close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅକ୍ଟୋବର ୩୧ରେ ଶପଥ ନେବେ ଜମ୍ମୁ କାଶ୍ମୀର ଓ ଲଦାଖର ଉପରାଜ୍ୟପାଳ

ବରିଷ୍ଠ ଆଇଏଏସ ଅଧିକାରୀ ଓ ବର୍ତ୍ତମାନର ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ପୂର୍ବତନ ପ୍ରତିରକ୍ଷା ସଚିବ ଆରକେ ମାଥୁରଙ୍କୁ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଦୁହେଁ ଅକ୍ଟୋବର ୩୧ରେ ଉପରାଜ୍ୟପାଳ ପଦର ଶପଥ ନେବେ ।

 ଅକ୍ଟୋବର ୩୧ରେ ଶପଥ ନେବେ ଜମ୍ମୁ କାଶ୍ମୀର ଓ ଲଦାଖର ଉପରାଜ୍ୟପାଳ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ଓ ବର୍ତ୍ତମାନର ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ପୂର୍ବତନ ପ୍ରତିରକ୍ଷା ସଚିବ ଆରକେ ମାଥୁରଙ୍କୁ କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଦୁହେଁ ଅକ୍ଟୋବର ୩୧ରେ ଉପରାଜ୍ୟପାଳ ପଦର ଶପଥ ନେବେ ।

ମୁର୍ମୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାସ୍ ଅଧିକାରୀ । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁର୍ମୁ ପ୍ରଧାନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛିନ୍ତି । ସେ ବର୍ତ୍ତମାନ ଅର୍ଥ ବିଭାଗରେ ବ୍ୟୟ ବିଭାଗରେ ସଚିବ ଅଛନ୍ତି । ମୋଦିଙ୍କ ନିକଟତର ଅଧିକାରୀଙ୍କ ମଧ୍ୟରେ ମୁର୍ମୁ ହେଉଛନ୍ତି ଅନ୍ୟତମ । ମୋଦିଙ୍କ କାର୍ଯ୍ୟକାଳରେ ତାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା । 

ମୁର୍ମୁ ୨୧ ନଭେମ୍ବର ୧୯୫୯ ମସିହାରେ ମୟୂରଭଞ୍ଜ ବେତନଟୀରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ଦାୟିତ୍ୱରେ ଥିବା ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ପରେ ବ୍ରିଟେନ ବର୍ମିଂହମ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିଲେ । ଜଣେ ଆଇଏଏସ ଅଫିସର ଭାବରେ ଉଭୟ ରାଜ୍ୟ(ଗୁଜୁରାଟ) ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ସେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଯେଉଁଥିପାଇଁ ତ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଦେଇଛନ୍ତି ଏତେ ବଡ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । 

ସେହିପରି ୬୫ ବର୍ଷୀୟ ମାଥୁର ୧୯୭୭ ବ୍ୟାଚର ଆଇଏଏସ ଅଧିକାରୀ ଓ ସେ ଗତ ବର୍ଷରେ ମୁଖ୍ୟ ସୂଚନା ଆୟୋଗ ପଦରୁ ଅବସର ହୋଇଥିଲେ । ଜମ୍ମୁ କାଶ୍ମୀରକୁ ୨ ଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ଜମ୍ମୁ କାଶ୍ମୀର ଓ ଲଦାଖ ଅକ୍ଟୋବର ୩୧ରୁ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଅସ୍ତିତ୍ୱରେ ଆସିବ ।