କିପରି ଲାଳନପାଳନ କରିବେ ପିଲାଙ୍କୁ, ଜାଣନ୍ତୁ କେତୋଟି ଟିପ୍ସ

ପିଲାଙ୍କୁ ଶିଖାନ୍ତୁ ଏହି ସବୁ ଭଲକଥା

କିପରି ଲାଳନପାଳନ କରିବେ ପିଲାଙ୍କୁ, ଜାଣନ୍ତୁ କେତୋଟି ଟିପ୍ସ
ସୌଜନ୍ୟ: ସୋସିଆଲ ମିଡିଆ

ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଛୋଟ ପିଲାମାନଙ୍କୁ ଆମେ ଯେମିତି ଶିକ୍ଷା ଦେବା ସେମାନେ ସେପରି ଗଢି ହୋଇଥାନ୍ତି । ଏପରିକି ସେମାନଙ୍କୁ ଦିଆଯାଉଥିବା ସଂସ୍କାର ତାଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ବେଶ ସହାୟକ ହୋଇଥାଏ । କିପରି ପିଲାଙ୍କ ଉତ୍ତମ ବ୍ୟବାହର ଶିଖାଇବେ ତାହା ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା । ଯଦି ଶିଶୁଟି ଯୌଥ ପରିବାରରେ ରହୁଥିବ ତେବେ ଶିଶୁ ସହିତ ବାପା ମାଆ, ଜେଜେବାପା ଜେଜେ ମାଆ, ବଡ଼ ଭାଇ ଭଉଣୀ ଦାଦା ଖୁଡ଼ି ସମସ୍ତେ ରୁହନ୍ତି । ସେମାନଙ୍କ ଠାରୁ ଶିଶୁ ସବୁ କିଛି ଶିଖିଥାଏ । ସେହିପରି ଯଦି ଶିଶୁଟି ଏକକ ପରିବାରରେ ବଢୁଛି ତେବେ ଶିଶୁର ପିତା ମାଆଙ୍କ ଗୁରୁ ଦାୟିତ୍ୱ ସେମାନଙ୍କୁ ଉତ୍ତର ବ୍ୟବହାର ଶିଖାଇବା । ପିଲାବେଳେ ମିଳିଥିବା ସଂସ୍କାର ଶିଶୁର ଜୀବନରେ ବହୁ କାମରେ ଆସିଥାଏ । ତେବେ ପିଲାମାନଙ୍କୁ ଉଚିତ ସଂସ୍କାର ଦେବା ସମସ୍ତ ଗୁରୁଦାୟିତ୍ୱ । ସଂସ୍କାର କହିଲେ ଆମେ ବୁଝିଲା । ଆଚାର ବ୍ୟବହାର  । ଏତଗଲା ପରିବାରରୁ ଶିଶୁଟି କଣ ଶିଖୁଛି । ଏହା ପରେ ଶିଶୁ ଶିକ୍ଷା ଗ୍ରହଣପାଇଁ  ଯେଉଁ ନର୍ସରୀ ହେଉ ଅବା ବିଦ୍ୟାଳୟରେ ଯାଉଛି । ସେଠାରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ସହାୟକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ମଧ୍ୟ ପିଲାଙ୍କୁ ଉତ୍ତମ ବ୍ୟବହାର ଶିକ୍ଷା ଦେଇଥାନ୍ତି ।

୧. ଅହଙ୍କାର, ସବୁ ଜିନିଷ  ଓ ସବୁ ବସ୍ତୁରେ ନିଜର ଅଧିକାର ସାବ୍ୟସ୍ତ କରିବା ଭାବନା ଠାରୁ ଶିଶୁକୁ ଦୂରରେ ରଖନ୍ତୁ । ସବୁବେଳେ ବିନମ୍ରତା ଶିଖାନ୍ତୁ । ଆମେ ଜଳ, ପୃଥିବୀ ଓ ଆକାଶ ସବୁ ପାଇଁ ପ୍ରକୃତିକୁ ଧନ୍ୟବାଦ ଦେଇଥାଉ । ଆମକୁ ମିଳୁଥିବା ସବୁ ସବିଧା ସୁଯୋଗ ପାଇଁ ପିତାମାତାଙ୍କୁ ଧନ୍ୟବାଦ ଦେଇଥାଉ । ଠିକ ସେହିପରି ଯିଏ ଆମ ପାଇଁ କିଛି କରୁଛନ୍ତି ସେମାନଙ୍କୁ ସବୁବେଳେ କୃତଜ୍ଞତା ଜଣାଇବା ଭଳି ସ୍ୱଭାବ ପିଲାଙ୍କୁ ଶିଖାଇବା ଜରୁରୀ ।

