ଝିଅଙ୍କୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ୫ଟି ଟିପ୍ସ...

ଜାଣନ୍ତୁ ଝିଅଙ୍କୁ ଇମ୍ପ୍ରେସ୍‌ କରିବାର ୫ଟି ସହଜ ଟିପ୍ସ ଉପାୟ

ଝିଅଙ୍କୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଛନ୍ତି କି ?  ଆପଣାନ୍ତୁ ଏହି ୫ଟି ଟିପ୍ସ...
get to know how to impress a girl ?

ଅମିତ ମହାନ୍ତି, ଭୁବନେଶ୍ୱର: ଏପର୍ଯ୍ୟନ୍ତ ଆପଣଙ୍କ କେହି ଗାର୍ଲଫ୍ରେଣ୍ଡ୍‌ ନାହାନ୍ତି କି ? ଝିଅଙ୍କୁ କେମିତି ଇମ୍ପ୍ରେସ୍‌ କରିବେ ସେ ବିଷୟରେ ଚିନ୍ତା କରୁଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ତୟାର। ଆମେ ଆପଣଙ୍କୁ ଦେବୁ ଟିପ୍ସ ।

 ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ ତାର ରାଜକୁମାର ଆଦର୍ଶଯୁକ୍ତ ଓ ଭରସାଯୋଗ୍ୟ ବ୍ୟକ୍ତି ହୋଇଥାଉ ଯେପରିକି ସେ ତା’ପାଇଁ ଗର୍ବ କରିପାରିବ। ସେଥିପାଇଁ ଆପଣଙ୍କୁ ହେବାକୁ ପଡ଼ିବ ତୟାର ।

1.  ନିଜ ବ୍ୟକ୍ତିତ୍ୱକୁ ଏମିତି ବନାନ୍ତୁ ଯେମିତି ସମସ୍ତେ ଆପଣଙ୍କୁ ସମ୍ମାନ କରିବେ। ସାଧାରଣତଃ ଏମିତି ବ୍ୟକ୍ତିତ୍ୱ ଗଢ଼ିବା ପାଇଁ ଆପଣଙ୍କୁ ଭଲ ଅଭ୍ୟାସଗୁଡ଼ିକୁ ଆପଣାଇବାକୁ ପଡ଼ିବ। ତାହା ହେଲେ ଆପଣ
   ଭଲ ଗାର୍ଲଫ୍ରେଣ୍ଡ ବନାଇ ପାରିବେ

2.  ଝିଅମାନେ ସାଧାରଣତଃ ଖୋଲା ବିଚାର ଓ ସାହସୀ ପୁଅମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ସେମାନେ ଏମିତି ପୁଅ ଖୋଜନ୍ତି ଯେଉଁମାନେ ସେମାନଙ୍କ ଆତ୍ମସମ୍ମାନର ରକ୍ଷା କରିପାରିବେ। ଆତ୍ମସମ୍ମାନ ପାଇଁ ଯେମିତି ସେମାନଙ୍କୁ ବଡିଗାର୍ଡଙ୍କ ଆବଶ୍ୟକତା ନପଡ଼େ।

3.  ସଚ୍ଚୋଟ ଓ ନିଷ୍ଠାପର ହେଲେ, ନିଶ୍ଚିତ ଭାବେ ଝିଅମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ

4. ଆପଣଙ୍କ ପାଖରେ ମୋଟିଭେଟ୍ କରି ପାରିବା ଭଳି ଗୁଣ ଥିବା ଦରକାର। ଯେତେବେଳେ ବି କେହି ଖରାପ ସ୍ଥିତି ଦେଇ ଗତି କରୁଥିବେ ଆପଣ ତାଙ୍କୁ ମୋଟିଭେଟ୍ କରି ପାରୁଥିବେ ଓ ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସକୁ ବଢ଼ାଇ ପାରୁଥିବେ। ଆପଣଙ୍କର ଏହି ଗୁଣ ଝିଅଙ୍କୁ ଆଟ୍ରାକ୍ଟ କରିପାରେ।

5. ଝିଅଙ୍କୁ ଦରକାର ପ୍ରତିଶ୍ରୁତି ରକ୍ଷା କରୁଥିବା ପୁଅ। ପ୍ରତିଶ୍ରୁତି କିମ୍ବା ବିଶ୍ୱାସ ଭାଙ୍ଗିଲେ, ଆପଣ ସେମାନଙ୍କ ସାମ୍ନାରେ ଭିଲିଆନ ଭାବେ ଉଭା ହେବେ । ଆପଣଙ୍କୁ ସେ ଭବିଷ୍ୟତରେ ବିଶ୍ୱାସ କରିବେ ନାହିଁ । ତେଣୁ
ଆପଣଙ୍କୁ ପସନ୍ଦ ଆସୁଥିବା ଝିଅ ସାମ୍ନାରେ ବିଶ୍ୱାସ ଜନ୍ମାଇବାକୁ ପଡ଼ିବ

ଏହି ୫ଟି ଟିପ୍ସ ଉପରେ ବିଶେଷ ଧ୍ୟାନ ଦେଲେ, ଆପଣ ନିଶ୍ଚିତ ଭାବେ ସଫଳତା ହାସଲ କରିପାରିବେ । ବେଷ୍ଟ ଅଫ୍ ଲକ୍