close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶିଶୁ ଶରୀରରେ ପ୍ରତିରୋପଣ ହେଲା ମାଙ୍କଡ ହାର୍ଟ, ତା'ପରେ କଣ ହେଲା ଜାଣନ୍ତୁ ....

ବିଜ୍ଞାନ ଏବେ ଚରମ ସୀମାରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ବିଜ୍ଞାନ ଏତେ ଆଗକୁ ଗଲାଣି ଯେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରୁଛିି। ବିଜ୍ଞାନ ଲଗାଇଛି ମଣିଷ ଶରୀରରେ ମାଙ୍କଡର ହାର୍ଟ। ତା ପୁଣି ଆଜି ନୁହେଁ, ୩୫ ବର୍ଷ ପୂର୍ବେ। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହା ସତ। ତେବେ ଆସନ୍ତୁ ଜାଣିବା ମଣିଷ ଶରୀରରେ ମାଙ୍କଡର ହାର୍ଟ ଲଗାଇବା ପରେ କଣ ହେଲା।

 ଶିଶୁ ଶରୀରରେ ପ୍ରତିରୋପଣ ହେଲା ମାଙ୍କଡ ହାର୍ଟ, ତା'ପରେ କଣ ହେଲା ଜାଣନ୍ତୁ ....
source: social media

କାଲିଫର୍ଣ୍ଣିଆ: ବିଜ୍ଞାନ ଏବେ ଚରମ ସୀମାରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ବିଜ୍ଞାନ ଏତେ ଆଗକୁ ଗଲାଣି ଯେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରୁଛିି। ବିଜ୍ଞାନ ଲଗାଇଛି ମଣିଷ ଶରୀରରେ ମାଙ୍କଡର ହାର୍ଟ। ତା ପୁଣି ଆଜି ନୁହେଁ, ୩୫ ବର୍ଷ ପୂର୍ବେ। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହା ସତ। ତେବେ ଆସନ୍ତୁ ଜାଣିବା ମଣିଷ ଶରୀରରେ ମାଙ୍କଡର ହାର୍ଟ ଲଗାଇବା ପରେ କଣ ହେଲା।

ଘଟଣା ହେଉଛି ୧୯୮୪ ମସିହା ଅକ୍ଟୋବର ୧୪ ତାରିଖର। କାଲିଫର୍ଣ୍ଣିଆର ଏକ ହସ୍‌ପିଟାଲ୍‌ରେ ଶିଶୁଟିଏ ଜନ୍ମ ହୋଇଥିଲା। ତା ନାଁ ରଖାଗଲା ଷ୍ଟେଫନୀ ଫେ ବେଇକ୍ୱାୟର। ତାଙ୍କ ବାପା-ମା' ଡାକୁଥିଲେ  ଶ୍ରଦ୍ଧାରେ ଫାୟ। ଫାୟ ଥିଲା ମାତ୍ର ଅଳ୍ପ ଦିନର ଅତିଥି। ଫାୟ ହାଇପୋପ୍ଲାଷ୍ଟିକ ଲେଫ୍ଟ ହାର୍ଟ ସିଣ୍ଡ୍ରମରେ ଆକ୍ରାନ୍ତ ଥିଲା। ଏହି ରୋଗ ଏକ ଭୟଙ୍କର ହୃଦ୍‌ରୋଗ ଯାହା ଜନ୍ମବେଳେ ଶିଶୁଙ୍କ ଦେହରେ ଦେଖା ଯାଇଥାଏ। ଏହି ରୋଗରେ ଶିଶୁ ମାତ୍ର ୨ ସପ୍ତାହରୁ ଅଧିକ ଦିନ ବଞ୍ଚି ପାରେନି। ହେଲେ ଫାୟ ଥିଲା ଏହାର ବ୍ୟତିକ୍ରମ। ଫାୟ ୨ ସପ୍ତାହରୁ ଅଧିକ ଦିନ ବଞ୍ଚିଲା ସିନା, ଭଗବାନ ତାକୁ ସହାୟ ହେଲେନି।
୩୫ ବର୍ଷ ତଳେ ଫାୟର ଅପରେସନ ହୋଇଥିଲା। ଡା.ଲିଓନାର୍ଡୋ ବେଲିଙ୍କ କହିବା ଅନୁଯାୟୀ, ଶିଶୁର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଜରୁରୀ। ଫାୟ ମା'ଙ୍କ ପାଖରେ ବିକଳ୍ପ ନଥିଲା। ଡାକ୍ତରଖାନାରେ ପୁଅର ଚିକିତ୍ସା କରିବେ ନଚେତ୍‌ ପୁଅକୁ ନେଇ ଘରକୁ ଫେରିଯିବେ ଓ ମୃତ୍ୟୁର ଦିନକୁ ଅପେକ୍ଷା କରିବେ। ହାର୍ଟକୁ ଛାଡ଼ି ଦେଲେ ଫାୟର ଆଉ ସବୁ ଅଙ୍ଗ  ଠିକ୍‌ ଥିଲା। ତେଣୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କଲେ ପିଲା ବଞ୍ଚିଯିବାର  ସମ୍ଭାବନା ରହିଥିଲା। ହେଲେ ଏତେ ଛୋଟ ଶିଶୁ ପାଇଁ କିଏ ଦେବ ହାର୍ଟ ? ତା ଛଡ଼ା ଏତେ ଛୋଟ ପିଲାର ହାଟ ଅପେରଶନ ବି କେବେ କେହି କରି ନାହାନ୍ତି। ତେଣୁ ଅପରେଶନ ମଧ୍ୟ ଜୀବନ ପ୍ରତି ବିପଦ ରହିଥିଲା। 

