିଲା । ଆଉ ଏହାର ସବୁଠାରୁ ବଡ଼ ପ୍ରମାଣ ହିମାଳୟରୁ ମିଳିଥିବା ହଜାର ହଜାର ବର୍ଷତଳର ସବୁଠାରୁ ପୁରୁଣା ଜୀବାଶ୍ମ ଯାହା ପୃଥିବୀର ଅନ୍ୟ କୌଣସି ପ୍ରାନ୍ତରେ ନାହିଁ । ହିମାଳୟରୁ ମିଳିଥିବା ଜୀବାଶ୍ମ ଏତେ ପୁରୁଣା ଯେ ତାହାଠୁ ଅଧିକ ପୁରୁଣା ଜୀବାଶ୍ମ ଅନ୍ୟ ଜାଗାରେ ନାହିଁ । ତେଣୁ ହିମାଳୟରୁ ହିଁ ମନୁଷ୍ୟ ସମାଜର ସୃଷ୍ଟି ବୋଲି ମନା ଯାଏ ।

- ହିମାଳୟରେ ହିନ୍ଦୁ, ଜୈନ, ବୌଦ୍ଧ ସାଧୁସନ୍ଥଙ୍କ ଅନେକ ରହସ୍ୟମୟ ଗୁମ୍ଫା ଅଛି । ଆଉ ଆଜି ବି ଅନେକ ତପସ୍ୱୀ ହିମାଳୟରେ ଅଛନ୍ତି ଯେଉଁମାନେ ଆଜି ବି ତପସ୍ୟା କରୁଛନ୍ତି । ଜ୍ଞାନଗଞ୍ଜମଠ, ଯୋଶୀ ମଠ, ହିମେଶ ମଠ, ବଦ୍ରିନାଥ, କେଦାରନାଥ ଆଦି ଜାଗାରେ ଏପରି ଅନେକ ରହସ୍ୟମୟ ମଠ ଅଛି ଯେଉଁଠିକୁ ସାଧାରଣ ମଣିଷ ଯାଇପାରିବେ ନାହିଁ । 

- ହିମାଳୟରେ ରହିଛି ଜଡ଼ିବୁଟିର ଭଣ୍ଡାର । ମେଡିସିନ ତିଆରି ହେଉଥିବା ଅଧିକାଂଶ ଜଡ଼ିବୁଟି ହିମାଳୟରେ ହିଁ ମିଳିଥାଏ ପୌରାଣିକ କଥା ଅନୁସାରେ ଲକ୍ଷ୍ମଣଙ୍କ ପାଇଁ ସଞ୍ଜିବୀନି ପର୍ବତ ହିମାଳୟରୁ ହିଁ ହନୁମାନ ଟେକି ଆଣିଥିଲେ । ହିମାଳୟରେ ଆଜି ବି ସଞ୍ଜିବୀନି ଜଡ଼ିବୁଟି ବୃକ୍ଷ ଅଛି ଯାହା କେବଳ ରୋଗ ଭଲ କରିବାରେ ନୁହଁ ବରଂ ଆୟୁଷ ବଢ଼ାଇବାରେ ମଧ୍ୟ ସହାୟକ ହୋଇପାରିବ । ଚାରକ ବି ନିଜର ଚାରକ ସଂହିତାରେ ବର୍ଣ୍ଣନା କରିଛନ୍ତି ଯେ ପୃଥିବୀର ଜଡ଼ିବୁଟିର ଭଣ୍ଡାର ହେଉଛି ହିମାଳୟ ।

- ଦୁନିଆର ସବୁଠାରୁ ଦୁର୍ଲଭ ଜିନିଷ କସ୍ତୁରୀ ମୃଗ ବି ହିମାଳୟରେ ଅଛି । କସ୍ତୁରୀମୃଗର ପଛଭାଗରେ ଥିବା ଗ୍ରନ୍ଥିରେ କସ୍ତୁରୀ ଥାଏ । ଯାହା ଖୁବ ଦୁର୍ଲଭ । ଆର୍ୟୁବେଦରେ କସ୍ତୁରୀ ମୃଗକୁ ଟିବି, ହୃଦୟରୋଗ ଓ ଅର୍ଥୋରାଇଟିସ ପରି ରୋଗର ଚିକିତ୍ସା ସହିତ ଯୋଡ଼ା ଯାଇଛି । କେବଳ କସ୍ତୁରୀ ମୃଗ ନୁହଁ ହିମାଳୟରେ ଯୋତି ବି ଦେଖାଯାଏ ବୋଲି ଦାବୀ କରାଯାଉଛି । ଯୋତିକୁ କେହି କେହି ହିମମାନବ ବୋଲି ତୁଳନା କରୁଥିବାବେଳେ ଆଉ କେହି କେହି ଯୋତି ଏକ ଦୁଷ୍ଟ ଭାଲୁ ବୋଲି ମଧ୍ୟ କହିଥାଆନ୍ତି ।

- ହିମାଳୟରେ ୨୦ ବର୍ଷରେ ଥରେ ଏପରି ଏକ ଫୁଲ ଫୁଟେ ଯାହା ମାଙ୍କଡ଼ ମୁହଁ ପରି । ଆଉ ତାକୁ ହନୁମାନର ମୁଖ ସହିତ ତୁଳନା କରାଯାଏ । ଆଉ ଏହିପରି ଅନେକ ଗଛ ରହିଛି ଯାହା ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଆପେ ଆପେ ପହଞ୍ଚି ଯାଇଥାଏ ।

- ସାରାବିଶ୍ୱର ବୌଜ୍ଞାନିକ ଏହା ମାନନ୍ତି ଯେ ଏଲିଅନ ମାନେ ପୃଥିବୀର କିଛି ସ୍ଥାନରେ ଓହ୍ଲାଇଥାଆନ୍ତି । ଆଉ ହିମାଳୟ ସେସବୁ ସ୍ଥାନମାନଙ୍କ ମଧ୍ୟରୁ ଗୋଟେ ବୋଲି କୁହାଯାଏ । ତେବେ ଏହି କଥାକୁ ବୌଜ୍ଞାନିକ ସ୍ୱିକାର କରୁ ନ ଥିବାବେଳେ ଅସ୍ୱିକାର ମଧ୍ୟ କରିପାରନ୍ତି ନାହିଁ ।