ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ଯଦି ମୂଳାକୁ ଠିକ୍ ଭାବରେ ବ୍ୟବହାର କରାଯାଏ, ତେବେ ମୂଳା ଆମ ତ୍ୱଚା ଓ କେଶକୁ ପୋଷକ ଯୋଗାଇଥାଏ । ଏଥିସହ ବିଭିନ୍ନ ସୌନ୍ଦର୍ଯ୍ୟ ସମସ୍ୟାକୁ ମଧ୍ୟ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ୍ A ଓ C ଭରପୂର ଥାଏ, ମୂଳା ତ୍ୱଚାକୁ ପୋଷକ ଦେବା ସହ ତ୍ୱଚାକୁ ପୁଣି ଥରେ ଜୀବନ୍ତ କରିବାର କ୍ଷମତା ମଧ୍ୟ ଦେଇଥାଏ ।
ମୂଳାରେ କ୍ୟାଲସିୟମ, ପୋଟାସିୟମ୍, ଫସଫରସ୍ ଭଳି କେତେକ ଖଣିଜ, ପ୍ରୋଟିନ୍ ଏବଂ ଫାଇବର୍ ରହିଥାଏ । ଯାହା ଆପଣଙ୍କ ତ୍ୱଚା ଓ କେଶ ପାଇଁ ଲାଭଦାୟକ ହୋଇଥାଏ । ମୂଳାରେ ଆଣ୍ଟି ବେକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡେଣ୍ଟର ଗୁଣ ଆପଣଙ୍କ ତ୍ୱଚାରେ ସୁନ୍ଦର ବନାଇବାରେ ସହାୟକ ହୋଇଥାଏ ।
- ତ୍ୱଚା ଏବଂ କେଶ ପାଇଁ ମୂଳାର ଅନ୍ୟ ଫାଇଦା
- ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ
- ତ୍ୱଚାକୁ ସଫା ଏବଂ ଡେଟୋକ୍ସିଫାଇ କରିଥାଏ
- ତ୍ୱଚାକୁ ନଷ୍ଟ କରିବାରୁ ବଞ୍ଚାଇ ଥାଏ
- ବ୍ରଣରୁ ମୁକ୍ତି ମିଳିଥାଏ
- ବ୍ଲାକହେଡ୍ସରରୁ ଉପସମ ଦେଇଥାଏ
- ତ୍ୱଚାରେ ଏକ ପ୍ରକୃତିକ ଚମକ ଆଣିଥାଏ
- କେଶକୁ ଝଡ଼ିବାରୁ ମୁକ୍ତି ଦେଇଥାଏ
- କେଶକୁ ବଢାଇବାରେ ସାହାଯ୍ୟ କରିଥାଏ
- ଡ୍ୟାନଡ୍ରଫ୍ ରୁ ଦୂର କରିଥାଏ
- ଆପଣଙ୍କ କେଶରେ ଚମକ ଆଣିଥାଏ