କିପରି ଜାଣିବେ ଆପଣଙ୍କ କ୍ରିମ ଭଲ ଅଛି କି ନାହିଁ?
Advertisement

କିପରି ଜାଣିବେ ଆପଣଙ୍କ କ୍ରିମ ଭଲ ଅଛି କି ନାହିଁ?

ଜାଣନ୍ତୁ ଆପଣଙ୍କ କ୍ରିମ କେତେ ଉତ୍ତମମାନର

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: କେତେକ ସମୟରେ ଲୋକେ ଡିସକାଉଣ୍ଡ୍ ଦେଖି ବିଭିନ୍ନ କ୍ରିମ୍ କିଣିଥାନ୍ତି । ଏବଂ ଏହାର ଏକ୍ସପାଏରୀ ଚେକ୍ କରନ୍ତି ନାହିଁ । ଏଥିସହ କେତେକ ଲୋକେ ଏକ୍ସପାଏରୀ ନ ଦେଖି ବହୁ ଦିନ ପାଇଁ ଗୋଟିଏ କ୍ରମିକୁ ବ୍ୟବହାର କରିଥାନ୍ତି । କଣ ଆପଣ ଜାଣିଛନ୍ତି କି ଏହି କ୍ରିମ ଆଉ ମଇଶ୍ଚୋରାଇଜର୍ ଆପଣଙ୍କ ତ୍ୱଚା ପାଇଁ କ୍ଷତିକାର ହୋଇପାରେ । ତେବେ ଜାନ୍ତୁ କିପରି ଏହି କ୍ରିମ୍ ଓ ମଶ୍ଚୋରାଇଜର୍ ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ ।

ଏକ୍ସପାଏରୀ ହୋଇଥିବା ମଶ୍ଚୋରାଇଜରକୁ ବ୍ୟବହାର କଲେ  କେବଳ ଏହାର କ୍ୱାଲିଟି ଖରାପ ହୋଇଥାଏ ତାହା ନୁହେଁ, ଏହା ଦ୍ୱାରା ତ୍ୱଚାରେ ଇରିଟେସନ୍ ଏବଂ ବ୍ୟାକ୍ଟେରିଆ ଇଫେକସନ୍ ହୋଇଥାଏ । କିନ୍ତୁ ଆପଣଙ୍କୁ ଏହି କାମ ଯଦି ମୁସକିଲ୍ ଲାଗୁଥାଏ ତେବେ ମଶ୍ଚରାଇଜରର ଲାଷ୍ଟଡେଟ୍ କଣ ଅଛି ଏବଂ ଏହା ଖରାପ ହୋଇଛି କି ନାହିଁ ତାହା ଦେଖିବା ଆବଶ୍ୟକ । ତେଣୁ ଆମେ ଆପଣଙ୍କୁ କିଛି ଟିପ୍ସ ଦେଉଛୁ, ଯେଉଁଥିରୁ ଆପଣ ଜାଣିପାରିବେ କ୍ରିମ ଖରାପ ଅଛି କି ଭଲ ଅଛି ।

ରଙ୍ଗରେ ଆସିଥାଏ ପରିବର୍ତ୍ତନ- ସ୍କିନ୍ କେୟାର ପ୍ରଡକ୍ଟ ଯେପରି ମଶ୍ଚୋରାଇଜର ଲାଇଟ୍ ରେ ବହୁ ସମ୍ବେଦନଶୀଳ ହୋଇଥାଏ । ଯଦି ଏହା ଖରାପ ହୋଇଯାଇଥିବା ତାହାହେଲେ ଲାଇଟ୍ ରେ ରଖିବା ଦ୍ୱାରା ଏହାର ରଙ୍ଗ ହଳଦିଆ କିମ୍ବା ବ୍ରାଉନ୍ ହୋଇଯାଇଥାଏ । ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ କି ବିୟୁଟି ପ୍ରଡକ୍ଟ ଥଣ୍ଡା ଜାଗାରେ ରଖିପାରିଲ ଭଲ ବୋଲି । ସ୍କିନ୍ କେୟାର ପ୍ରଡକ୍ଟ କିଣୁଥିଲେ କ୍ରିମକୁ ଏୟାର ଟାଇଟ୍ କରି ରଖିବେ।ଏଥିସହ ଲାଇଟ୍ ଓ ହିଟ୍ ରୁ ମଧ୍ୟ ବଞ୍ଚାଇ ରଖିବେ ।

କ୍ରିମ ଦାନା ଦାନା ହୋଇଯାଏ-  ଯଦି ଆପଣଙ୍କ ମଶ୍ଚୋରାଇଜର୍ ରେ ଦାନା ଆସିବାକୁ ଲାଗିଥାଏ କିମ୍ବା କ୍ରିମ୍ ବହୁତ ମୋଟା ହୋଇଯାଏ ତେବେ ଆପଣ ଜାଣି ନିଅନ୍ତୁ ଏହା ଖରାପ ହୋଇଯାଇଛି । ଯେବେ ମଶ୍ଚୋରାଇଜର ଖରାପ ହେବାରେ ଲାଗିଥାଏ ତେବେ ସେଥିରେ ଥିବା କେମିକାଲ୍ ଅଲଗା ହେବାରେ ଲାଗିଥାଏ । ଯାହା ଆପଣଙ୍କ ପ୍ରଡକ୍ଟକୁ ଖରାପ କରିଦେଇଥାଏ ।

ବାସ୍ନାରେ ପରିବର୍ତ୍ତନ ହୋଇଥାଏ- କେତେକ ମଶ୍ଚୋରାଇଜର୍ ଖରାପ ହେବା ମାତ୍ରେ ହିଁ ଅଲଗା ପ୍ରକାର ବାସିଥାଏ।ଯଦି ଆପଣଙ୍କ ମଶ୍ଚୋରାଇଜରରୁ ଦୁର୍ଗନ୍ଧ ବାହାରୁଛି ତାହାଲେ ଜାଣି ନିଅନ୍ତୁ କ୍ରିମ ଖରାପ ବା ନଷ୍ଟ ହୋଇଯାଇଛି ଽ ଆଉ ଏହାକୁ ଫୋପାଡି ଦେବା ଦରକାର ।

ସବୁଠାରୁ ବଡ଼ କଥା ହେଲା ଏକ୍ସପାଏରୀ ଯାଞ୍ଚ କରିବା ଆବଶ୍ୟକ । ସାଧାରଣତଃ ମଶ୍ଚୋରାଇଜରର ଏକ୍ସପାଏରୀ ଡେଟ୍ ୧୮ ରୁ ୨୪ ମାସ ପର୍ଯ୍ୟନ୍ତ ହୋଇଥାଏ । ଦେଢ ବର୍ଷ ପରେ ଆପଣଙ୍କୁ ଏକ୍ସପାଏରୀ ଚେକ୍ କରିବା ଦରକାର । ଏଥିସହ ଯେତେବେଳେ ଆପଣ କ୍ରିମ୍ ଓ ମଶ୍ଚୋରାଇଜର୍ କିଣୁଛନ୍ତି ସେହି ସମୟରେ ଏକ୍ସପାଏରୀ ଭଲସେ ଦେଖି କିଣନ୍ତୁ । ନଚେତ ତାହା ସ୍କିନକୁ ଅଧିକ ଖରାପ କରିଦେବ