close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାରା ଦେଶ ଖୋଜୁଛି ରଙ୍ଗୋଲି, ଜାଣନ୍ତୁ ରଙ୍ଗୋଲି ପାଇବାର ଏହି ଖାସ ଉପାୟ...

ସାରା ଭାରତବାସୀଙ୍କୁ ଗୁଗୁଲ ପେ ଦେଇଛି ୨୫୧/- ଟଙ୍କାର ମୋହ ଓ ସମସ୍ତଙ୍କୁ କିମିଆ କରିଛି ରଙ୍ଗୋଲି ଜିତିବାର ନିଶା

ସାରା ଦେଶ ଖୋଜୁଛି ରଙ୍ଗୋଲି, ଜାଣନ୍ତୁ ରଙ୍ଗୋଲି ପାଇବାର ଏହି ଖାସ ଉପାୟ...

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଦୀପାବଳି ପାଇଁ ବିଭିନ୍ନ ଅନଲାଇନ ଆପ ଗୁଡ଼ିକ ଆକର୍ଷଣୀୟ ଉପହାର ଦେଇ ତ ଆଉ କେହି କେହି ସେଲ୍ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିଥିଲେ । ଯେପରି ଫ୍ଲିପକାର୍ଟ ଦୁର୍ଗାପୂଜା ସମୟରେ ବିଗ୍ ବିଲିୟନ ସେଲ୍ ଲଗାଇଥିଲା ସେମିତି ଦୀପାବଳି ପାଇଁ ଗୁଗୁଲ ପେ ମଧ୍ୟ ଗ୍ରାହକଙ୍କୁ ଦେଇଥିଲା ଆକର୍ଷଣୀୟ ଉପହାର । 

ଟଙ୍କା ଟ୍ରାନ୍ସଫର କରିବା ପାଇଁ ସମସ୍ତେ ଅଧିକ ପସନ୍ଦ କରୁଥୁବା ଗୁଗୁଲ ପେ ବି କରିଛି ଗୁଗୁଲି । ସାରା ଭାରତବାସୀଙ୍କୁ ଗୁଗୁଲ ପେ ଦେଇଛି ୨୫୧/- ଟଙ୍କାର ମୋହ । ଏଥିପାଇଁ ଗୁଗୁଲ ପେ ୟୁଜର୍ସଙ୍କୁ ୫ଟି ଷ୍ଟାମ୍ପ ସଂଗ୍ରହ କରିବା ପାଇଁ ପଡ଼ିବ । ୫ଟି ଷ୍ଟାମ୍ପ ସଂଗ୍ରହ କଲା ପରେ ଆପ ତରଫରୁ ମିଳିବ ୨୫୧/- ଟଙ୍କା । ତେବେ ଏଥିପାଇଁ କିଛି ସ୍ୱତନ୍ତ୍ର ନିୟମ ମଧ୍ୟ ଲାଗୁ କରିଥିଲା ଗୁଗୁଲ ପେ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ଷ୍ଟାମ୍ପ ସଂଗ୍ରହ କରିବା ପାଇଁ ଥିଲା ନିୟମାବଳୀ । ହେଲେ ଏବେ ସେ ତାରଖକୁ ବଢ଼ାଇ ଦିଆଯାଇ ନଭେମ୍ୱର ୧୧ ପର୍ଯ୍ୟନ୍ତ କରି ଦିଆଯାଇଛି । 