୨. ପିଲାଙ୍କ ମନରେ ଧାର୍ମିକ ଭାବନା ଆଣିବା ପାଇଁ ସେମାନଙ୍କୁ ଧର୍ମଗ୍ରନ୍ଥ ଓ ମହାପୁରୁଷଙ୍କ ଜୀବନୀ ଉପରେ କାହାଣୀ ଶୁଣାନ୍ତୁ । ଏପରି କଲେ ଶିଶୁ ମନରେ ଧାର୍ମୀୟ ଭାବନା ବଢିବା ସହ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିଥାଏ ।

୩. ଯଦି ଆପଣଙ୍କ ଶିଶୁ କାହାକୁ ଖରାପ ବ୍ୟବହାର କରୁଛି ତେବେ ଆପଣ ଦେଖୁଛନ୍ତି ତ ସଙ୍ଗେସଙ୍ଗେ ରୋକନ୍ତୁ । ସବୁବେଳେ ସମସ୍ତଙ୍କୁ ମିଠାକଥା କହିବା ଶିଖାନ୍ତୁ । ଯଦି କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିଛନ୍ତି ଆପଣଙ୍କ ପିଲା ପାଇଁ ପସନ୍ଦର ଖେଳନା ଆଣି ନାହାନ୍ତି ତେବେ ଆପଣଙ୍କ ପିଲା ବନ୍ଧୁଙ୍କ ଉପରେ ରାଗୁଛି । ତେବେ ପିଲାଙ୍କୁ ଏପରି କିରବାରୁ ନିବୃତ୍ତ କରନ୍ତୁ ।

୪. ଯଦି ଆପଣଙ୍କ ଶିଶୁ କାହାକୁ ଖରାପ ବ୍ୟବହାର କରୁଛି ତେବେ ତାକୁ ବୁଝାନ୍ତୁ ସେ ଏପରି ବ୍ୟବହାର କଲେ ଅନ୍ୟକୁ କେତେ ପରିମାଣରେ ଦୁଃଖ ହେଉଛି । ସବୁବେଳେ ଖେଳବୁଲା କରୁଥିବା ଓ ଖରାପ କଥା ହେଉଥିବା ପିଲାଙ୍କ ସହ ସାଙ୍ଗ ହେବାକୁ ଆପଣଙ୍କ ପିଲାଙ୍କୁ ବାରଣ କରନ୍ତୁ ।

୫. ପିତାମାତା ପିଲାଙ୍କ ପ୍ରେରଣା ହୋଇଥାନ୍ତି । ବାହାରକୁ ଗଲାବେଳେ ପିଲାଙ୍କୁ ସାଙ୍ଗରେ ନେଇ ଯାଆନ୍ତୁ ସେଠାରେ ପିଲାଙ୍କ ସହ ସମୟ ବିତାନ୍ତୁ । ପିଲାଙ୍କୁ ସ୍କୁଲ ଛାଡୁଥିଲେ  ଟିଫିନକୁ ସାଙ୍ଗସାଥି ସହ ବାଣ୍ଟି ଖାଇବାକୁ କୁହନ୍ତୁ । କାହାର ଖାତା, ବହି, ପେନସିଲ, କଲର ଭଳି ଜିନିଷ ଯେପରି ଚୋରି ନ କଲେ ସେଥି ପ୍ରତି ଧ୍ୟନ ଦିଅନ୍ତୁ । ସ୍କୁଲରୁ ଫେରିବା ପରେ ପିଲାଙ୍କ ସହ ଭଲ ଭାବରେ କଥା ହୁଅନ୍ତୁ । ପ୍ରତିଦିନ ଟିଫିନ ବ୍ୟାଗ ଚେକ କରନ୍ତୁ । ହୋମାୱାର୍କ କରାନ୍ତୁ । ସ୍କୁଲ ଓ ଘର ବାହାରେ ଯାହା ଘଟୁଛି ଯେପରି ଆପଣଙ୍କ ଶିଶୁ ସବୁ କିଛି କହୁଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

୬. ଯଦି ଆପଣ ଘରେ ପୋଷା କୁକୁର ଓ ବିଲେଇ ପାଳୁଛନ୍ତି । ଆପଣଙ୍କ ପିଲା ସେମାନଙ୍କୁ ମାଡପିଟ କରୁଛି ତେବେ ଧ୍ୟାନ ଦିଅନ୍ତୁ । ସେମାନେ ପିଲା ଉପରେ ଆକ୍ରମଣ କରିପାରନ୍ତି । ପୋଷ କୁକୁର ଓ ବିଲେଇଙ୍କୁ ନମାରି  ନ ଚିଡାଇ ସ୍ନେହ କରିବା ଶିଖାନ୍ତୁ ।