ଶାରୀରିକ ସମସ୍ୟା ଦୂର କରେ କର୍ପୂର

ପୂଜାପାଠ ସମେତ ବଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ କପୂର 

ଶାରୀରିକ ସମସ୍ୟା ଦୂର କରେ କର୍ପୂର
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ପୂଜାପାଠ ସମେତ ବଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ କପୂର । ସାଧାରଣତଃ ପୂଜାପାଠ କ୍ଷେତ୍ରରେ କର୍ପୂରର ବ୍ୟବହାର ହୋଇଥାଏ । ହେଲେ ବହୁତ କମ୍ ଲୋକ ଜାଣିଥିବେ ପ୍ରାକୃତିକ ଗୁଣରେ ଭରପୁର କର୍ପୂରର ବ୍ୟବହାର ଆହୁରି ଅନେକ କାମ କରିଥାଏ । କର୍ପୂରକୁ ପୂଜାପାଠରେ ବ୍ୟବହାର କରିବା ସହିତ ଶରୀର ପାଇଁ ମଧ୍ୟ ବ୍ୟବହାର କରିପାରିବେ । ତେବେ ଜାଣି ରଖନ୍ତୁ କେଉଁ କାମରେ ବ୍ୟବହୃତ ହୁଏ କର୍ପୂର

ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଗଲେ ବା କୁଣ୍ଡେଇ ହେଉଥିଲେ ସେହି ସ୍ଥାନରେ ନଡିଆ ତେଲରେ କର୍ପୂର ମିଶାଇ ଲଗାଇଲେ ଏଥିରୁ ଉପଶମ ମିଳିଥାଏ । ଏକ ସର୍ଭେରୁ ଜଣାପଡିଛି ଯେ କର୍ପୂରରେ ତିଆରି ଅଏଲ ସ୍କିନ କୋମଳ ତ୍ୱଚଟା ପାଇଁ ବେଶ୍ ଉପକାରୀ । ଅଏଲି ସ୍କିନରୁ ମୁକ୍ତି ପାଇବା ପାଇଁ ଆପଣ କର୍ପୂରର ବ୍ୟବହାର କରିପାରିବେ ଽ ଏହା ଅଏଲି ସ୍କିନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । 

ଅଧିକାଂଶ ସମୟରେ ରୋଷେଇ କରିବା ସମୟରେ ହାତ କିମ୍ବା ଅନ୍ୟ ସ୍ଥାନରେ ଚେଙ୍କ ଲାଗିଯାଇଥାଏ ଫଳରେ ଶରୀରରେ ପୋଡା ଚିହ୍ନ ବା ଦାଗ ରହିଯାଇଥାଏ । ତେବେ ପୋଡ଼ା ଦାଗ ଲିଭାଇବାରେ କର୍ପୂର ସାହାର୍ଯ୍ୟ କରିଥାଏ ଽ  ଯଦି ଆପଣଙ୍କର ଭୁଲ ବଶତଃ ଚେଙ୍କ ଲାଗିଯାଏ ତେବେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ କର୍ପୂର ଲଗାଇ ଦିଅନ୍ତୁ ଽ ଏହା ଯନ୍ତ୍ରଣାକୁ ଲାଘବ କରିବା ସହିତ ପୋଡା ଚିହ୍ନ ଲିଭାଇବାରେ ସହାୟକ ହୋଇଥାଏ ।

କରାଯାଇଥିବା ରିସର୍ଚ୍ଚ ଅନୁସାରେ ନଡିଆ ତେଲରେ କର୍ପୂର ମିଶାଇ କେଶରେ ଲଗାଇଲେ ଏହା କେଶ ଝଡିବା, ରୂପି ସମସ୍ୟା ଦୂର କରିବା ସହିତ କେଶକୁ ମଜବୁତ ମଧ୍ୟ କରିଥାଏ ।