• ଆଜି ବଡ଼ ଓଷା, ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ।
  • ରାସ୍ତା ମଝିରେ ଜଳିଗଲା ଚଳନ୍ତା କଣ୍ଟେନର, ଭଦ୍ରକ ନିକଟ ଡାହାଣୀ ଗାଡିଆ ନିକଟରେ ଦୁର୍ଘଟଣା॥
  • ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କୋରୋନା ।
  • ଦିନକୁ ଦିନ ଖସିବାରେ ଲାଗିଛି ସୁନା ଦର । ଗତ ଅଗଷ୍ଟ ମାସରେ ଭରି ପ୍ରତି ୫୬,୨୦୦ ରହିଥିଲା ।
  • ଆକାଶ ପାଠକ ଟାଟା ମୋଟର୍ସର କର୍ମଚାନୀ ନୁହଁନ୍ତି । ପୂର୍ବରୁ ଟାଟା ମୋଟର୍ସ ଦେଇଥିଲା ଏତଲା ।
  • ସେପ୍ଟେମ୍ବର ମାସରେ ହୋଇଥିଲା ମାମଲା ରୁଜୁ ॥
  • ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ । ପୁଷ୍ପାଳକ ସେବକମାନେ କରୁଛନ୍ତି ନୀତିକାନ୍ତି ସମାପନ ॥

ମାନସିକ ରୋଗରେ ଆକ୍ରାନ୍ତ ଏହି କ୍ରିକେଟର, ଖେଳରୁ ନେଲେ ବ୍ରେକ

ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମାନସିକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କିଛି ସମସ୍ୟାର ସାମ୍ନା କରୁଛନ୍ତି । ଯାହା ପରେ ସେ ହଠାତ କ୍ରିକେଟ ଜଗତରୁ ବ୍ରେକ ନେଇଛନ୍ତି । ଏହି ଖବର ଆସିବା ପରେ କ୍ରିକେଟ ଜଗତ ଚକିତ ହୋଇଯାଇଛି । ପ୍ରଶ୍ନ ଉଠୁଛି ମୈଦାନରେ ବିରୋଧୀ ବୋଲରଙ୍କ ନିଦ ହଜାଇ ଦେଉଥିବା ମ୍ୟାକ୍ସୱେଲଙ୍କୁ ହଠାତ ଏପରି କଣ ହୋଇଛି, ଯାହା ପାଇଁ ତାଙ୍କୁ କ୍ରିକେଟ ମୈଦାନ ଛାଡିବାକୁ ପଡିଛି ।

ମାନସିକ ରୋଗରେ ଆକ୍ରାନ୍ତ ଏହି କ୍ରିକେଟର, ଖେଳରୁ ନେଲେ ବ୍ରେକ
ମାନସିକ ରୋଗରେ ଆକ୍ରାନ୍ତ ଏହି କ୍ରିକେଟର, ଖେଳରୁ ନେଲେ ବ୍ରେକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମାନସିକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କିଛି ସମସ୍ୟାର ସାମ୍ନା କରୁଛନ୍ତି । ଯାହା ପରେ ସେ ହଠାତ କ୍ରିକେଟ ଜଗତରୁ ବ୍ରେକ ନେଇଛନ୍ତି । ଏହି ଖବର ଆସିବା ପରେ କ୍ରିକେଟ ଜଗତ ଚକିତ ହୋଇଯାଇଛି । ପ୍ରଶ୍ନ ଉଠୁଛି ମୈଦାନରେ ବିରୋଧୀ ବୋଲରଙ୍କ ନିଦ ହଜାଇ ଦେଉଥିବା ମ୍ୟାକ୍ସୱେଲଙ୍କୁ ହଠାତ ଏପରି କଣ ହୋଇଛି, ଯାହା ପାଇଁ ତାଙ୍କୁ କ୍ରିକେଟ ମୈଦାନ ଛାଡିବାକୁ ପଡିଛି ।

କ୍ରିକେଟ ଅଷ୍ଟ୍ରେଲିଆର ମନୋବୈଜ୍ଞାନିକ ଡକ୍ଟର ମାଇକେଲ ଲାୟଡ ଗୁରୁବାର ଏହାର ପୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ ଗ୍ଲେନ ମ୍ୟାକ୍ସୱେଲ ନିଜ ମାନସିକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କିଛି ସମସ୍ୟାର ସାମ୍ନା କରୁଛନ୍ତି । ଏଥିପାଇଁ ସେ ଖେଳରୁ କିଛି ସମୟ ପାଇଁ ଦୂରେଇ ରହିବେ । ଗ୍ଲେନ ଏହି ସମସ୍ୟାର ସମାଧାନ କରିବା ପାଇଁ ଏହାର ସଂପୂର୍ଣ୍ଣ ଚିକିତ୍ସା କରିବାକୁ ପ୍ରସ୍ତୁତ ଅଛନ୍ତି ।

ମ୍ୟାକ୍ସୱେଲ ଶ୍ରୀଲଙ୍କା ବିରୋଧରେ ଟି-୨୦ ସିରିଜରେ ଖେଳିଥିଲେ । ଏହାସହ ଏହି ସିରିଜରେ ସେ ଚତ୍କାର ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ ଡାର୍ସି ସାର୍ଟଙ୍କୁ ଚୟନ କରାଯିବ । ମ୍ୟାକ୍ସୱେଲକୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ଏଗଜିକ୍ୟୁଟିଭ ଜେନେରାଲ ମ୍ୟାନେଜର ବେନ ଓଲିବର କହିଛନ୍ତି ଯେ, ଆମ ପାଇଁ ଖେଳାଳିଙ୍କ ସ୍ୱାସ୍ଥ୍ୟ ସର୍ବୋପରି । ଗ୍ଲେନଙ୍କୁ ସଂପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛୁ । ସମସ୍ତେ ଗ୍ଲେନଙ୍କୁ ସାହାଯ୍ୟ କରିବେ ।