ତେବେ ସାଧାରଣତଃ ସମସ୍ତ ୟୁଜର୍ସଙ୍କ ପାଖରେ ସବୁ ପ୍ରକାର ଷ୍ଟାମ୍ପ ଯଥା ଦୀପ, ଫୁଲ, ଲଣ୍ଠନ, ଝୁମୁକା ଥିବାବେଳେ ଏବେ ସମସ୍ତେ କେବଳ ଅପେକ୍ଷା କରି ରହିଛନ୍ତି ରଙ୍ଗୋଲି ଷ୍ଟାମ୍ପକୁ । ତେବେ କହିବାକୁ ଗଲେ ସମସ୍ତେ ୨୫୧ ଟଙ୍କା ଜିତିବାକୁ ପାଦୁଟିଏ ପଛରେ ଅଛନ୍ତି । ଯଦି ଆପଣ ବି ଜାଣିବାକୁ ଚାହୁଛନ୍ତି କିପରି ପାଇବେ ରଙ୍ଗୋଲି ଷ୍ଟାମ୍ପ ତେବେ ଏହି ପ୍ରଣାଳୀ ଅବଲମ୍ୱନ କରନ୍ତୁ ।

  •  ଗୁଗୁଲ ପେରେ ତିନୋଟି ଉପାୟରେ ମିଳିପାରିବ ଷ୍ଟାମ୍ପ । ଦିନକୁ ୫ ଥର UPI ଟ୍ରାନଜାକ୍ସନ କରନ୍ତୁ । ଆଉ ପ୍ରତି ଥରରେ ଆପଣ ଜିତିପାରିବେ ଷ୍ଟାମ୍ପ । ତେବେ ନଭେମ୍ୱର ୧୧ ଯାଏ ପ୍ରତିଦିନ ଏହା କରନ୍ତୁ ...
  •  ଆପଣଙ୍କ ପାଖରେ ଥିବା ଦ୍ୱିତୀୟ ଅପସନଟି ହେଲା ଦିନକୁ ୫ ଥର ଅନ୍ୟ ଏକ ଫୋନରୁ ଦୀପ ଫଟୋ କାଢି ସ୍କାନ କରନ୍ତୁ । ୫ ଥର ଯାକ ଭିନ୍ନ ଭିନ୍ନ ପ୍ରକାରର ଦୀପ ଫଟୋ କାଢ଼ି ସ୍କାନ କରନ୍ତୁ । ପ୍ରତି ୫ଟି ସ୍କାନରେ ଆପଣଙ୍କୁ ମିଳିପାରିବ ରଙ୍ଗୋଲି ଜିତିବାର ସୁଯୋଗ । ଏହାକୁ ମଧ୍ୟ ଆପଣ ପ୍ରତ୍ୟେକ ଦିନ ନଭେମ୍ୱର ୧୧ ଯାଏ କରନ୍ତୁ ।
  • ଆପଣଙ୍କ ପାଖରେ ଥିବା ତୃତୀୟ ଅପସନଟି ହେଲା ଦିନକୁ ୫ ଥର ଅଧିକ ଥିବା ଷ୍ଟାମ୍ପଗୁଡ଼ିକୁ ନିଜର ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଏପରି କଲେ ଆପଣ ୫ଟି ଷ୍ଟାମ୍ପ ଜିତିବା ସହ ରଙ୍ଗୋଲି ଜିତିବାର ସୁଯୋଗ ମଧ୍ୟ ପାଇପାରିବେ । 

ତେବେ ଦିନକୁ ଏହି ୩ଟି ଯାକ ପ୍ରଣାଳୀ ବ୍ୟବହାର କଲେ ୧୫ଟି ଷ୍ଟାମ୍ପ ଗୋଟିଏ ଦିନରେ ପାଇପାରିବେ । ଆଉ ୧୫ଟି ମଧ୍ୟରୁ ହୁଏତ ରଙ୍ଗୋଲି ବି ଆପଣ ଜିତିପାରନ୍ତି । ତେଣୁ ପ୍ରତ୍ୟେକ ଦିନ ନଭେମ୍ୱର ୧୧ ଯାଏ ୧୫ଟି ଲେଖାଏଁ ଷ୍ଟାମ୍ପ କଲେକ୍ଟ କରନ୍ତୁ । ଆଉ ପାଆନ୍ତୁ ସୁଯୋଗ ରଙ୍ଗୋଲି ଜିତିବାର ।