ଏସବୁ ଭିତରେ କିନ୍ତୁ ଡା.ବେଲିଙ୍କ ମୁଣ୍ଡରେ ଅନ୍ୟ କିଛି ଚିନ୍ତାର ତର୍ଜମା ଚାଲିଥିଲା। ସେ ଜାଣିଥିଲେ,ଏସବୁ ପରିସ୍ଥିତିକୁ ଦେଖି ଡା.ବେଲି ଚିନ୍ତା କଲେ, ଯଦି ପିଲାଟିର ଶରୀରରେ ଅନ୍ୟ ପ୍ରଜାତିର ହାର୍ଟ ଲଗାଯାଏ। ଡା.ବେଲି କାଲିଫର୍ଣ୍ଣିଆର ଲୋମା ଲିଣ୍ଡା ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ରିସର୍ଚ୍ଚ କରୁଥିଲେ। ରିସର୍ଚ୍ଚ ସମୟରେ ସେ ପ୍ରାୟ ୧୫୦ରୁ ଅଧିକ ଛେଳି, ମାଙ୍କଡ ଇତ୍ୟାଦିଙ୍କର ହାର୍ଟ  ଅପରେସନ କରିଥିଲେ। ୧୯୬୪ରେ ଅବଶ୍ୟ ମଣିଷ ଶରୀରରେ ଅନ୍ୟ ପ୍ରଜାତିର ହାର୍ଟ ଲଗା ଯାଇଥିଲା। କିନ୍ତୁ ଡାକ୍ତର ସେଥିରେ ସଫଳ ହୋଇ ନ ଥିଲେ। ଶେଷରେ ରୋଗୀର ମୃତ୍ୟୁ ଘଟିଥିଲା।

ଯାହାହେଉ,ଫାୟ ଶରୀରରେ ଅନ୍ୟ ପ୍ରଜାତି ଜୀବଙ୍କର ହାର୍ଟ ଲଗାଇବା ପାଇଁ ଡା.ବେଲିଙ୍କୁ ଅନୁମତି ମିଳିଗଲା। ଫାୟ ସେତେବେଳକୁ ମାତ୍ର ୧୨ ଦିନର ଶିଶୁ। ଡାକ୍ତରମାନେ ୧୯୮୪ ଅକ୍ଟୋବର ୨୬ ତାରିଖ ଦିନ ଫାୟର  ଅପରେସନ କଲେ। ଫାୟ ଶରୀରରେ ମାଙ୍କଡର ହାର୍ଟ ଲାଗିଲା। ଆଉ ତା' ପରେ ଯାହା ହେଲା ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତରମାନେ। ଫାୟର ହୃଦ୍‌ସ୍ପନ୍ଦନ ବଢିଲା। ଡାକ୍ତରମାନଙ୍କ ପାଇଁ ଏହାଥିଲା ସବୁଠୁ ବଡ ସଫଳତା । ରାତାରାତି  ଫାୟ ଖବରକାଗଜର ମୁଖ୍ୟ ଖବର ପାଲଟିଗଲା। ଫାୟ ପାଇଁ ସବୁଆଡୁ ଆଶୀର୍ବାଦର ଛୁଅ ଛୁଟିଲା। ଅପରେସନ ପରେ ଫାୟର ଧୀରେ ଧୀରେ  ସୁଧାରିବାକୁ ଲାଗିଲା। ହେଲେ ଏହି ଖୁସି ଅଳ୍ପ କେଇ ଦିନ ପାଇଁ ଥିଲା। ଅପରେସନର ୧୪ ଦିନ ପରେ ଫାୟର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ନଭେମ୍ବର ୧୫ ତାରିଖ ଫାୟର ହୃଦ ସ୍ପନ୍ଦନ ସବୁଦିନ ପାଇଁ ବନ୍ଦ ହୋଇଗଲା। ଯାହା ବି ହେଉ, ଫାୟ ପାଇଁ ଡାକ୍ତରଙ୍କ ଏହି ପ୍ରଚେଷ୍ଟା ବିଜ୍ଞାନ ଜଗତକୁ ଏକ ନୂଆ ଦିଶା ଦେଖାଇ ଦେଇ ଗଲା।